ନିର୍ଦ୍ଦେଶନାମାର ପ୍ରୟୋଗ କମ୍‌, ପ୍ରଚାର ଅଧିକ: କାହା ପାଇଁ ତାଲା, କାହା ପାଇଁ ଖୋଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନାକୁ ରୋକୁଥିବା ମୁଖ୍ୟଅସ୍ତ୍ର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କ୍ଷେତ୍ରରେ ସାଲିସ୍‌ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ତାଲାବନ୍ଦ ଥିବାବେଳେ ବଡ଼ ବ୍ୟବସାୟୀଙ୍କ ପାଇଁ ଭୁବନେଶ୍ୱର ବଜାର ଖୋଲା ରହିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସୂଚନାଥାଉ କି, ଗୋଟିଏ ସ୍ଥାନରେ କିମ୍ବା ଗୋଟିଏ ଛାତ ତଳେ ୫ରୁ ଊର୍ଦ୍ଧ୍ୱ ଦୋକାନ ଥିଲେ ତାହାକୁ ମାର୍କେଟ କମ୍ପ୍ଲେକ୍ସ ଘୋଷଣା ସହ ସେଠାରେ ଦୋକାନଗୁଡ଼ିକୁ ବନ୍ଦ ରଖାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ହେଲେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏବେ ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ବିଏମ୍‌ସିର କେତେଜଣ ଅଧିକାରୀ ହାତଗୁଞ୍ଜା ନେଇ ଦୋକାନ ଖୋଲିବାକୁ ବ୍ୟବସାୟୀଙ୍କୁ ଅନୁମତି ଦେଇଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଦେଶ ଉଲ୍ଲଂଘନ କରି ବ୍ୟବସାୟ ମେଲିଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଞ୍ଚତ୍ତ ଦୋକାନୀମାନେ ଦାବି କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ବ୍ୟବସାୟିକ ଅଞ୍ଚଳ କୁହାଯାଉଥିବା ଜନପଥ, ବାପୁଜୀନଗର, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ପାର୍ଶ୍ୱ, ରାଜମହଲରୁ ଏଜି ଛକ, ସିଆର୍‌ପି ଛକ ନିକଟ ବିଲ୍ଡିଂଗୁଡ଼ିକରେ ଏକାଧିକ ଦୋକାନ ଘର ଖୋଲା ରହୁଛି। ଏପରି କି ଜନପଥ କଡ଼ରେ ଥିବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌, ଗହଣା ଦୋକାନଗୁଡ଼ିକ ମଧ୍ୟ ଖୋଲା ରହୁଥିବା ନଜରକୁ ଆସିଛି।

ଏ ସମ୍ପର୍କରେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, କେଉଁଠି କେଉଁ ଦୋକାନ ଖୋଲା ରହିବ ତାର ନିଷ୍ପତ୍ତି କମିଶନର ଚୌଧାରୀ ନେଉଛନ୍ତି। ମୁଖ୍ୟତଃ ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ବ୍ୟବସାୟୀମାନେ ଖୋଲିପାରିବେ ବୋଲି ଅନୁମତି ଦିଆଯାଇଛି। କେତେଜଣ ବ୍ୟବସାୟୀ ବିଏମ୍‌ସିର ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି। ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି ଡେପୁଟି କମିଶନର ରଥ କହିଛନ୍ତି। ତେବେ ଏନେଇ ବିଏମ୍‌ସି କମିଶନରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

ଉଲ୍ଲେଖଯୋଗ୍ୟ, ଦୋକାନ ବନ୍ଦ ଯୋଗୁ ଦୀର୍ଘଦିନ ଧରି ହାତବାନ୍ଧି ବସିଥିବାରୁ ପ୍ରତିଷ୍ଠାନ ଖୋଲି ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ବ୍ୟାକୁଳ ହେବା ସ୍ବାଭାବିକ୍‌। କିନ୍ତୁ ନିର୍ଦ୍ଦେଶ ପ୍ରୟୋଗରେ ଭେଦଭାବ କରାଯିବାରୁ ଓ ବିଏମ୍‌ସି ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିବା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଦୋକାନ ଖୋଲିପାରୁ ନାହାନ୍ତି। ଏଥିନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିଏମ୍‌ସି ନିର୍ଦ୍ଦେଶନାମା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି। ସାମଜିକ ଦୂରତ୍ୱ ନିୟମକୁ ପାଳନ କରି ନିୟନ୍ତ୍ରଣରେ ବ୍ୟବସାୟ ହେଲେ ସଂକ୍ରମଣରୁ ରକ୍ଷା ମିଳିବା ସହ ସହରର ଅର୍ଥନୀତି ଗାଡ଼ି ମଧ୍ୟ ଗଡ଼ିବା ଆରମ୍ଭ କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri