ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ ଖଣି ଖନନକୁ ରୋକା ଯାଇପାରୁନି। କିଛିଦିନ ତଳେ ନୟାଗଡ ଜିଲାର ରଣପୁର ଥାନାର ସାନଗଡ଼ଠାରେ ପୋଲିସ ଗଞ୍ଜାମ ଜିଲାକୁ ଚୋରା ଚାଲାଣ ହେଉଥିବା ବଉଳମାଳ ପଥର ବୋଝେଇ ୪୦୭ ଟ୍ରକ ଜବତ କରିଥିଲା। ଏହାକୁ ଏସ୍‌କଟରେ ନେଉଥିବା ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିଳିଥିବା ସୂଚନା ଅନୁସାରେ, ନରଣଗଡ଼ରୁ ବେଆଇନ ଭାବେ ବଉଳମାଳ ପଥର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଜିଲାକୁ ଚାଲାଣ ହେଉଛି। ତହସିଲ ପକ୍ଷରୁ ଚଢ଼ାଉ କରାଯାଉ ନ ଥିବାରୁ ଖଣି ମାଫିଆମାନେ ଲକ୍ଷାଧିକ ଟଙ୍କାର ବଉଳମାଳ ପଥର ମାଗଣାରେ ଲୁଟ୍‌ କରି ଲାଭବାନ ହେଉଛନ୍ତି।
ବଉଳମାଳ ମୁଣ୍ଡିଆ ନିଲାମ କରା ନ ଗଲେ ଯେପରି ଚୋରି ଓ ଲୁଟ୍‌ ବଢ଼ି ଚାଲିଛି ତାହା ବଢ଼ିବ। ସରକାର ରାଜସ୍ବ ହରାଇ ଚାଲିବେ। ଯଦି ବେଆଇନ ଖଣି ଖନନ ଉପରେ ଲଗାମ ଲଗାଯାଇ ପାରନ୍ତା ତେବେ ନିଲାମ କରିବା ଦରକାର ପଡ଼ନ୍ତା ନାହିଁ। ଚୋରି ରୋକିବାକୁ ନିଲାମ ନିହାତି ଦରକାର ବୋଲି ଦାବି ହେଉଛି। ଏ ନେଇ ଖୋର୍ଦ୍ଧା ଉପଜିଲାପାଳଙ୍କ ଦାୟିତ୍ୱରେ ଥିବା ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ କୁହନ୍ତି, ବଉଳମାଳ ପଥର ଥିବା ମୁଣ୍ଡିଆଗୁଡିକ ନିଲାମ ପାଇଁ ପ୍ରୋସେସିଂ ଚାଲିଛି। ଆସନ୍ତା ଡିସେମ୍ବରରେ ନିଲାମ ଦିଆଯିବାକୁ ପ୍ରସ୍ତାବ ରହିଛି। ତହସିଲ ପକ୍ଷରୁ ଆଗକୁ ଚଢାଉ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri