‘ନିଯୁକ୍ତି ସଂକଟ କବଳରେ ସାରା ଭାରତ’

ବ୍ରହ୍ମପୁର ଅଫିସ୍‌,୨୦ା୧୦-କେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ଏବେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା କ୍ରମଶଃ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୀବାରେ ଲାଗିଛି। ସାରା ଦେଶରେ ଏବେ ନିଯୁକ୍ତିକୁ ନେଇ ସଂକଟ ଦେଖାଦେଇଛି । ଯେଉଁଠି ଶ୍ରମିକମାନେ ଛଟେଇ ବିରୋଧରେ ବିକ୍ଷୋଭ କରୁଛନ୍ତି, ସେଠାରେ ପୋଲିସ ସହାୟତାରେ ଆନ୍ଦୋଳନକୁ ଦମନ କରାଯାଉଛି। ଏହାର ପ୍ରତିବାଦରେ ରବିବାର ସର୍ବଭାରତୀୟ ଶ୍ରମିକ ସଂଗଠନ ‘ଇଫ୍‌ଟୁ’, ଓଡ଼ିଶା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ନେତୃତ୍ୱରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ସଂଗଠନର ଅଭିଯୋଗ ହେଲା, ଦେଶର କ୍ରମ ବର୍ଦ୍ଧମାନ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ କଳ କାରଖାନା ବନ୍ଦ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଏବଂ କର୍ମଚାରୀ ଛଟେଇ ହେଉଛନ୍ତି । ମୋଦି ସରକାର ଜାତୀୟ ସମ୍ପତ୍ତିି ରୂପେ ପରିଚିତ ବ୍ୟାଙ୍କ, ରେଳ, ବିମାନ ବନ୍ଦର ଓ ପ୍ରତିରକ୍ଷା ଉତ୍ପାଦନ ଆଦି କ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଟେକି ଦେବାକୁ ଘରୋଇକରଣ ଆରମ୍ଭ କରିଥିବା ବେଳେ ଶ୍ରମ ସଂସ୍କାର ନଁାରେ ଶ୍ରମିକମାନଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ଦୁର୍ବଳ କରିବାକୁ ଶ୍ରମ ଆଇନକୁ ଉଚ୍ଛେଦ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୂସରଣ କରି ବିଭିନ୍ନ ରାଜ୍ୟର ସରକାରମାନେ ଇତି ମଧ୍ୟରେ ଶ୍ରମିକ ଏବଂ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ନିକଟରେ ଭାଜପା ଶାସିତ ଉତ୍ତର ପ୍ରଦେଶ ସରକାର ଅର୍ଥାଭାବର ଆଳରେ ସେଠାକାର ଗୃହ ବିଭାଗରେ କାର୍ଯ୍ୟରତ ୨୫ ହଜାର ହୋମଗାର୍ଡ଼ଙ୍କୁ ଚାକିରିରୁ ଛଟେଇ କରିଛନ୍ତି । ସେହିଭଳି ତେଲେଙ୍ଗାନାର କେସିଆର୍‌ ସରକାର ସେଠାକାର ରାଜ୍ୟ ପରିବହନ ନିଗମରେ କାର୍ଯ୍ୟରତ ୪୮ ହଜାର କର୍ମଚାରୀଙ୍କୁ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଚାକିରିରୁ ବହିଷ୍କାର କରିଛନ୍ତି। ନିଜର ବିଭିନ୍ନ ନ୍ୟାୟସଙ୍ଗତ ଦାବି ନେଇ ପରିବହନ କର୍ମଚାରୀମାନେ ଗତ ୧୫ ଦିନ ଧରି ଲଗାତର ଆନ୍ଦୋଳନ ଚଳାଇଛନ୍ତି। ପରିବହନ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ସେଠାକାର ବିରୋଧୀ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନମାନଙ୍କ ତରଫରୁ ଶନିବାର ତେଲେଙ୍ଗାନାରେ ଦିନକିଆ ବନ୍ଦ ପାଳନ କରାଯାଇଥିବା ବେଳେ ତେଲେଙ୍ଗାନା ସରକାର ବନ୍ଦକୁ ବିଫଳ କରିବା ପାଇଁ ବ୍ୟାପକ ପୋଲିସ ଦମନ କରିଥିଲେ। ଖାମାମ୍‌ରେ ସିପିଆଇ(ଏମଏଲ୍‌) ନିଉ ଡ଼େମୋକ୍ରାସୀ ଏବଂ ଇଫ୍‌ଟୁ ନେତୃତ୍ୱରେ ଶ୍ରମିକମାନେ ବନ୍ଦ ପାଳନ କରୁଥିବା ବେଳେ ପୋଲିସର ବର୍ବର ଲାଠି ଚାଳନା ଫଳରେ ରାଜ୍ୟ ସହ ସମ୍ପାଦକ ପୋଟୁ ରଙ୍ଗାରାଓଙ୍କ ସମେତ ଅନେକ ଶ୍ରମିକ ନେତା ଗୁରୁତର ଆହତ ହୋଇଥିଲେ। ପୋଲିସର ଲାଠି ମାଡ଼ରେ ରଙ୍ଗାରାଓଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତର ବୃଦ୍ଧାଙ୍ଗୁଷ୍ଠି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଲେଙ୍ଗୋନା ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଏବଂ ଦମନ ଅତ୍ୟାଚାରକୁ ଶ୍ରମିକ ନେତାମାନେ ସମାଲୋଚନା କରିଥିଲେ । ଇଫ୍‌ଟୁର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଇଫ୍‌ଟୁ ରାଜ୍ୟ କମିଟି ସଦସ୍ୟ ଏ. ଚୂଡ଼ାମଣି, ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାରଣା, ଆଉଟ୍‌ସୋର୍ସିଂ ପୌର କର୍ମଚାରୀ ସଂଘ ନେତା ରବି ସାହାଣୀ, ନିର୍ମାଣ ଶ୍ରମିକ ମହାସଂଘ ଜିଲା ସମ୍ପାଦକ କବିରାଜ ବେହେରା, ମାନ୍ନା ଟ୍ରଷ୍ଟ ଶ୍ରମିକ ସଂଘ ସମ୍ପାଦିକା ସରସ୍ବତୀ ନାହାକ ଓ ପି. ରତ୍ନାଲୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଲକ୍ଷ୍ମୀନୃସିଂହ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri