Posted inରାଜ୍ୟ

ନିୟମ ମାନୁନାହାନ୍ତି ପୌରସଂସ୍ଥା

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରେ ବର୍ଜ୍ୟବସ୍ତୁ ବୋଝ ବଢ଼ିବାରେ ଲାଗିଛି। ଦ୍ରୁତ ସହରୀକରଣ ଏବଂ ବେପରୁଆ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁ ଦୈନିକ ଶହ ଶହ ମେଟ୍ରିକ ଟନ୍‌ ଅଳିଆ ଏଣେତେଣେ ପଡିରହୁଛି। ସେଗୁଡିକୁ ଠିକ୍‌ ଢଙ୍ଗରେ ପରିଚାଳନା କରା ନ ଯିବାରୁ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡୁଛି। ଆବାସିକ ସ୍ଥଳ, ବ୍ୟବସାୟ ପ୍ରତିଷ୍ଠାନ, ବଜାର, ଡାକ୍ତରଖାନା, ଶିଳ୍ପାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡିକୁ ପୃଥକ୍‌ ଭାବେ ସଂଗ୍ରହ କରାଯାଉ ନାହିଁ। ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ଗଦେଇ ରଖାଯାଉଛି କିମ୍ବା ପୋଡି ଦିଆଯାଉଛି। ଏଥିଯୋଗୁ ବାୟୁ, ଜଳ ଓ ଭୂମି ପ୍ରଦୂଷଣ ହେଉଛି। ପୌରସଂସ୍ଥା କିମ୍ବା ରାଜ୍ୟ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କ ପ୍ରଣୀତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ(ସଲିଡ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍‌)-୨୦୧୬କୁ ବେଖାତିର କରୁଛନ୍ତି। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ନେଇ ରାଜ୍ୟରେ କି ପଦକ୍ଷେପ ନିଆଯାଉଛି ସେ ନେଇ ପ୍ରତି ୩ ମାସରେ ଥରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆସନ୍ତା ସେପ୍ଟେମ୍ବର ୨୪ରେ ବ୍ୟକ୍ତିଗତ ହାଜର ହୋଇ ଉକ୍ତ ନିୟମ ପାଳନ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କୁହାଯାଇଛି। ପ୍ରତି ୧୫ ଦିନରେ ଥରେ ରାଜ୍ୟର ପୌରସଂସ୍ଥାଗୁଡିକର କାର୍ଯ୍ୟଦକ୍ଷତାକୁ ଜିଲାପାଳ ସମୀକ୍ଷା କରିବେ। ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜିଲାପାଳ କି ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରତ୍ୟେକ ସପ୍ତାହରେ ଥରେ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ହେଉଛି ଓ ଏ ଦିଗରେ କି ପଦକ୍ଷେପ ନିଆଯାଉଛି ସେ ନେଇ ସମସ୍ତ ତଥ୍ୟ ପ୍ରମାଣ ୬ ମାସ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି। ୨୦୧୯ ମାର୍ଚ୍ଚ ୨୪ରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନ ଥିବା ନେଇ ଏନ୍‌ଜିଟି ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ତାଗିଦ କରିଥିଲେ। ୬ ମାସ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍‌ଜିଟିକୁ ବ୍ୟକ୍ତିଗତ ଭାବେ ଅବଗତ କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଅତି କମ୍‌ରେ ପ୍ରତ୍ୟେକ ଗୋଟିଏ ପୌରସଂସ୍ଥାକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁୟାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା ଦେଖାଇବାକୁ ପଡିବ। ସେହିପରି ପ୍ରତ୍ୟେକ ଜିଲାରେ ୩ଟି ଗ୍ରାମକୁ ମଡେଲ ଗ୍ରାମ ଭାବେ ଘୋଷଣା କରିବାକୁ ପଡିବ।
ଏନ୍‌ଜିଟିର କଡ଼ା ତାଗିଦ ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। କେଉଁ ପୌରସଂସ୍ଥା ଓ ଗ୍ରାମକୁ ଏଥିପାଇଁ ଚୟନ କରାଯିବ ସେ ନେଇ ଆସନ୍ତା ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ବର୍ଷକ ମଧ୍ୟରେ ସମସ୍ତ ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ସମ୍ପୂର୍ଣ୍ଣ ପାଳନକ୍ଷମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବର୍ଜ୍ୟବସ୍ତୁ ପରିବହନ, ପ୍ରକ୍ରିୟାକରଣ ପ୍ଲାଣ୍ଟ, କମ୍ପୋଷ୍ଟ ପିଟ୍‌ସ, ବର୍ଜ୍ୟବସ୍ତୁଗୁଡିକୁ ନଷ୍ଟ କରିବା ବ୍ୟବସ୍ଥା ଏବଂ ଖାଲୁଆ ସ୍ଥାନ ଭରିବା ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅଗଷ୍ଟ ୩୧ ପୂର୍ବରୁ ଜିଲାର ଗୋଟିଏ ପୌରସଂସ୍ଥାକୁ ମଡେଲ ସହର ଭାବେ ଘୋଷଣା କରିବା ସହ ବର୍ଜ୍ୟବସ୍ତୁ ପରିଚାଳନାର ସମସ୍ତ ନିୟମକୁ ପାଳନ କରିବା ନେଇ ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ୧୫ ଦିନରେ ଥରେ ଜିଲାପାଳଙ୍କୁ ଡାକି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ଏନ୍‌ଜିଟିର ଗାଇଡ୍‌ଲାଇନ ଅନୁଯାୟୀ ସମୀକ୍ଷା ବୈଠକରେ ରିପୋର୍ଟ ଉପସ୍ଥାପନ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶାନୁଯାୟୀ ଚଳିତ ମାସ ୩୦ ତାରିଖରେ ଏ ନେଇ ଏକ ୩ ମାସିଆ ରିପୋର୍ଟ ଏନ୍‌ଜିଟିଙ୍କୁ ପ୍ରଦାନ କରାଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗୁସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri