ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସି କ୍ୟାମେରା

ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଓଏସ୍‌ଆର୍‌ଟିସି ଓ ଅନ୍ୟ ରାଜ୍ୟକୁ ଯାଉଥିବା ଘରୋଇ ବସ୍‌ ହଳଦିଆପଦର ବସଷ୍ଟାଣ୍ଡକୁ ଯିବ ା  ଅନ୍ୟପକ୍ଷରେ ଓଡ଼ିଶା ତଥା ଗଞ୍ଜାମ ଜିଲାର ଘରୋଇ ବସ୍‌ଗୁଡିକ ପୂର୍ବ ଭଳି ରୁଟ୍‌ରେ ଚାଲିବ ା ତେବେ ଏଗୁଡିକର ରହଣିସ୍ଥଳ (ଷ୍ଟପେଜ) କମ୍‌ କରାଯାଇଛି ା ବ୍ରହ୍ମପୁରରେ କେବଳ ୪ଟି ଷ୍ଟପେଜ ଯାଥା ହରିଡାଖଣ୍ଡି ଧୋବାବନ୍ଧ ରୋଡ୍‌ ଛକ, କର୍ପୋରେଶନ ରୋଡ୍‌, ଇଞ୍ଜିନିୟରିଂ କଲେଜ ଓ ବଡ ମେଡିକାଲ ଛକ ରହିଛି। ସିଟି ହସ୍ପିଟାଲ, କୋର୍ଟପେଟା ଆଦି ଛକରେ ୨ ତାରିଖରୁ ଆଉ ଘରୋଇ ବସ୍‌ଗୁଡିକ ରହିବନି କି ଯାତ୍ରୀ ଉଠାଇପାରିବେନି ା ସିଟି ବସ୍‌ଗୁଡିକ ପାଇଁ ଉକ୍ତ ଷ୍ଟପେଜ୍‌ ନିୟମ ଲାଗୁ କରାଯାଇନି। ହଳଦିଆପଦରରୁ ବ୍ରହ୍ମପୁରକୁ ସଟଲ୍‌ ବ୍ୟବସ୍ଥା ଆରମ୍ଭ ହେବ ା ଏକ ମାସ ଧରି ପରୀକ୍ଷାମୂଳକ ଭାବେ ଏହା ଚାଲିବ ା ସମସ୍ତ ସିଟି ବସରେ ଜିପିଏସ୍‌ ଲାଗିବ ା ସିଟି ବସଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୭୯ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ା
ରାସ୍ତା ଉପରେ ଗାଡି ପାର୍କିଂ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଥିବା ଜିଲାପାଳ କହିଛନ୍ତି। ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ବ୍ରହ୍ମପୁର ସହରରେ ଟ୍ରାଫିକ ବ୍ୟବସ୍ଥା ସୁଦୃୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା
ବସ ଓ ବିଭିନ୍ନ ଯାନ ଉପରେ ୧୪୦ ସିସି କ୍ୟାମେରା ୨୮ ସ୍ଥାନରେ ଜଗିବ। ପୂର୍ବରୁ ୫ଟି ସ୍ଥାନରେ ୪୦ ସିସି କ୍ୟାମେରା ଲାଗିଛି ା ଆହୁରି ୨୩ ସ୍ଥାନରେ ୧୦୦ ସିସି କ୍ୟାମେରା ଲାଗିବ ବୋଲି ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ମହାଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ସହରକୁ ଜବରଦଖଲ ମୁକ୍ତ କରାଯିବ। ଆଉ ୩ ସ୍ଥାନରେ ଭେଣ୍ଡିଂ ଜୋନ୍‌ କରାଯିବ ା ପାର୍କିଂ ବ୍ୟବସ୍ଥା କରି ସହରରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ହୋଇଛି ା
ବର୍ତ୍ତମାନ ସୁଦ୍ଧା ୧୦୦ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍‌ ଜାରି କରାଯାଇଛି। ସେମାନେ ପାର୍କିଂ ବ୍ୟବସ୍ଥା କରିବେ ବୋଲି ଜିଲାପାଳ କହିଛନ୍ତି। ବୁଲା ଗୋରୁଙ୍କୁ ଉଠାଇବା ବ୍ୟବସ୍ଥା ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ା ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ରାଜପଥ, ଛତ୍ରପୁର ଓ ଗୋପାଳପୁର ଏନଏସିରେ ଏହା ତ୍ୱରାନ୍ବିତ ହେବ ା ପରେ ଆସିକା, ଭଞ୍ଜନଗର, ହିଞ୍ଜିଳି ଆଦି ଅଞ୍ଚଳରେ ରାସ୍ତାରୁ ବୁଲା ଗୋରୁ ଉଠାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଗଞ୍ଜାମ ଆର୍‌ଟିଓ ସଞ୍ଜୟ ବିଶ୍ୱାଳ ଓ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri