ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ହୋଇଥାଏ ଜାଣନ୍ତୁ

୧୯୯୮ରେ ମାଲେସିଆରେ ପ୍ରଥମେ ନିପା ଭାଇରସ ଦେଖାଦେଇଥିଲା। ମାଲେସିଆର ସଂଗଇ ନିପା ଗାଁର ଲୋକେ ପ୍ରଥମେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗାଁର ନାମାନୁସାରେ ଏହି ରୋଗର ନାମ ନିପା ଭାଇରସ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପାଳିତ ଜନ୍ତୁ ଯଥା, କୁକର, ବିଲେଇ, ଛେଳି, ଘୋଡ଼ା ଏବଂ ବାଦୁଡ଼ିିଙ୍କ ଠାରୁ ଏହି ରୋଗ ସଂକ୍ରମିତ ହୋଇଥାଏ।

ବାଦୁଡ଼ି ଦ୍ୱାରା ସଂକ୍ରମିତ ହୋଇଥାଏ :


ବାଦୁଡ଼ି ନିପା ଭାଇରସର ବାହକ। କାରଣ ରାତିରେ ବାଦୁଡ଼ି ଦେହରେ ଏକ ପ୍ରକାର ଆଣ୍ଟିବଡିଜ୍‌ ମିଳିଥାଏ। ଏହି କାରଣରୁ ନିପା ଭାଇରସ ବାଦୁଡ଼ିକୁ ପ୍ରଭାବିତ କରିପାରେ ନାହିଁ। ଏହା ବାଦୁଡ଼ି ଶରୀରରେ ସୁପ୍ତ ଅବସ୍ଥାରେ ରହିଥାଏ। ଯାହାକୁ ଶେଡିଂ କୁହାଯାଏ। ଯେତେବେଳେ ବାଦୁଡ଼ି କୌଣସି ଫଳ ଖାଇଥାଏ ସେଥିରେ ନିପା ଭାଇରସ ପ୍ରବେଶ କରିଥାଏ। ଏହି ଫଳକୁ ଅନ୍ୟ କେହି ଖାଇଲେ ନିପା ଭାଇରସ ସଂକ୍ରମିତ ହୋଇଥାଏ। ଏହି ରୋଗ ଥରେ ହେଲେ ଜୀବନ ନେଇ ଯାଇଥାଏ। କେରଳରେ ନିପା ଭାଇରସ ବେଶୀ ମାତ୍ରାରେ ସଂକ୍ରମିତ ହେଉଛି। ଏହାର କାରଣ କେବଳ ଫଳ ଏବଂ ତାଡ଼ି।

ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ବେଶୀ ହୋଇଥାଏ :
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ନିପା ଭାଇରସ ଡିସେମ୍ବର ଏବଂ ମେ’ରେ ବେଶୀ ହୋଇଥାଏ। କାରଣ ଏହି ଦୁଇ ଋତୁରେ ବେଶୀ ତାଡ଼ି ମିଳିଥାଏ। ବାଦୁଡ଼ି ଏହାର ଗନ୍ଧରେ ଆକର୍ଷିତ ହୋଇ ଏହାକୁ ପିଇଥାଏ। ସଂଗୃହୀତ ଏହି ତାଡ଼ିକୁ ଯେତେବେଳେ କୌଣସି ବ୍ୟକ୍ତି ଅଜାଣତରେ ପିଇଥାଏ ସେ ନିପା ଭାଇରସରେ ସଂକ୍ରମିତ ହୋଇଥାଏ।

କେମିତି ଜାଣିବେ ନିପା ଭାଇରସ ହୋଇଛି :
ଭାଇରାଲ ଜ୍ୱର ହେବା ସହ ଦେହହାତ ଦରଜ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ବାନ୍ତି ଲାଗିବା ଏବଂ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣ ୧-୨ ସପ୍ତାହ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଥିରୁ ରକ୍ଷା ପାଇବା ପାଇଁ ଯଦିଓ କୌଣସି ଭ୍ୟାକ୍ସିନ୍‌ ଆଜିପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ତେବେ ଭାରତ, ବାଂଲାଦେଶ ଏବଂ ଥାଇଲାଣ୍ଡରେ ଏନେଇ ଲଗାତାର ପରୀକ୍ଷା ନିରୀକ୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri