ନିର୍ମାଲ୍ୟ ସମ୍ମାନ ସମାରୋହ: ରାଇମୋହନଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ପୁରୀ ଅଫିସ, ୨ା୧୧: ନିର୍ମାଲ୍ୟ ସଙ୍ଗଠନ ଆନୁକୂଲ୍ୟରେ ଶୁକ୍ରବାର ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ନିର୍ମାଲ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଅଭିନେତା ରାଇମୋହନ ପରିଡ଼ାଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏଥିସହିତ ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା, ଅନିଷା, ଅନୁଭା, ଅଭିନେତା ମଣ୍ଟୁ, ଅର୍ଦ୍ଧେନ୍ଦୁଙ୍କୁ ସମ୍ମାନିତ କରାଯାଇଛି। ଟେଲି ଅଭିନେତା ବରଦା ଓ ମହାପ୍ରସାଦଙ୍କୁ ଶ୍ରେଷ୍ଠ ଖଳନାୟକ, ତ୍ରିଭୂବନ ପଣ୍ଡାଙ୍କୁ ହାସ୍ୟ ଅଭିନେତା, ପ୍ରେରଣା ଓ ଅଶ୍ୱିନୀଙ୍କୁ ଶ୍ରେଷ୍ଠ ଉଦ୍‌ଘୋଷକ, ପରିବେଶବିିତ ଜଗନ୍ନାଥ ବସ୍ତିଆ, କାର୍ଯ୍ୟକ୍ରମ ପ୍ରଯୋଜକ ଅବିନାଶ ଚୌଧୁରୀ, ଶିକ୍ଷାବିତ୍‌ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୀତାମ୍ବର ମିଶ୍ର ଏବଂ ବରିଷ୍ଠ ସ୍ଥପତି ଅଭିଜିତ୍‌ ଅଧିକାରୀଙ୍କୁ ନିର୍ମାଲ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।
ନିର୍ମାଲ୍ୟ ସଭାପତି ତଥା ଗୀତିକାର ବଦ୍ରି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଏମ୍‌ପି ପିନାକୀ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ଶିକ୍ଷାବିତ୍‌ ପ୍ରଫେସର ହରେକୃଷ୍ଣ ମହାପାତ୍ର, ଓଡ଼ିଶା ଟେଲିଭିଜନ ନେଟୱର୍କ ଡିଜିଏମ ଶ୍ୟାମପ୍ରସାଦ ମିଶ୍ର, କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଭୁଦତ୍ତ ସୁବୁଦ୍ଧି, ବରିଷ୍ଠ ସେବାୟତ ଭଗବାନ ମହାସୁଆର, ଉପଦେଷ୍ଟା ଭରତ ନାୟକ, ଉତ୍ସବ ସଂଯୋଜକ ପ୍ରୀତମ ଜଗଦ୍ଦେବ, ସାମାଜିକ କର୍ମୀ ଦୁର୍ଗାଦାସ ମହାପାତ୍ର, ପୁଲିନ ବିହାରୀ ଆଚାର୍ଯ୍ୟ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ବିଶ୍ୱନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଚିତ୍ରଭାନୁ ମହାନ୍ତି, ରାଇଜିଂଷ୍ଟାର କଣ୍ଠଶିଳ୍ପୀ ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ଇପ୍‌ସିତା ପଣ୍ଡା, ରାଜେନ୍ଦ୍ର ମିଶ୍ର, ସଂଗ୍ରାମ, ସସ୍ମିତା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ମଧୁସୂଦନ ମିଶ୍ର, ଶ୍ୟାମପ୍ରକାଶ ସେନାପତି, ଶମ୍ଭୁନାଥ ମହାଳିକ, ଜଗନ୍ନାଥ ସାହୁ, ଶିବସୁନ୍ଦର ମିଶ୍ର, ମାନସ ପୁଷ୍ପାଳକ ଓ ବିଷ୍ଣୁଚରଣ ବରାଳ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri