Posted inଫୁରସତ

ନିଜ ଗାତରେ ନିଜେ

ମହିଳା ଜଣକ କାନ୍ଦୁଥିଲେ। ଲୁହ ତାଙ୍କ ବନ୍ଧବାଡ଼ ମାନୁ ନ ଥିଲା। ଆଉ କହୁଥିଲେ ଯେ, ମୋର ଆଉ ବେଶିଦିନ ବଞ୍ଚତ୍ବାର ନାହିଁ। ଈଶ୍ୱର ମୋ କପାଳକୁ ପୋଡ଼ି ଦେଇଛନ୍ତି। ମୋ ଓଭାରିକୁ କର୍କଟ ରୋଗ ଗ୍ରାସ କରି ସାରିଲାଣି। ତିନି ପର୍ଯ୍ୟାୟ ଯାଇ ଏବେ ଚାରିନମ୍ବର ଅର୍ଥାତ୍‌ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୁଁ ପ୍ରତିଦିନ ରାତିରେ ବିଛଣାକୁ ଯାଉଛି। ହେଲେ ଏଇଆ ଭାବି ଶୋଉଛି ଯେ, କାଳେ ଏଇଟା ମୋର ଶେଷ ରାତି। ଏଇ ରାତିରେ ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରିବି। ଏ ରାତି ମୋ ପାଇଁ ଆଉ ପାହିବ ନାହିଁ। କହିବା ବାହୁଲ୍ୟ, ରୋଦନ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ୪୨ବର୍ଷ ବୟସ୍କା ଭର୍ଜିନିଆ ମହିଳା ମାର୍ଥା ନିକୋଲାସ୍‌। ସମସ୍ତେ ଭାବୁଥିବେ ଯେ, ମାର୍ଥା ଯାହା କହୁଛନ୍ତି ସତ କହୁଛନ୍ତି। ମାତ୍ର ନା, ସେ ଡାହା ମିଛ ହିଁ କହୁଥିଲେ। ମିଛ କହୁ ନ ଥିଲେ ତ ଓଲଟି ନିଜ ପାଇଁ ନିଜେ ଗାତ ଖୋଳୁଥିଲେ। କେମିତି ପରିଶ୍ରମ ନ କରି ଅର୍ଥ ରୋଜଗାର କରିବେ ସେଇ କଥା ମାର୍ଥାଙ୍କ ମୁଣ୍ଡରେ ପଶିଲା। ମାର୍ଥା ଘୋଷଣା କରିଦେଲେ ଯେ, ତାଙ୍କୁ ‘ଓଭାରିଆନ୍‌ କ୍ୟାନସର’ ହୋଇଛି। ରୋଗ ଫୋର୍ଥ ଷ୍ଟେଜ୍‌ରେ ପହଞ୍ଚତ୍ଲାଣି। ଡାକ୍ତରଖାନାରେ ବି ଆଡ୍‌ମିଶନ୍‌ ନେଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା। ବାସ୍ତବରେ ତାଙ୍କର ସତସତିକା ଚିକିତ୍ସା ହେଉ ନ ଥିଲା। ଓଲଟି ଡାକ୍ତରମାନେ ତାଙ୍କର ମିଛିମିଛିକା ଟ୍ରିଟ୍‌ମେଣ୍ଟ କରୁଥିଲେ। ମାର୍ଥାଙ୍କ ସହିତ କିଛି ଡାକ୍ତର ବି ଏହି ଘଟଣାରେ ସଂଶ୍ଳିଷ୍ଟ ଥିଲେ। ମାର୍ଥାଙ୍କର ଖବର ପ୍ରକାଶ ପାଇଲା। ଆଉ ବଦାନ୍ୟ ଲୋକଙ୍କଠାରୁ ଅର୍ଥର ସୁଅ ଛୁଟିଲା। ଏହିଭଳି ଭାବରେ ସେ ପାଖାପାଖି ୯ଲକ୍ଷ ଡଲାର ହାସଲ କରିନେଲେ। ତେବେ କଥାରେ କହନ୍ତି, ଠକେଇରେ ଆସିଥିବା ଧନ ହଜମ ହୁଏନି। ଓଲଟି ତାହା ନିଅଁା ପାଲଟି ଜୀବନକୁ ଜାଳିିଦିଏ। ମାର୍ଥାଙ୍କ କେସ୍‌ରେ ସେମିତି ଘଟିଲା। ମେଡିକାଲରେ ରହି ସେ ଅୟସ୍‌ କରୁଥିଲେ। ଲୋକଙ୍କଠାରୁ ଆସୁଥିବା ଅର୍ଥରେ ଜୀବନକୁ ଉପଭୋଗ କରୁଥିଲେ। ହେଲେ ସମ୍ଭବତଃ ଦିନେ ତାଙ୍କ ମସ୍ତିଷ୍କର ସନ୍ତୁଳନ ବିଗିଡ଼ିଗଲା। ତାଙ୍କୁ ଲାଗିଲା ସେ ସତସତିକା କ୍ୟାନ୍‌ସରରେ ପୀଡ଼ିତା। ସତକୁସତ ତାଙ୍କର ଓଭାରିରେ କ୍ୟାନସର ହୋଇଯାଇଛି। ସେ ଆଉ ବଞ୍ଚତ୍ବେନି। ଏହା ପରେ ସେ ପ୍ରଳାପ କରିବାକୁ ଲାଗିଲେ। ଚିକିତ୍ସାରେ ଅର୍ଥ ଖର୍ଚ୍ଚ କରୁଥିବା ଲୋକମାନେ ମଧ୍ୟ ତାଙ୍କର ପ୍ରଳାପକୁ ଦେଖି ଆଚମ୍ବିତ ହେଲେ। ପ୍ରଳାପ କରୁ କରୁ ସତକଥା ପ୍ରକାଶ କରିଦେଲେ ମାର୍ଥା। କଥା ପୋଲିସ୍‌ ଯାଏ ଗଲା। ସେ ଗିରଫ ହେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri