ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି ଜମି ରହି ଲହଡି ମାରୁଥିବା ପରିଲକ୍ଷିତ ହୋଇଛି। ବିଦ୍ୟାଳୟ ପୂର୍ବ ପାର୍ଶ୍ୱ ମାଳବନ୍ଧରେ ଥିବା ଏକ ସ୍ଲୁଇସ ଗେଟ ମଧ୍ୟ ଦେଇ ବର୍ଷା ପାଣି ନିଷ୍କାସନ ହେବାର ବ୍ୟବସ୍ଥା ରହିଥିବା ବେଳେ ଉକ୍ତ ପଥ ବନ୍ଦ ରହିଥିବାରୁ ବିଦ୍ୟାଳୟ ପ୍ରତି ସମସ୍ୟା ସୃଷ୍ଟିି କରିଛି ।
ମହାନଦୀ ଓ କମେଇ ନଦୀରେ ଜଳ ପତ୍ତନ ବୃଦ୍ଧି ଘଟିଲେ ଏହି ବନ୍ୟା ଜଳ ବିଦ୍ୟାଳୟ ପାର୍ଶ୍ୱରେ ଥିବା ପଲଟନ ପଡିଆ ଦେଇ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥାଏ। ନଦୀର ଜଳ ପତ୍ତନ କମିଲେ ପୁନର୍ବାର ଉଦ୍‌ବୃତ୍ତ ଜଳ ସେହି ବାଟଦେଇ ନିଷ୍କାସିତ ହୋଇଥାଏ। ଅପରପକ୍ଷେ ବର୍ଷା ଦିନେ ବିଦ୍ୟାଳୟ ପରିସରରେ ଜମି ରହିଥିବା ବର୍ଷା ଜଳ ଉକ୍ତ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହୋଇଥାଏ। ତେବେ ମାଳବନ୍ଧ ତଳେ ଥିବା ସ୍ଲୁଇସ ଗେଟଟି ବନ୍ଦ ହୋଇ ରହିଯାଇଥିବାରୁ ବିଦ୍ୟାଳୟ ପରିସରରେ ପାଣି ଜମି ରହିଛି। ପିଲାମାନେ ଉକ୍ତ ବର୍ଷାପାଣି ମଧ୍ୟରେ ପଶି ପାଠ ପଢିବାକୁ ଯାଉଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଥିଲେ ଉକ୍ତ ସ୍ଲୁଇସ ଗେଟକୁ ସଫାକରି ପାଣି ନିଷ୍କାସନ କରିବାର ବ୍ୟବସ୍ଥା କରିପାରିଥାନ୍ତେ। ମାତ୍ର କର୍ତ୍ତୃପକ୍ଷଙ୍କ ଉଦାସୀନତା ଏ ଦିଗରେ ସମସ୍ୟା ସୃଷ୍ଟି କରିଛି । ଏ ସମ୍ପର୍କରେ କଣ୍ଟିଲୋ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର ଦଳେଇଙ୍କୁ ପଚାରିବାରେ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ବର୍ଷା ଯୋଗୁ ଧାନ, ଆଖୁ ଓ ପନିପରିବା ଫସଲ ଉଜୁଡି ଯିବାର ଆଶଙ୍କା ପ୍ରକାଶ ପାଇଛି। ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଶୁକ୍ରବାର ସକାଳେ ପାଗ ଶୁଖିଲା ରହିଥିଲେ ହେଁ ମଧ୍ୟାହ୍ନରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଦ୍ୟୁତ୍‌ କାଟ ଜନ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ବେଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପଶି ଜମି ରହିଛି। ଅଧିକାଂଶ ସ୍ଥାନରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ପାଣି ଘେରରେ ଅନେକ ପରିବାର ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବିଶେଷ କରି କଚ୍ଚାଘରେ ରହୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁ ପନିପରିବା ଫସଲ ଉଜୁଡି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏକର ଏକର ଧାନ ଜମିରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଖଣ୍ଡପଡା ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ, କୁଆଁରିଆ, ଆମ୍ବନାଳ, ସୁନାମୁହିଁ, ଲୁଣିଝରା ଓ ଡ଼ାହୁକା ନଦୀରେ ଜଳପତନ ବୃଦ୍ଧି ପାଇଛି। ଖଣ୍ଡପଡା ସହର ସମେତ ଖଳିସାହି, ମର୍ଦ୍ଦରାଜପୁର, ବାହାଡା, ବନମାଳୀପୁର, ବେଣାଗାଡିଆ ଓ ଆଖପାଖ ଅଞ୍ଚଳରେ ନାଳପାଣି ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି। ବର୍ଷାର ପ୍ରଭାବରେ ଖଣ୍ଡପଡା- କଣ୍ଟିଲୋ, ଖଳିସାହି-ଆଡକଟା ଓ ଖଣ୍ଡପଡା-ଇଟାମାଟି ରାସ୍ତାର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇ ବିପଦସଙ୍କୁଳ ହୋଇପଡିଛି। ଖଣ୍ଡପଡା ବ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଝାଟିମାଟି ଚାଳ ଓ ଟାଇଲଛପର ଘର ମାଟିରେ ମିଶିଛି। ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ଆନୁଷଙ୍ଗିକ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri