ନିର୍ମାଣ କାମ ପାଇଁ ୧୨ ଟ୍ରେନ୍‌ ବାତିଲ: କେତେକ ସମୟ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର/ବାମରା,୧୨।୧୨ (ବୁରୋ/ଡି.ଏନ.ଏ.): ଦକ୍ଷିଣ ପୂର୍ବ ରେଲଓ୍ବେ ଚକ୍ରଧରପୁର ମଣ୍ଡଳ ଝାରସୁଗୁଡା ସେକ୍ସନ ବାମରା ଷ୍ଟେଶନରେ ଉନ୍ନୟନ କାମ ଓ ତୃତୀୟ ରେଳ ଲାଇନର ପ୍ରଗତି କାର୍ଯ୍ୟ ପାଇଁ ୧୨ଟି ଟ୍ରେନକୁ ବାତିଲ କରାଯାଇଛି। ଏହା ସହ କେତେକ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଝାରସୁଗୁଡା ଓ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ବାତିଲ କରାଯାଇଛି। ୫୮୧୩୧/୫୮୧୩୨ ରାଉରକେଲା-ପୁରୀ ପାସେଞ୍ଜର, ୫୮୧୧୧/୫୮୧୧୨ ଟାଟାନଗର-ଇତବାରି ପାସେଞ୍ଜର, ୬୮୦୩୦/୬୮୦୨୯ ଝାରସୁଗୁଡା- ରାଉରକେଲା ମେମୁ ପାସେଞ୍ଜର, ୬୮୧୬୨/୬୮୧୬୧ ଝାରସୁଗୁଡା-ହାଟିଆ ପାସେଞ୍ଜର, ୫୮୧୧୩/୫୮୧୧୪ ଟାଟାନଗର-ବିଲାସପୁର ପାସେଞ୍ଜର ଟ୍ରେନ ଗୁଡିକ ୧୨ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଉଭୟ ପଟରୁ ବାତିଲ ରହିବ ବୋଲି ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୨୨୮୮୫/୨୨୮୮୬ ଲୋକମାନ୍ୟ ତିଳକ ଟର୍ମିନାଲ ଟାଟାନଗର ଅନ୍ତୋଦୟ ଏକ୍ସପ୍ରେସ ୧୫ ଓ ୧୬ ତାରିଖ ନିଜ ଗନ୍ତବ୍ୟଠାରୁ ବାତିଲ ରହିବ। ୧୨୮୭୨ ଟିଟିଲାଗଡ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ଟିଟିଲାଗଡଠାରୁ ସକାଳ ୫.୧୫ ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ୮.୧୫ରେ ଛାଡିବ। ୧୨୮୬୯ ହାୱଡା ମୁମ୍ବାଇ ଏକ୍ସପ୍ରେସ ଦେଢ଼ ଘଣ୍ଟା ବିଳମ୍ବରେ ଚାଲିବ। ୧୮୩୧୦/୧୮୩୦୯ ସମ୍ବଲପୁର-ଜମ୍ମୁତାବି ଏକ୍ସପ୍ରେସ ସମ୍ବଲପୁର ପରିବର୍ତ୍ତେ ରାଉରକେଲାରୁ ଛାଡି ଫେରିବା ବେଳକୁ ରାଉରକେଲା ପର୍ଯ୍ୟନ୍ତ ରହିବ। ବାମରା ଦେଇ ଚଳାଚଳ କରୁଥିବା ଅନ୍ୟାନ୍ୟ ଟ୍ରେନ ଗୁଡିକ ମଧ୍ୟ ଝାରସୁଗୁଡା ସେକ୍ସନ ଦ୍ୱାରା ନିୟନ୍ତ୍ରଣ ହେବ ବୋଲି ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri