ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ନିୟାମକ;ତେଜସ୍‌ ଟ୍ରେନ ଭଡ଼ା ବଢ଼ାଇ ପାରିବେନି ଘରୋଇ ଅପରେଟର

ନୂଆଦିଲ୍ଲୀ,୧୧-୯: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତା ମାସରେ ଚଳାଚଳ କରିବା ସମ୍ଭାବନା ରହିଛି। ଭାରତୀୟ ରେଳର ସହାୟକ କମ୍ପାନୀ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି)କୁ ତେଜସ୍‌ ଏକ୍ସପ୍ରେସର ପରିଚାଳନା ଭାର ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଲକ୍ଷ୍ନୌ ଓ ଅହମ୍ମଦାବାଦ୍‌- ମୁମ୍ବାଇ ମଧ୍ୟରେ ଦୁଇଟି ତେଜସ୍‌ ଏକ୍ସପ୍ରେସ ଚାଲିବ। ଏହି ଟ୍ରେନରେ ବିମାନ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଦିଆଯିବ। ତେବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଘରୋଇ ଅପରେଟର ଯେପରି ଭଡ଼ା ବୃଦ୍ଧି ନ କରିବେ ସେଥିଲାଗି ରେଳ ବିକାଶ ପ୍ରାଧିକରଣର କ୍ଷମତାକୁ ବୃଦ୍ଧି କରାଯାଇ ଏହାକୁ ଏକ ରେଗୁଲେଟର ବା ନିୟାମକ ଭାବେ ଗଠନ କରାଯିବ। ଘରୋଇ ଟ୍ରେନର ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିବା ଏହାର ଦାୟିତ୍ୱ ହେବ। ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ କହିଛନ୍ତି ଯେ, ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇବା କ୍ଷେତ୍ରରେ ଘରୋଇ ଅପରେଟରଙ୍କୁ ସମସ୍ତ ପ୍ରକାର ଅନୁମତି ଦିଆଯାଇଛି। ଇତିମଧ୍ୟରେ ଆଇଆର୍‌ସିଟିସି ପକ୍ଷରୁ ତେଜସ୍‌ ଏକ୍ସପ୍ରେସର ଯାତ୍ରୀଙ୍କ ପାଇଁ ହୋଟେଲ ବୁକିଂ, ଟ୍ୟାକ୍ସି, ବ୍ୟାଗେଜ ପିକ୍‌ଅପ୍‌ ଏବଂ ଡ୍ରପ୍‌ ଭଳି ସୁବିଧା ଯୋଗାଇ ଦିଆଯିବ। ଏହାଛଡ଼ା ଆବଶ୍ୟକ କରୁଥିବା ଯାତ୍ରୀଙ୍କୁ ଆଇଆର୍‌ସିଟିସି ହୁଇଲଚେୟାର ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri