ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ ଅସ୍ଥାୟୀ ପରିବା ହାଟ କରାଯାଉଛି। ଶନିବାର ଓ ମଙ୍ଗଳବାର ସପ୍ତାହକୁ ଦୁଇଥର ହାଟ ବସୁଛି। ଏହି ହାଟରୁ ନିୟନ୍ତ୍ରିତ ବଜାର କମିଟି ଅର୍ଥ ଆଦାୟ କରୁଥିବାବେଳେ ଦୁଇଟି ସଂସ୍ଥା ଯଥା-ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ପରିବା ବ୍ୟବସାୟୀ ସଂଘ ଚାନ୍ଦା ଆଦାୟ କରୁଛନ୍ତି। ଚାଷୀ ଓ ବେପାରୀ ବ୍ୟବସାୟ ସାରି ସମସ୍ତ ଆବର୍ଜନାକୁ ସେଇଠି ଗଦେଇଦେଇ ଯାଆନ୍ତି। ଉକ୍ତ ଆବର୍ଜନାକୁ ସପ୍ତାହକୁ ଦୁଇଥର ଅର୍ଥାତ ବୁଧବାର ଓ ରବିବାର ନିୟନ୍ତ୍ରିତ ବଜାର କମିଟି ଉଠାଇବାର ନିୟମ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପରିଲିଖିତ ହେଉନାହିଁ। କେବଳ କାଗଜକଲମରେ ଏସବୁ ଚାଲିଛି। ମାସେ ଦୁଇମାସରେ ଥରେ ଆବର୍ଜନା ଉଠାଉଥିଲେ ମଧ୍ୟ ସପ୍ତାହକୁ ଦୁଇଥର ସଫେଇ ହେଉଥିବା ଦର୍ଶାଇ ବଜାର କମିଟି ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଏଠାରେ ପରିବା ହାଟ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାରୁ ତତ୍‌କାଳୀନ ବିଧାୟକ ଡା. ଦାମୋଦର ରାଉତ ପରିବା ହାଟ ତାଳଦଣ୍ଡା କେନାଲବନ୍ଧର ଉତ୍ତର ପାର୍ଶ୍ୱରେ ନିର୍ମାଣ କରିବା ପାଇଁ ପରମାର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ହାଟ ନିର୍ମାଣ ପାଇଁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱହେବ ବ୍ଲକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷଟଙ୍କା ବ୍ୟୟ ଅଟକଳ କରାଯିବା ସହ ଜଳସେଚନ ବିଭାଗରୁ ଅନୁମତି ମଧ୍ୟ ଆସିସାରିଛି। ହେଲେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁନାହିଁ। ସେହିପରି ମେଳଣ ପଡ଼ିଆ ଦୋଳ ମେଳଣ ଓ ପୂଜା ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାରେ ହାଟ ବସିବା କଥା ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉକ୍ତ ପଡିଆ ବଜାରର ମଧ୍ୟସ୍ଥଳରେ ଥିବାରୁ ଦୈନିକ ହଜାର ହଜାର ଲୋକ ବଜାରର ଚର୍ତୁଦିଗକୁ ଏହି ପଟେ ଯାଆସ କରନ୍ତି। ତେବେ ଏଠାରେ ଜମା ହୋଇଥିବା ଅଳିଆ ଗଦାକୁ ଦେଖିଲେ ଯେକେହି ଭ୍ରମରେ ପଡିବେକି ଏହା ମେଳଣ ପଡିଆ ନା ଡମ୍ପିଂୟାର୍ଡ? ଏହି ଆବର୍ଜନା ଗଦାରୁ ଯେଉଁ ଦୁର୍ଗନ୍ଧ ବାହାରୁଛି ତାହା ବଜାରକୁ ପ୍ରଦୂଷିତ କରୁଛି। ପରିବା ହାଟ ସଫେଇ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ହାଟ ବାରିର ପରଦିନ ସଫେଇ କରାଯାଉଛି। ଏସବୁ ଦାୟିତ୍ୱ ସ୍ଥାନୀୟ ହାଟ ଦଣ୍ଡିଆଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥାପି ଯଦି ଏଥିରେ ଅବହେଳା କରାଯାଉଥିବା ଜଣାଯାଏ ସେ ସମ୍ପର୍କରେ ଦାଣ୍ଡିଆକୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି। ସ୍ଥାୟୀ ପରିବା ହାଟ ସମ୍ପର୍କରେ କୁଜଙ୍ଗ ସଦର ସରପଞ୍ଚ ଭାରତ ଭୂଷଣ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏକ ବର୍ଷ ପୂର୍ବରୁ ପରିବାହାଟ ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତହା ପୁଣି ବ୍ଲକ ଉନ୍ନୟନ ପାଣ୍ଠିରୁ। ହେଲେ ବ୍ଲକ ପ୍ରଶାସନ ଚିହ୍ନଟ ସ୍ଥାନରେ ପରିବା ହାଟ ନିର୍ମାଣ ନ କରି କାହିଁ ଚୁପ୍‌ ବସିଛନ୍ତି ସେ ହିଁ କହିବେ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ସନ୍ତୋଷ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ପରିବା ହାଟ ନିର୍ମାଣ ସମ୍ପର୍କରେ କ’ଣ ନିଷ୍ପତ୍ତି ହୋଇଛି ତାଙ୍କୁ ଜଣାନାହିଁ। ତେଣୁ ଏହି ସମସ୍ୟା ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ବିଭିନ୍ନ ସଙ୍ଗଠନ, ଚାଷୀ ଓ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ‘ପୂଜାରା’! କମାଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତ ‘ଏ’ ପକ୍ଷରୁ ଖେଳୁଥିବା…

ଈଶାନ କିଶନଙ୍କ ଆଧିପତ୍ୟ ବିପଦରେ: ଅଭିଷେକଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ, ୨୬।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ ଅକ୍ଟୋବର ୨୭ ତାରିଖରେ ଖେଳାଯିବ। ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ…

ପୁଜାରାଙ୍କ ବେଷ୍ଟ ODI ଏକାଦଶରେ ୬ ଭାରତୀୟ, ବାଦ ପଡ଼ିଲେ ଏହି କ୍ରିକେଟର

ନୂଆଦିଲ୍ଲୀ, ୨୬।୧୦: ଭାରତର ଅଭିଜ୍ଞ କ୍ରିକେଟର ଚେତେଶ୍ୱର ପୁଜାରା ନିଜର ସର୍ବଶ୍ରେଷ୍ଠ ଦିନିକିଆ (ODI) ପ୍ଲେଇଂ ଏକାଦଶ ଚୟନ କରିଛନ୍ତି। ଏହି ଦଳରେ ୧୧ ଜଣ ଖେଳାଳିଙ୍କ…

ପୋଲିସ ହାବୁଡ଼ରେ ୨ ଗଞ୍ଜେଇ ବେପାରୀ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଦଶହରା ଏବଂ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଚୋରି, ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଗଞ୍ଜେଇ…

୧୦୦ ବର୍ଷ ପରେ ନିର୍ମାଣ ହେବ ନୂଆ କୋଠା, ୪ କୋଟି ଟଙ୍କା ହେବ ବ୍ୟୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟର ନୂତନ କୋଠା ପ୍ରାୟ ୧୦୦ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଲାଲସିଂ…

ମନ୍ଦିର ତାଲା ଖୋଲି ଦାନବାକ୍ସ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଅମରପାଲି,୨୬।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହରର ତ୍ରିବେଣୀ ଛକ ସ୍ଥିତ ଦୁର୍ଗା ମନ୍ଦିରରୁ ଦାନବାକ୍ସ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମନ୍ଦିର କମିଟି ପକ୍ଷରୁ…

ବାତ୍ୟାକୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦କିମି ବେଗରେ ବହିବ ପବନ

ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ବେଗରେ ପବନ ବହିବ…

ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଫେରାଇଥିଲେ ଜିଏସ୍‌ଟି ଫେରିପାଇବେ ବିମାନ କମ୍ପାନୀ

ନୂଆଦିଲ୍ଲୀ,୨୬ା୧୦: ବାତିଲ ବିମାନ ଟିକେଟକୁ ନେଇ ଜିଏସ୍‌ଟି ଆପିଲେଟ ଟ୍ରିବ୍ୟୁନାଲ(ଜିଏସ୍‌ଟିଏଟି) ଏ ରାୟ ଦେଇଛନ୍ତି। ଯଦି ବାତିଲ ହୋଇଥିବା ବିମାନ ଟିକେଟ ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ଯାତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?