ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ

ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ଲକ୍ଷ୍ୟ। ସହରର ବିିଭିନ୍ନ ସ୍ଥାନରୁ ଭିକାରିଙ୍କୁ ଉଦ୍ଧାର କରି ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ କେନ୍ଦ୍ର)ରେ ରଖାଯାଉଛି। ହେଲେ ଏହି ମହତ ଯୋଜନା ଆରମ୍ଭର ମାତ୍ର ୫ଦିନରେ ପ୍ରଶାସନ ଝୁଣ୍ଟିଛି। ଏହାର ଦାୟିତ୍ୱ ଯେଉଁମାନଙ୍କ କାନ୍ଧରେ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ରୁକ୍ଷ ବ୍ୟବହାର ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ପରିସରରୁ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଭୁଲରେ ଉଠାଇ ଆଣିବା ଏବଂ ତାଙ୍କ ପରିବାର ଲୋକେ ନେବାକୁ ପହଞ୍ଚତ୍ବା ପରେ ୧୦ ହଜାର ଟଙ୍କା ଫାଇନ ମଗାଯିବା ନେଇ ହୋଇଛି ଅଭିଯୋଗ। ଏପରି କି ଏଥିପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମ୍ମୁଖରେ ଜଣେ ଯୁବ ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରାଯିବାରୁ ସେ ସର୍ବୋଦୟନଗରସ୍ଥିତ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିବା ଘଟଣା ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି।
ଏହି ଯୋଜନାକୁ ସଫଳ କରିବା ପାଇଁ କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସିଂହଦ୍ୱାର ସମ୍ମୁଖ ଓ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ବୁଝାଶୁଝା କରି ଭିକାରି ପୁନର୍ବାସ କେନ୍ଦ୍ରକୁ ଆଣିଥାନ୍ତି। ଶନିବାର ଶ୍ରୀମନ୍ଦିର ପରିସରରୁ ପୁରୀ ମାର୍କଣ୍ଡେଶ୍ୱର ସାହିର ଦୀନମଣି ମହାନ୍ତି(୮୦)ଙ୍କୁ ଧରି ଏହି କେନ୍ଦ୍ରକୁ ଆଣିଥିଲେ। ସନ୍ଧ୍ୟାରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ମାତ୍ର ନ ପାଇ ସିଂହଦ୍ୱାର ଥାନାକୁ ଯିବା ପରେ କେତେଜଣ ବୃଦ୍ଧାଙ୍କୁ ସ୍ବେଚ୍ଛାସେବୀମାନେ ନେଇଥିବା ଶୁଣିଲେ। ରାତିରେ ଯୋଗାଯୋଗ ପରେ ଦୀନମଣି ଉକ୍ତ କେନ୍ଦ୍ରରେ ଥିବା ଜାଣିବାକୁ ପାଇଲେ। ସକାଳେ ପୁତୁରା ଦେବରାଜ ମହାନ୍ତି ତାଙ୍କୁ ନେବା ପାଇଁ କେନ୍ଦ୍ରରେ ପହଞ୍ଚତ୍ଥିଲେ। କେନ୍ଦ୍ରର ଜଣେ ଯୁବତୀ ଚଢା ଗଳାରେ ୧୦ ହଜାର ଟଙ୍କା ଫାଇନ ଦିଅ, ନ ହେଲେ ପିଉସୀଙ୍କ ସହ ଦେଖା କରିପାରିବ ନାହିଁ ବୋଲି କହିଥିଲେ। ତେଣୁ ସେ ଫେରିଯାଇ ସମ୍ପର୍କୀୟ ଆଇନଜୀବୀ ଚିନ୍ମୟ ଦାଶଙ୍କୁ ଆଣି ଆସିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତା ଯୁବତୀ ଏବଂ ଅନ୍ୟ ଜଣେ ଯୁବକ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଆଇନଜୀବୀ ଦାଶ ଅଭିଯୋଗ ଆଣି କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଯୋଜନା ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ପହଞ୍ଚତ୍ ଦାଶଙ୍କୁ ବୁଝାଶୁଝା କରିଥିଲେ। ଏଥିସହ ଆବଶ୍ୟକ କାଗଜପତ୍ର କରି ଦେବରାଜଙ୍କ ସାଥୀରେ ତାଙ୍କ ପିଉସୀଙ୍କୁ ଛାଡ଼ିିଥିଲେ।

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଦୀନମଣି
ଦୀନମଣି ଶ୍ରୀମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବାରୁ ତାଙ୍କୁ ସ୍ବେଚ୍ଛାସେବୀମାନେ ଧରି ଆଣିଥିବା କହୁଥିବାବେଳେ ତାଙ୍କ ପରିବାର କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। ପୁତୁରା ଦେବରାଜ କହିଛନ୍ତି, ପିଉସୀ ଦୀନମଣି ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ଅବସର ନେବା ପରେ ପ୍ରତିଦିନ ମନ୍ଦିରକୁ ଯାଇ ଫୁଲ ଗୁନ୍ଥିଥାନ୍ତି। ସନ୍ଧ୍ୟାରେ ଘରକୁ ଆସନ୍ତି। ସେ ଏବେ ୧୩ ହଜାର ଟଙ୍କା ପେନ୍‌ସନ ପାଉଛନ୍ତି। ଭିକ୍ଷାବୃତ୍ତି ସେ କରନ୍ତିନି। ସେହିପରି ଦୀନମଣି ମଧ୍ୟ ଭିକ୍ଷାବୃତ୍ତି କରୁଥିବା କଥାକୁ ଅସ୍ବୀକାର କରିଛନ୍ତି। ଶନିବାର ଆନନ୍ଦ ବଜାର ପରିସରରେ ଅବଢା ଖାଉଥିବାବେଳେ ତାଙ୍କ ସମେତ ୫/୬ ଜଣଙ୍କୁ ଧରି ଆଣିଥିଲେ। କାହିଁକି ନେଉଛନ୍ତି, କୁଆଡ଼େ ନେଉଛନ୍ତି ସେ କିଛି ଜାଣି ନ ଥିବା ଦୀନମଣି କହିଛନ୍ତି। ସପ୍ତମ ଶ୍ରେଣୀ ଯାଏ ସେ ପଢିଥିବା ବେଳେ ଦ୍ୱିତୀୟ, ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢାଉଥିଲେ। ୧୯୯୯ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ ବୋଲି ଦୀନମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri