ନିରୁତ୍ସାହିତ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ କାର୍ଯ୍ୟକ୍ରମରେ ସ୍ବଳ୍ପ ଉପସ୍ଥିତିକୁ ଦେଖି ବାବୁମାନେ ନିରୁତ୍ସାହିତ ହୋଇ ପଡ଼ିଥିଲେ। ସାଧାରଣତଃ ଏ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଗହଳି ହୁଏ। କିନ୍ତୁ ଏଥର ଏହା ଅତି ଛୋଟ ଥିଲା ଓ ଆଦୌ ଆଖିଦୃଶିଆ ନ ଥିଲା। କେତେକଙ୍କ କହିବା ଅନୁସାରେ, ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ (ଅପ୍ରାସଙ୍ଗିକ ଦିଲ୍ଲୀବାବୁ ବୋଲି ବୁଝନ୍ତୁ) ଏବଂ ରାଷ୍ଟ୍ରପତିଙ୍କ ପୁରୁଣା ପାର୍ଶଦ ବା କର୍ମଚାରୀ ଓ ତୋଷାମଦିଆମାନଙ୍କୁ ଦେଖିବାକୁ ମିଳି ନ ଥିଲା। ରାଷ୍ଟ୍ରପତି କୋବିନ୍ଦ ଉଚିତ ଅନୁଚିତର ବିଚାର କରୁଥିବା ଜଣେ ଶୃଙ୍ଖଳିତ ବ୍ୟକ୍ତି ହୋଇଥିବାରୁ ସେ ଏପରି କି ଘନିଷ୍ଠ ପରିବାର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ତାଲିକାରେ ଅନ୍ତର୍ଭୁକ୍ତ କରି ନ ଥିଲେ। ଅତୀତରେ ଏହା ଥିଲା ଲାଚେନ୍ସ ଦିଲ୍ଲୀ (ଦିଲ୍ଲୀର ଏକ ସ୍ଥାନ ଯାହା ଦିଲ୍ଲୀ ନଗରୀର ସ୍ଥପତି ଲାଚେନ୍ସଙ୍କ ନାମରେ ନାମିତ)ର ଏକ ବଡ଼ ଉତ୍ସବ। ଏଣୁ ଏହି ଉତ୍ସବକୁ ଲଘୁ କରିଦିଆଯିବା ଫଳରେ ଏଥିରୁ ଉପକୃତ ହେଉଥିବା ବ୍ୟକ୍ତିମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଯୋଗ ଦେଇଥିବା ବାବୁମାନଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ଥିଲା। ସବୁ ବର୍ଷ ବହୁ ସଂଖ୍ୟାରେ ସଚିବ, ଅତିରିକ୍ତ ଓ ଯୁଗ୍ମ ସଚିବ ସେମାନଙ୍କ ପତ୍ନୀମାନଙ୍କ ସହ ଏହି ଉତ୍ସବରେ ଯୋଗ ଦେଉଥିଲେ। ଏଥିରେ ଯୋଗ ଦେଉଥିବା ଦିଲ୍ଲୀର ବଡ଼ ବଡ଼ ବ୍ୟବସାୟୀ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସେମାନଙ୍କ ସହ ସାମାଜିକ ଭାବେ ମିଳାମିଶା କରିବାର ସୁଯୋଗ ପାଉଥିଲେ। ସେମାନଙ୍କ ସଂଖ୍ୟା କମିଯିବା ଫଳରେ ସେ ସୁଯୋଗ ସଂକୁଚିତ ହୋଇଗଲା।
ସମ୍ପ୍ରତି ସଚିବ ଓ ଯୁଗ୍ମ ସଚିବ ପାହ୍ୟାରେ ଅଣ-ଆଇଏଏସ୍‌ ବାବୁଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସେମାନଙ୍କ ସହ ସାମାଜିକ ଭାବେ ମିଳାମିଶା କରିବାର ଗୁରୁତ୍ୱ ଓ ଉତ୍ସାହ ହ୍ରାସ ପାଇଲା। ଗୁରୁତ୍ୱପୂର୍ଣ୍ଣ ବାବୁମାନଙ୍କର ଅନୁପସ୍ଥିତିର ଗୋଟିଏ କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲାଲ୍‌କିଲ୍ଲା ଅଭିଭାଷଣ ପରେ ଅର୍ଥନୀତି ଉପରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ଅର୍ଥନୈତିକ ସଂକଟର ଗୁରୁତ୍ୱକୁ ସୂଚାଇବା ସହ ବାବୁମାନଙ୍କ ପାଇଁ ସ୍ବାଧୀନତା ଦିବସ ଯେ ଏକ ଛୁଟିଦିନ ନୁହେଁ, ତାହା ସୂଚାଇଥିଲା। ସ୍ପଷ୍ଟତଃ ଏହା ଏପରି ଏକ ସରକାର ଯାହା ୨୪ ଘଣ୍ଟା କାମ କରେ ଏବଂ ଆପଣଙ୍କୁ ମଧ୍ୟ କାମ କରାଯାଏ। ଆପଣ ଯଦି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆପଣ ସେହି ଧାରାରେ ପଡ଼ିବାକୁ ବାଧ୍ୟ। ବାବୁମାନେ ଏଥିରେ କ୍ଳାନ୍ତ ହୋଇପଡ଼ିବା ସହ ଅନେକେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତା’ଛଡ଼ା ଏହାପରେ ଅନେକ ବାବୁଙ୍କର ବି କିଛି ସରକାରୀ କାମ ଘରେ କରିବାକୁ ବାକି ଥିବ। ଏହି କାର୍ଯ୍ୟକ୍ରମରେ ୟୁନିଫର୍ମ ପିନ୍ଧା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଦେଖି ଭାଜପା କର୍ମୀମାନେ ଆନନ୍ଦିତ ହୋଇଥିବେ। ଅତୀତରେ ଏକ ତାରକା ବିଶିଷ୍ଟ ସେନାଧିକାରୀ ମଧ୍ୟ ଉପସ୍ଥିତ ରହୁଥିଲେ ଯାହାଙ୍କୁ ରାଷ୍ଟ୍ରପତି ସ୍ବାଗତ ଜଣାଉଥିଲେ। କିନ୍ତୁ ଏଥର ରାଷ୍ଟ୍ରପତି ଭବନରେ ଅଧିକ ସଂଖ୍ୟକ ସାହସିକତା ପୁରସ୍କାରପ୍ରାପ୍ତ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟ ତଥା ବେସାମରିକ ଅଫିସର ଉପସ୍ଥିତ ଥିଲେ। ସେମାନେ ଓ ସେମାନଙ୍କ ପରିବାର ସଦସ୍ୟମାନେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟ ଅଂଶ ଥିଲେ। ସଶସ୍ତ୍ର ସେନାର ତିନି ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ସମ୍ପର୍କରେ ସକାଳେ ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଉତ୍ସବରେ ତିନି ବାହିନୀ ମୁଖ୍ୟଙ୍କ ଉପସ୍ଥିତି ଅଧିକ ଗୁଞ୍ଜରଣ ସୃଷ୍ଟି କରିଥିଲା। କେତେକ ଗୋଷ୍ଠୀର ବାବୁଙ୍କୁ ଛାଡ଼ିଦେଲେ ସମସ୍ତେ ଏହାକୁ ସ୍ବାଗତ ଜଣାଇଥିଲେ। ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରୁ କିଏ ଏହି ଗୁରୁତ୍ୱପୂର୍ଣ୍ଣ ନୂତନ ପଦବୀରେ ଅଧିଷ୍ଠିତ ହେବେ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। କିନ୍ତୁ ଏପରି କି ହତାଶ ବାବୁମାନେ ବି ବିଭିନ୍ନ ସ୍କୁଲ ପରୀକ୍ଷାରେ ଟପର ହୋଇଥିବା ଛାତ୍ରମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ କରିବାର ନୂତନ ଧାରାକୁ ସ୍ବାଗତ କରିଥିଲେ। ଏହା ରାଷ୍ଟ୍ରପତି ଭବନରେ ନୂତନ ଧରଣର ସାଧାରଣ ଜନତାଙ୍କ ପହୁଞ୍ଚକୁ ସୁନିଶ୍ଚିତ କରିଥିଲା। କିନ୍ତୁ ଏସବୁ ଭିତରେ ରାଷ୍ଟ୍ରପତିଙ୍କ ସହ ଚା ପାନ କାର୍ଯ୍ୟକ୍ରମରେ ବାବୁମାନଙ୍କ କମ୍‌ ସଂଖ୍ୟାରେ ଉପସ୍ଥିତି ଅନେକ ବାବୁଙ୍କୁ ନିରୁତ୍ସାହିତ କରିଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri