ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ୨ ପୃଥକ ମାମଲା: ଯୁବନେତା ବେଣୁମାଧବ ଗିରଫ

ସିମୁଳିଆ, ୧୨।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କାଞ୍ଚପଡ଼ା ପଞ୍ଚାୟତ ଅଧୀନ ଡିଆଁପୁରୁଷୋତ୍ତମପୁର ଗଁାରେ ବୁଧବାର ବିବାହ ଚତୁର୍ଥୀ ଭୋଜି ବେଳେ ଘଟିଥିବା ଗଣ୍ଡଗୋଳ ଘଟଣା ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରିଛି। ଘଟଣାର ଦିନକ ପରେ ଶୁକ୍ରବାର ପୋଲିସ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବଙ୍କ ସମେତ ଦୁଇ ପକ୍ଷର ୩ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ନିର୍ବାଚନ ସମୟର ବିଦ୍ୱେଷ ଗଣ୍ଡଗୋଳର କାରଣ ବୋଲି ଚର୍ଚ୍ଚା ହେଉଛି। ବୁଧବାର ରାତିରେ ଗଣ୍ଡଗୋଳ ଘଟିବା ପରେ ପୋଲିସ ଗୋଟିଏ ଗୋଷ୍ଠୀର ଦୁଇଜଣଙ୍କୁ ଥାନାକୁ ଧରିନେଇ ଅଟକ ରଖିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଗୁରୁବାର ଥାନା ଆଗରେ ଧାରଣା ଦେଇଥିଲେ।
ସିମୁଳିଆ ଥାନା ପୋଲିସ ପକ୍ଷରୁ କୁହାଯାଇଛି ଯେ, ବିବାହ ଭୋଜିରେ ଗଣ୍ଡଗୋଳ ଘଟଣା ନେଇ ବନିତା ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଦଫା ୪୫୭, ୨୯୪, ୩୨୩, ୩୫୪(ବି), ୫୦୬, ୩୪ଆଇପିସିରେ ମାମଲା (ନଂ. ୧୮୨/୧୯) ରୁଜୁ କରି ବେଣୁମାଧବଙ୍କୁ ଶୁକ୍ରବାର ବାଲେଶ୍ୱରରୁ ଗିରଫ କରିଛି। ସେହିପରି ଗଙ୍ଗାଧର ଦଳାଇଙ୍କ ଅଭିଯୋଗ ଅନୁଯାୟୀ ଦଫା ୨୯୪, ୩୨୩, ୫୦୬ ଓ ୩୪ ଆଇପିସିରେ ପୋଲିସ ଅନ୍ୟ ଏକ ମାମଲା (ନଂ. ୧୮୧/୧୯) ରୁଜୁ କରି ଲକ୍ଷ୍ମୀକାନ୍ତ ପଣ୍ଡା ଓ ଭୀମସେନ ପଣ୍ଡାଙ୍କୁ ଗିରଫ କରିଛି। ଗତ ୧୦ତାରିଖ ରାତିରେ ଡିଆଁପୁରୁଷୋତ୍ତମପୁରରେ ଆୟୋଜିତ ଏକ ବିବାହ ଚତୁର୍ଥୀ ଭୋଜିକୁ ଯୁବନେତା ବେଣୁମାଧବ ବାଲେଶ୍ୱରରୁ ଜଣେ ସହଯୋଗୀ ରଞ୍ଜନ ମଲିକ ଓ ଅନ୍ୟ କେତେଜଣଙ୍କ ସହ ଆସିଥିଲେ। ଭୋଜି ଖାଇ ସାରିବା ପରେ କୌଣସି କାରଣରୁ ଲକ୍ଷ୍ମୀକାନ୍ତ ଓ ବେଣୁମାଧବଙ୍କ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ସଂଘର୍ଷ ଘଟିଥିଲା। ଏଥିରେ ବେଣୁମାଧବଙ୍କ ସହଯୋଗୀ ରଞ୍ଜନ ଗୁରୁତର ଆହତ ହୋଇଥିଲେ। ପୋଲିସ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ସେଠାରେ ଏକ ଗୋଷ୍ଠୀ ପକ୍ଷରୁ ପୋଲିସକୁ ଧମକ ଦିଆଯାଉଥିବାର ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲକ୍ଷ୍ମୀକାନ୍ତଙ୍କ ମୁଣ୍ଡରେ ପ୍ରତିପକ୍ଷ ବନ୍ଧୁକ ଲଗାଇ ତାଙ୍କ ସ୍ତ୍ରୀ ବନିତାଙ୍କୁ ଗାଳିଗୁଲଜ କରାଯାଇଥିବା ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷେ କୌଣସି କାରଣ ନ ଥାଇ ଅତିଥି ରଞ୍ଜନଙ୍କୁ ଆକ୍ରମଣ କରାଯାଇଥିବା ନେଇ ଗଙ୍ଗାଧର ଦଳାଇ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ନିର୍ବାଚନ ପରବର୍ତ୍ତୀ ହିଂସା ରୂପ ନେଇଥିବାରୁ ପୋଲିସ ଓ ପ୍ରଶାସନ ସତର୍କତାର ସହ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ଥାନା ଆଗରେ ଗ୍ରାମବାସୀଙ୍କ ସମେତ ବହୁ ବିଜେଡି କର୍ମୀ ଧାରଣା ଦେବା ଖବର ପାଇ ବାଲେଶ୍ୱର ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ ସେଠାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାର ତଦନ୍ତ କରିଥିଲେ। ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଥାନାରେ ଧାରଣା ଜାରି ରହିଥିଲା। ଯୁବନେତା ବେଣୁମାଧବଙ୍କୁ ପୋଲିସ ଗିରଫ କରିବା ପରେ ଅପରାହ୍ନ ୩ଟା ୪୦ ମିନିଟ୍‌ରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଯୁବନେତା ବେଣୁମାଧବ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ହିଂସାକୁ ନେଇ ତାଙ୍କ ସହଯୋଗୀ ରଞ୍ଜନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଏହାର ପ୍ରତିବାଦ କରିବାରୁ ତାଙ୍କ ନଁାରେ ମିଥ୍ୟା ମକଦ୍ଦମା କରାଯାଇଛି। ଏ ସମ୍ପର୍କରେ ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲଙ୍କୁ ପଚାରିବାରୁ ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଉଭୟ ପକ୍ଷର ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri