ନିଶା ବେପାରୀଙ୍କ ଟାର୍ଗେଟ୍‌ରେ ଯୁବପିଢ଼ି

ରୂପ୍‌ସା, ୩୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଏବେ ନିଶା ବ୍ୟବସାୟୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ବାଲେଶ୍ୱର ସହର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ଚୋରା ଦେଶୀ, ବିଦେଶୀ ମଦର ପ୍ରସାର ଘଟିଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ଚୋରାମଦଠାରୁ ଆରମ୍ଭ କରି ନକଲି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ପରି ନିଶାଦ୍ରବ୍ୟର ଅବାଧ କାରବାର ଚାଲିଛି। ଜିଲା ଅଧୀନ ଫୁଲାଡ଼ି, ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, କାଦରାୟାଁ ଓ ଜଳେଶ୍ୱର ଆଦି କେତେକ ଅଞ୍ଚଳରେ ନିଶା କାରବାର ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ନିଶା ବେପାରୀମାନେ ପୋଲିସ ଓ ଅବକାରୀ ବିଭାଗ ସହ ଭିତିରିଆ ସମ୍ପର୍କ ରଖି ସେମାନଙ୍କ ବ୍ୟବସାୟ ଅବାଧରେ ଚାଲୁ ରଖିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷେ କାରବାରକୁ ବଢ଼ାଇ ଅଧିକ ମାଲାମାଲ ହେବା ଲକ୍ଷ୍ୟରେ ନିଶାବେପାରୀମାନେ ସମ୍ପ୍ରତି ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରୁଛନ୍ତି।
ଫୁଲାଡ଼ି, ହଳଦୀପଦା, ରୂପ୍‌ସା, ବସ୍ତା ଗାନ୍ଧୀଛକ, ରାଜଘାଟ ଆଦି ସ୍ଥାନରେ ଲାଇସେନ୍ସପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି । ହେଲେ ଏସବୁ ଦୋକାନରେ ମଧ୍ୟ ବେଆଇନ ଭାବେ ମଦ୍ୟପାନ କରାଯାଉଛି। ଏ ଅଞ୍ଚଳରେ ନିଶାଗ୍ରସ୍ତ ଯୁବକ ଓ ଅପରାଧୀମାନେ ବିଭିନ୍ନ ସମୟରେ ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅପରାଧ ଘଟାଉଛନ୍ତି। କେବଳ ଅଭିଯୋଗ ଆସିଲେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ସେହିପରି ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, ଜଳେଶ୍ୱର ଓ କାଦରାୟାଁ ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରୂପ୍‌ସା, ହଳଦୀପଦା ବଜାର, ବସ୍ତା ଦମକଳ ଅଫିସ୍‌ ପାଖରେ ଏକ ପଡ଼ିଆ ଓ ରେଳଷ୍ଟେଶନର ଦକ୍ଷିଣ କେବିନ ପାଖ ରେଳବିଭାଗ ନିର୍ମିତ କେତେକ ପରିତ୍ୟକ୍ତ ଘର ଏବେ ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗତ ୯ତାରିଖ ରାତିରେ ରୂପ୍‌ସା ଥାନା ଅଞ୍ଚଳରେ ଡିଏସ୍‌ପି ମନୋଜ ରାଉତ ଚଢ଼ାଉ କରି ଅଭିଯୁକ୍ତ ଲମ୍ବୋଦର ବେହେରାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫ଟି ବ୍ରାଉନସୁଗାର ପୁଡ଼ିଆ ଓ ୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତ ୧୬ତାରିଖରେ ବ୍ରାଉନସୁଗାର ର଼୍ୟାକେଟ୍‌ର ମୁଖ୍ୟ ବାଲେଶ୍ୱରର ସେକ୍‌ ରାଜାଙ୍କୁ ଗିରଫ କରିବା ପରେ ଏହି ଚୋରା କାରବାର ଉପରୁ ଧୀରେ ଧୀରେ ପର୍ଦ୍ଦା ଉଠୁଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ନାୟକ କହିଛନ୍ତି, ବେଆଇନ ନିଶା କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ଓ ପୋଲିସ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ଉଭୟ ବିଭାଗ ଏ ଦିଗରେ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।
ଡା. ମନୋଜ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯୁବଗୋଷ୍ଠୀ ନିଶାସେବନରେ ଅଭ୍ୟସ୍ତ ହେବା ଏକ ବିଡମ୍ବନା। ନିଶାର ଭୟାବହତା ଓ କ୍ଷତି ସମ୍ପର୍କରେ ସେମାନେ ଜାଣିଲା ବେଳକୁ ଏଥିରୁ ତାଙ୍କୁ ମୁକ୍ତି ମିଳିବାର ବାଟ ନ ଥାଏ। ବ୍ରାଉନସୁଗାର ସେବନ କରୁଥିବା ଲୋକେ ନିୟମିତ ନିଶାଗ୍ରସ୍ତ ହେବା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ଯେକୌଣସି ଅପରାଧ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହଁି। ଏଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଡିଏସ୍‌ପି ମନୋଜ ରାଉତ କହିଛନ୍ତି, ଜିଲାରେ ନିଶା କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଇଜି, ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

Read more

ନୂଆଦିଲ୍ଲୀ,୨।୨: ଜଣେ ଯାତ୍ରୀ ବିମାନରେ ହଙ୍ଗାମା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲ୍ ଅନୁଯାୟୀ, ଏହି ଘଟଣା…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

ନିର୍ବାଚନ କମିଶନଙ୍କୁ ମମତାଙ୍କ ଚେତାବନୀ: ଦିଲ୍ଲୀରେ ହେବ SIR ଲଢେଇ

ନୂଆଦିଲ୍ଲୀ,୨।୨: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ। ସେ ଅଭିଯୋଗ କରିଛନ୍ତି ଯେ, ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR)…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri