ନୀରବ ବିକ୍ରମ

”ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା । ବିଗତ ଅଭିଯାନ ସବୁରୁ ସୂଚନା ମିଳେ ଯେ, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏଭଳି କିଛି ଗହ୍ବରମାନ ଅଛି ଯେଉଁଠି ସୂର୍ଯ୍ୟାଲୋକ ଆଦୌ ପଡ଼ି ନ ପାରି ସର୍ବଦା ଛାୟାଚ୍ଛନ୍ନ ରହିଥାଏ। ବିକ୍ରମ ଚନ୍ଦ୍ରପୃଷ୍ଠର ଏଭଳି ଅଭାବନୀୟ ଅଞ୍ଚଳରେ ଅବତରଣ କରି ସେଠାକାର ଗଠନ ଅନୁଧ୍ୟାନ କରିବା ସହିତ ବରଫ ଅବସ୍ଥାରେ ଗଚ୍ଛିତ ଜଳର ପରିମାଣ ଆକଳନ କରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଥିଲେ।“

ସେପ୍ଟେମ୍ବର ୭ ତାରିଖ ମଧ୍ୟରାତ୍ର। ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ନିୟନ୍ତ୍ରଣ କକ୍ଷରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ଭାରତୀୟ ସମୟ ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ରେ ସ୍ଥାନିତ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଆଉ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ଗଡ଼ିଯିବ ଏକ ପରିଭ୍ରମଣଶୀଳ ଯନ୍ତ୍ରଯାନ ପ୍ରଜ୍ଞା। ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟ୍‌ଓ୍ବର୍କ କେନ୍ଦ୍ରଠାରେ ଦେଶର ବଛାବଛା ୬୦ଜଣ ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଉପସ୍ଥିତ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବତରଣ ସମୟ ପାଖେଇ ଆସୁଥାଏ ଏବଂ ବୈଜ୍ଞାନିକମାନେ ଅପଲକ ନୟନରେ କମ୍ପ୍ୟୁଟରର ପର୍ଦ୍ଦାକୁ ଚାହିଁ ରହିଥାନ୍ତି। ବିକ୍ରମ ଧୀର ମନ୍ଥର ଗତିରେ ଚନ୍ଦ୍ର ଆଡକୁ ଖସି ଯାଉଥାଏ। ବେଳେବେଳେ ନିର୍ଦ୍ଧାରିତ ପଥରୁ ସାମାନ୍ୟ ବିଚ୍ୟୁତ ହୋଇ ପୁଣି ଠିକ୍‌ ରାସ୍ତାକୁ ଫେରି ଆସୁଥାଏ। ୧୫ ମିନିଟ୍‌ କାଳର ଏହି ଅବତରଣର ପ୍ରଥମ ଦୁଇଟି ପର୍ଯ୍ୟାୟ ବିକ୍ରମ ସଫଳତାର ସହିତ ସମାପ୍ତ କରି ତୃତୀୟ ଓ ଶେଷ ପର୍ଯ୍ୟାୟରେ ପ୍ରବେଶ କରିଗଲା। ଅବତରଣ ପାଇଁ ବାକି ମାତ୍ର କେଇ ମିନିଟ୍‌। ଏହା ସମ୍ଭବ ହେଲେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ। ମାତ୍ର ହାୟ! ହଠାତ୍‌ ବିକ୍ରମରୁ ଆସୁଥିବା ସଙ୍କେତ ବନ୍ଦ ହୋଇଯାଇ ବିକ୍ରମ ସବୁଦିନ ପାଇଁ ନୀରବ ହୋଇଗଲା। ସମସ୍ତଙ୍କ ହୃଦୟରେ ସତେ ଯେପରି ବଜ୍ରପାତ ହେଲା।
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ। ଏଥିରେ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ସମୁଦାୟ ତିନୋଟି ଅଂଶ ସ୍ଥାନିତ ଥିଲା। ସେଗୁଡ଼ିକ ହେଲା: ଚନ୍ଦ୍ର ପରିକ୍ରମାକାରୀ ଯାନ, ବିକ୍ରମ ଅବତରକ ଏବଂ ପ୍ରଜ୍ଞା ପରିଭ୍ରମଣଶୀଳ ଯାନ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠର ଗଠନ ଅନୁଧ୍ୟାନ କରି ବରଫ ଅବସ୍ଥାରେ ଗଚ୍ଛିତ ଜଳର ସନ୍ଧାନ କରିବା।
ଏହି ଅଭିଯାନ ଗତ ଜୁଲାଇ ୨୨ ତାରିଖ ଦିନ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟ୍‌ ଦ୍ୱାରା ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ ହୋଇଥିଲା। ଏହା ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ବିକ୍ରମ ଅବତରକର ଚନ୍ଦ୍ରପୃଷ୍ଠରେ ଅବତରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଗୋଟିଏ ଚାନ୍ଦ୍ର ଦିନ (ପୃଥିବୀର ଦୁଇ ସପ୍ତାହ) ପାଇଁ କାର୍ଯ୍ୟ କରିବା କଥା। ମାତ୍ର ମୂଳଯାନରୁ ଅଲଗା ହୋଇ ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଯୋଜନା ମତେ ଆଗେଇ ଯାଉଥିଲା ବେଳେ ଚନ୍ଦ୍ରପୃଷ୍ଠରୁ ୨.୧ କି.ମି. ଉଚ୍ଚତାରେ ଅକସ୍ମାତ ଅବତରଣର କେଇ ମିନିଟ୍‌ ପୂର୍ବରୁ ନିଜ ଗତିପଥରୁ ବିଚ୍ୟୁତ ହୋଇ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା।
ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା। ବିଗତ ଅଭିଯାନ ସବୁରୁ ସୂଚନା ମିଳେ ଯେ, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏଭଳି କିଛି ଗହ୍ବରମାନ ଅଛି ଯେଉଁଠି ସୂର୍ଯ୍ୟାଲୋକ ଆଦୌ ପଡ଼ି ନ ପାରି ସର୍ବଦା ଛାୟାଚ୍ଛନ୍ନ ରହିଥାଏ। ବିକ୍ରମ ଚନ୍ଦ୍ରପୃଷ୍ଠର ଏଭଳି ଅଭାବନୀୟ ଅଞ୍ଚଳରେ ଅବତରଣ କରି ସେଠାକାର ଗଠନ ଅନୁଧ୍ୟାନ କରିବା ସହିତ ବରଫ ଅବସ୍ଥାରେ ଗଚ୍ଛିତ ଜଳର ପରିମାଣ ଆକଳନ କରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଥିଲେ।
ଚନ୍ଦ୍ରପୃଷ୍ଠରେ ବିକ୍ରମର ସ୍ଥିତି ସମ୍ପର୍କରେ ଘୋର ସନ୍ଦେହ ପ୍ରକାଶ ପାଇଥିଲାବେଳେ ଚନ୍ଦ୍ରଯାନ-୨ର ଚନ୍ଦ୍ର ପରିକ୍ରମାକାରୀ ଯାନ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରିବାକୁ ସକ୍ଷମ ହୋଇଛି। ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂମିରେ ଅଣେଇ ହୋଇ ପଡ଼ିଥିବାର ସନ୍ଧାନ ମିଳିଛି। ଇସ୍ରୋ ନିଜର ପ୍ରଚେଷ୍ଟା ସତ୍ତ୍ୱେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇନାହିଁ।
ବିକ୍ରମର ଆୟୁଷ ମାତ୍ର ୧ ଚାନ୍ଦ୍ର ଦିନ ଅର୍ଥାତ୍‌ ପୃଥିବୀର ଦୁଇ ସପ୍ତାହ ହୋଇଥିବାରୁ ଇସ୍ରୋ ନିକଟରେ ବିକ୍ରମ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସମୟ ସୀମିତ ଥିଲା। ଚଳିତ ଚାନ୍ଦ୍ର ଦିିନ ସେପ୍ଟେମ୍ବର ୨୧ ତାରିଖରେ ସମାପ୍ତ ହୋଇଥିବାରୁ ତା’ପରେ ଚନ୍ଦ୍ରପୃଷ୍ଠରେ ରାତି ଘୋଟି ଆସିଛି ଏବଂ ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ବିକ୍ରମର ସୌରଫଳକର ଶକ୍ତି ଆହରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁତରାଂ ସେପ୍ଟେମ୍ବର ୨୧ ତାରଖ ପରେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ଅସମ୍ଭବ ହୋଇପଡ଼ିଛି।
ଚନ୍ଦ୍ରପୃଷ୍ଠରେ ବିକ୍ରମ ଅଣେଇ ହୋଇ ପଡ଼ିଥିବା ଘଟଣାରୁ ସୂଚନା ମିଳୁଛି ଯେ, ଯାନଟି ଧୀର ଅବତରଣ ପରିବର୍ତ୍ତେ ଗତିଶୀଳ ଅବସ୍ଥାରେ ଖସିଛି। ଫଳରେ ଏହା ଚନ୍ଦ୍ରପୃଷ୍ଠରେ ପିଟି ହୋଇ ସଂଲଗ୍ନ ଯୋଗାଯୋଗ ବ୍ୟବସ୍ଥା ନଷ୍ଟ ହୋଇଯାଇଛି ବୋଲି ବିଶ୍ୱାସ କରାଯାଏ।
ଯଦିଓ ୧୯୬୦ ମସିହା ପରଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଦ୍ୱାରା ଚନ୍ଦ୍ରପୃଷ୍ଠକୁ ଅନେକ ଅଭିଯାନ ପ୍ରେରଣ କରାଯାଇଛି। ଚନ୍ଦ୍ରପୃଷ୍ଠରେ ଅବତରଣ ଏକ କଷ୍ଟକର କାର୍ଯ୍ୟ ରୂପେ ସାବ୍ୟସ୍ତ ହୋଇଛି। ଅବତରଣ ସମୟରେ ଯାନରେ ଖଞ୍ଜାଥିବା ପ୍ରତି ରକେଟ୍‌ ସବୁ ଠିକ୍‌ ସମୟରେ କାର୍ଯ୍ୟ କରି ଗତିଶୀଳ ଯାନର ଅଗ୍ରଗାମୀ ଗତିକୁ ଯଥେଷ୍ଟ ମନ୍ଦିତ କଲେ ଯାଇ ଯାନଟି ନିରାପଦ ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିବ। ଏକ ମତବାଦ ଅନୁଯାୟୀ, ବିକ୍ରମ ଅବତରଣ ସମୟରେ ଭାରସାମ୍ୟ ହରେଇ ହଠାତ୍‌ ଓଲଟି ପଡ଼ିବାରୁ ଏହାର ପ୍ରତି ରକେଟ ସବୁର ଦିଗ ଉପରକୁ ହୋଇଯାଇଥିଲା। ଫଳରେ ଯାନର ବେଗ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରୁ ତାହା ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୋଇ ନ ଥିଲା।
ବିକ୍ରମର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଅଭିଯାନର ଅଧିକାଂଶ ଯନ୍ତ୍ରପାତି ବହନ କରୁଥିବା ଚନ୍ଦ୍ର ପରିକ୍ରମାକାରୀ ଯାନ ଏବେ ବି ସକ୍ରିୟ ଅବସ୍ଥାରେ ଅଛି। ଏହା ଚନ୍ଦ୍ର ଚାରିପଟେ ଘୂରି ଘୂରି ପୃଷ୍ଠଦେଶର ତ୍ରିବିମୀୟ ନକ୍ସା ପ୍ରସ୍ତୁତ କରିବା ସହିତ ବିଭିନ୍ନ ଖଣିଜ ପଦାର୍ଥ ଏବଂ ବିଶେଷକରି ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ ଦେବ। ପୁନଶ୍ଚ ଉତ୍‌କ୍ଷେପଣ ସମୟରେ କିଛି ଇନ୍ଧନ ସଞ୍ଚୟ ହୋଇପାରିଥିବାରୁ ଏହି ପରିକ୍ରମାକାରୀ ଯାନର କାର୍ଯ୍ୟକାଳକୁ ଅଧିକ ଅନୁସନ୍ଧାନ ନିମନ୍ତେ ୧ ବର୍ଷରୁ ବଢ଼ାଇ ୭ ବର୍ଷ କରାଯାଇଛି।
ଆଗାମୀ ଦିନରେ ଇସ୍ରୋ ସୂର୍ଯ୍ୟ ଓ ଶୁକ୍ରକୁ ଯାନ ପଠାଇବା ସହିତ ଅନ୍ତରୀକ୍ଷରେ ଏକ ସ୍ଥାୟୀ ଷ୍ଟେଶନ ସ୍ଥାପନ କରିବାକୁ ଯୋଜନା ରଖିଛି। ଇସ୍ରୋ ମଧ୍ୟ ଆଗାମୀ ୨୦୨୨ ମସିହା ବେଳକୁ ନିଜର ଗଗନଯାନ ଅଭିଯାନ ଜରିଆରେ ମହାକାଶକୁ ମନୁଷ୍ୟ ପ୍ରେରଣ କରିବାକୁ ଆଶା ବାନ୍ଧିଛି। ଚନ୍ଦ୍ରଯାନ-୨ର ଅନେକ ସଫଳତା ସତ୍ତ୍ୱେ ବିକ୍ରମର ଧୀର ଅବତରଣ କ୍ଷେତ୍ରରେ ବିଫଳତା ଏବଂ ପ୍ରଜ୍ଞା ପରିଭ୍ରମଣଶୀଳ ଯାନ କାର୍ଯ୍ୟକାରୀ ନ ହୋଇ ପାରିବା ଘଟଣା ଇସ୍ରୋର ଅନ୍ତରୀକ୍ଷରେ ପରାକାଷ୍ଠା ପ୍ରଦର୍ଶନ କ୍ଷେତ୍ରରେ କିଛିଟା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ବାଭାବିକ। ମାତ୍ର ଆଗାମୀ ଦିନରେ ଆମର ବୈଜ୍ଞାନିକମାନେ ଏହି ପ୍ରତିବନ୍ଧକକୁ ଅତିକ୍ରମ କରି ଅନ୍ତରୀକ୍ଷରେ ନିଜର ଜୟଯାତ୍ରା ଅବ୍ୟାହତ ରଖିବେ ବୋଲି ଆଶା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri