ନିଶା ବେପାରୀଙ୍କ ଟାର୍ଗେଟ୍‌ରେ ଯୁବପିଢ଼ି

ରୂପ୍‌ସା, ୩୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଏବେ ନିଶା ବ୍ୟବସାୟୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ବାଲେଶ୍ୱର ସହର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ଚୋରା ଦେଶୀ, ବିଦେଶୀ ମଦର ପ୍ରସାର ଘଟିଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ଚୋରାମଦଠାରୁ ଆରମ୍ଭ କରି ନକଲି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ପରି ନିଶାଦ୍ରବ୍ୟର ଅବାଧ କାରବାର ଚାଲିଛି। ଜିଲା ଅଧୀନ ଫୁଲାଡ଼ି, ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, କାଦରାୟାଁ ଓ ଜଳେଶ୍ୱର ଆଦି କେତେକ ଅଞ୍ଚଳରେ ନିଶା କାରବାର ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ନିଶା ବେପାରୀମାନେ ପୋଲିସ ଓ ଅବକାରୀ ବିଭାଗ ସହ ଭିତିରିଆ ସମ୍ପର୍କ ରଖି ସେମାନଙ୍କ ବ୍ୟବସାୟ ଅବାଧରେ ଚାଲୁ ରଖିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷେ କାରବାରକୁ ବଢ଼ାଇ ଅଧିକ ମାଲାମାଲ ହେବା ଲକ୍ଷ୍ୟରେ ନିଶାବେପାରୀମାନେ ସମ୍ପ୍ରତି ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରୁଛନ୍ତି।
ଫୁଲାଡ଼ି, ହଳଦୀପଦା, ରୂପ୍‌ସା, ବସ୍ତା ଗାନ୍ଧୀଛକ, ରାଜଘାଟ ଆଦି ସ୍ଥାନରେ ଲାଇସେନ୍ସପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି । ହେଲେ ଏସବୁ ଦୋକାନରେ ମଧ୍ୟ ବେଆଇନ ଭାବେ ମଦ୍ୟପାନ କରାଯାଉଛି। ଏ ଅଞ୍ଚଳରେ ନିଶାଗ୍ରସ୍ତ ଯୁବକ ଓ ଅପରାଧୀମାନେ ବିଭିନ୍ନ ସମୟରେ ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅପରାଧ ଘଟାଉଛନ୍ତି। କେବଳ ଅଭିଯୋଗ ଆସିଲେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ସେହିପରି ଚଷାଖଣ୍ଡ, ହଳଦୀପଦା, ରୂପ୍‌ସା, ବସ୍ତା, ଜଳେଶ୍ୱର ଓ କାଦରାୟାଁ ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରୂପ୍‌ସା, ହଳଦୀପଦା ବଜାର, ବସ୍ତା ଦମକଳ ଅଫିସ୍‌ ପାଖରେ ଏକ ପଡ଼ିଆ ଓ ରେଳଷ୍ଟେଶନର ଦକ୍ଷିଣ କେବିନ ପାଖ ରେଳବିଭାଗ ନିର୍ମିତ କେତେକ ପରିତ୍ୟକ୍ତ ଘର ଏବେ ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗତ ୯ତାରିଖ ରାତିରେ ରୂପ୍‌ସା ଥାନା ଅଞ୍ଚଳରେ ଡିଏସ୍‌ପି ମନୋଜ ରାଉତ ଚଢ଼ାଉ କରି ଅଭିଯୁକ୍ତ ଲମ୍ବୋଦର ବେହେରାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୫ଟି ବ୍ରାଉନସୁଗାର ପୁଡ଼ିଆ ଓ ୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତ ୧୬ତାରିଖରେ ବ୍ରାଉନସୁଗାର ର଼୍ୟାକେଟ୍‌ର ମୁଖ୍ୟ ବାଲେଶ୍ୱରର ସେକ୍‌ ରାଜାଙ୍କୁ ଗିରଫ କରିବା ପରେ ଏହି ଚୋରା କାରବାର ଉପରୁ ଧୀରେ ଧୀରେ ପର୍ଦ୍ଦା ଉଠୁଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ନାୟକ କହିଛନ୍ତି, ବେଆଇନ ନିଶା କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ଓ ପୋଲିସ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ଉଭୟ ବିଭାଗ ଏ ଦିଗରେ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।
ଡା. ମନୋଜ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯୁବଗୋଷ୍ଠୀ ନିଶାସେବନରେ ଅଭ୍ୟସ୍ତ ହେବା ଏକ ବିଡମ୍ବନା। ନିଶାର ଭୟାବହତା ଓ କ୍ଷତି ସମ୍ପର୍କରେ ସେମାନେ ଜାଣିଲା ବେଳକୁ ଏଥିରୁ ତାଙ୍କୁ ମୁକ୍ତି ମିଳିବାର ବାଟ ନ ଥାଏ। ବ୍ରାଉନସୁଗାର ସେବନ କରୁଥିବା ଲୋକେ ନିୟମିତ ନିଶାଗ୍ରସ୍ତ ହେବା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ଯେକୌଣସି ଅପରାଧ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହଁି। ଏଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଡିଏସ୍‌ପି ମନୋଜ ରାଉତ କହିଛନ୍ତି, ଜିଲାରେ ନିଶା କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଇଜି, ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri