‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ ନିନ୍ଦା କରୁଥିବା ବେଳେ ଆଉ କେତେକ ସ୍ବାଗତ କରୁଛନ୍ତି। ବ୍ରହ୍ମପୁରରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପୂର୍ବାହ୍ନରେ ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା ଗଣତନ୍ତ୍ରର ହତ୍ୟା ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଯଦି କ୍ୟାମ୍ପସ୍‌ରେ ହିଂସା ଦେଖାଦେଉଛି, ତେବେ ସରକାର ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେଇ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା କଥା ।
କିନ୍ତୁ ବାତିଲ୍‌ କରିବା ଅପରଗତାର ପରିଚୟ। ନିର୍ବାଚନ ବଦଳରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ମନୋନୀତ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ଚୟନ ଦ୍ୱାରା ଶାସକ ଦଳ ସମର୍ଥିତ ପ୍ରାର୍ଥୀମାନେ ହିଁ ସୁଫଳ ପାଇବେ। ଅନ୍ୟପଟେ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କ୍ୟାମ୍ପସ୍‌ ଚଳାଇବେ । ଫଳରେ କ୍ୟାମ୍ପସ୍‌ର ମୂଳ ସମସ୍ୟାଗୁଡ଼ିକ ଦୂର ହୋଇପାରିବନି । ଯଦି ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଜିଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ଉଦ୍ଧବ ମହାଙ୍କୁଡ଼, ଡି.ତିରୁପତି ଦୋରା, ରଞ୍ଜନ ସେଠୀ, କିଶାନ୍‌ ସାହୁ ଓ ପପୁନ୍‌ ସାହୁ ପ୍ରମୁଖ ଭାଗ ନେଇଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ମଧ୍ୟ ନିର୍ବାଚନ ବାତିଲ୍‌ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସଂଗଠନର ଗଞ୍ଜାମ ବିଭାଗ ସଂଯୋଜକ ତୁତୁନ୍‌ ପାତ୍ର କହିଛନ୍ତି, ନିର୍ବାଚନ ବନ୍ଦ କରିଦେବା ପଛର ରହସ୍ୟ କ’ଣ ହେଇଥାଏ ପରେ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ୧୧୨ ଆସନ ଜିତିବା ପରେ ମଧ୍ୟ ସାଧାରଣ ଛାତ୍ରୀଛାତ୍ରଙ୍କୁ ଏତେ ଭୟ କାହିଁକି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜେ ଦିନେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଥିଲେ। ସେ ନିଜେ ନିର୍ବାଚନ ବାତିଲ ନିଷ୍ପତ୍ତି ନେବା ବେଳେ ଟିକେ ମଧ୍ୟ ଚିନ୍ତା କଲେ ନାହିଁ। ଗତ କିଛି ଦିନ ହେବ ମନ୍ତ୍ରୀ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ବିଦ୍ୟାର୍ଥୀଙ୍କ ସ୍ବାଗତ ଉତ୍ସବରେ ଯୋଗଦେବା, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଅଧକ୍ଷମାନଙ୍କ ସହ କଥା ହେବା ସବୁ ନାଟକ ବାଜି ଥିଲା। ଆଜିର ଛାତ୍ର, ଆଗାମୀ ଦିନର ନାଗରିକ। ସେମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ସହ ପରିଚିତ କରିବା ବଦଳରେ ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ବନ୍ଦ କରିବା ନିନ୍ଦନୀୟ। ଏହାର ଜବାବ୍‌ ଆଗାମୀ ଦିନରେ ଛାତ୍ର ସମାଜ ଦେବ ବୋଲି ସେ କହିଛନ୍ତି । ସେହିଭଳି ପୂର୍ବତନ ଛାତ୍ର ନେତା ତଥା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସମ୍ପାଦକ, କଂଗ୍ରେସ ନେତା ପୀତବାସ ପଣ୍ଡା ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ କଳା ଟଙ୍କା, ବାହୁବଳ, ଶାସନକଳ ଓ ରାଜନତିକ କ୍ଷମତାର ଅପବ୍ୟବହାର ହିଁ ହିଂସାର କାରଣ। ଏହାର ନିରାକରଣ ପରିବର୍ତ୍ତେ ନିର୍ବାଚନ ବନ୍ଦ କରିବା କିମ୍ବା ପଛ ଦୁଆର ଦେଇ ନିଜ ସମର୍ଥିତ ଛାତ୍ରୀଛାତ୍ରଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ନିନ୍ଦନୀୟ। ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଏନ୍‌. ଧନଞ୍ଜୟ ରାଓ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେହିଭଳି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ସଚିନ କୁମାର ପଣ୍ଡା ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।
କ୍ୟାମ୍ପସ୍‌ରେ ଶିକ୍ଷାର ମାନ ବଢ଼ିବ।
ବିଶୃଙ୍ଖଳା ଦେଖାଦେବ ନାହିଁ।
୭୫ପ୍ରତିଶତ ଉପସ୍ଥାନକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ଉନ୍ନତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

ମାଡି ଆସୁଛି ଝଡ଼ ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri