ନିଃସଙ୍ଗ ଶୈଶବ ଓ ବାର୍ଦ୍ଧକ୍ୟ

ଅରୁଣ ଦାସ
ମୋର ଜଣେ ସାଙ୍ଗର ବଡ଼ଭାଇ ଦିଲ୍ଲୀରେ ରୁହନ୍ତି। ପେସାରେ ସେ ଜଣେ ଡାକ୍ତର ଓ ତାଙ୍କ ଧର୍ମପତ୍ନୀ ଏକ ବହୁଦେଶୀୟ କମ୍ପାନୀରେ କାର୍ଯ୍ୟ କରନ୍ତି। ନିଜ ବାପା ବୋଉ ଓ ଅନ୍ୟ ପରିବାର ସଦସ୍ୟ କଟକରେ ରହୁଥିବାରୁ ଦିଲ୍ଲୀରେ ଥିବା ଘରେ ସେମାନେ ନିଜ ୨ ବର୍ଷର ଶିଶୁପୁତ୍ରକୁ ଜଣେ ମହିଳା ସେବିକା ପାଖରେ ଛାଡିଦେଇ ଏଇ ଦମ୍ପତି ନିଜ କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି ଓ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଫେରନ୍ତି। କିଛିଦିନ ପରେ ଏ ଦୁହେଁ ଅନୁମାନ କଲେ ଯେ ତାଙ୍କ ଶିଶୁପୁତ୍ରଟିର ଓଜନ ହ୍ରାସ ପାଉଛି ଓ ପୂର୍ବାପେକ୍ଷା ସେ ଅଧିକ ଚିଡିଚିଡା ସ୍ବଭାବ ଦେଖାଉଛି। ଯେହେତୁ ନିଜେ ଜଣେ ଡାକ୍ତର ପରୀକ୍ଷା କରି ଜାଣିପାରିଲେ ଯେ ତାଙ୍କ ଶିଶୁପୁତ୍ରର ଖାଦ୍ୟ ଅଭାବଜନିତ ସମସ୍ୟାରୁ ଏପରି ପରିସ୍ଥିତି ଉପୁଜିଛି। ସ୍ବାମୀ-ସ୍ତ୍ରୀ ଦୁହେଁ ଉଚ୍ଚ ବେତନ ପାଉଛନ୍ତି। ଟଙ୍କା ପଇସାର ଅଭାବ ନାହିଁ। ହେଲେ ପିଲାଟି କେମିତି ଖାଦ୍ୟ ଅଭାବ ସଙ୍କଟରେ ପଡ଼ିଲା? ଏ କଥାକୁ ଗଭୀର ଭାବରେ ଚିନ୍ତାକଲାରୁ ଏଇ ଦମ୍ପତି, ମହିଳା ସେବିକାଟି ଉପରେ ସନ୍ଦେହ ପ୍ରକଟ କଲେ। ସେବିକାଟିର ଅଜ୍ଞାତରେ ଏମାନେ ଘରେ ସିସିଟିଭି ଲଗେଇ ନିଜେ ନିଜର କର୍ମକ୍ଷେତ୍ରକୁ ବାହାରିଗଲେ। ଯେତେବେଳେ ସନ୍ଧ୍ୟାରେ ଏମାନେ ଆସି ସିସି ଟିଭି ରେକର୍ଡିଂର ଚିତ୍ର ଦେଖିବସିଲେ ସେତେବେଳେ ଏ ଦୁହେଁ ଯେତିକି ଆଶ୍ଚର୍ଯ୍ୟ ହେଲେ ତା’ଠାରୁ ଆହୁରି ମର୍ମାହତ ହେଲେ ମଧ୍ୟ। କାରଣ ସେବିକା ଜଣକ ଏ.ସି. ଲଗେଇ ଆରାମରେ ଦୀର୍ଘ ସମୟ ଧରି ଶୋଇ ଯାଉଥିବା ବେଳେ ପିଲାଟି ତା’ କୁନି ପାଦରେ ଥିରି ଥିରି ଚାଲି ଏ ଘର ସେ ଘର ଯାଇ ବିଭିନ୍ନ ଆସବାବ ପତ୍ରରେ ହାତ ମାରୁଛି ଓ ମଝିରେ ମଝିରେ ରାହା ଧରି କାନ୍ଦୁଛି। ଶିଶୁମାନେ ସ୍ବଳ୍ପ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଆବଶ୍ୟକ କରୁଥିବା ବେଳେ ସେବିକା ଜଣକ ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବାକୁ ନ ଦେବାରୁ ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା। ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏମାନେ ସିନା ସେବିକା ଜଣକୁ କାମରୁ ବିତାଡିତ କରିଦେଲେ କିନ୍ତୁ ଆଉ କୌଣସି ସେବିକାଙ୍କୁ ନିଯୁକ୍ତି ଦେବାକୁ ଏମାନଙ୍କର ମନ ବଳିଲା ନାହିଁ। ଶେଷରେ କୌଣସି ଉପାୟ ନ ପାଇ କଟକରେ ଥିବା ନିଜ ମାତାପିତାଙ୍କୁ ନେଇ ପାଖରେ ରଖିଲେ।
ଏବେ ସମୟ ଏମିତି ବଦଳିଯାଇଛି। ପ୍ରତିଟି ମଣିଷ ନିଜ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଯୌଥ ପରିବାରକୁ ଆଉ ଆଦରିବାକୁ ପ୍ରସ୍ତୁତ ନୁହନ୍ତି। ବାର୍ଦ୍ଧକ୍ୟରେ ପୀଡ଼ିତ ମାତାପିତା ଅଧିକାଂଶ ସହରର କୋଣଅନୁକୋଣରେ ନିଃସଙ୍ଗ, ନିର୍ଜନ ଜୀବନ ବିତାଉଥିବା ବେଳେ ପୁଅ, ବୋହୂ ଓ ଝିଅ ସମସ୍ତେ ବାହାରେ। ସେବକ ଓ ସେବିକାମାନଙ୍କ ସହାୟତାକୁ ଆଶ୍ରା କରି ସମୟ କାଟୁଛନ୍ତି ଏମାନେ। ଯେତେବେଳେ ଶିଶୁମାନଙ୍କୁ ନିଜ ମାତାପିତା ଜଣେ ସେବିକା ପାଖରେ ଛାଡିଦେଇ ନିଜ କର୍ମସ୍ଥଳକୁ ଚାଲି ଯାଉଛନ୍ତି, ସେତେବେଳେ ଏଇ ଶିଶୁମାନେ ବଡ଼ ହେଲାପରେ ନିଜ ମାତାପିତାଙ୍କୁ କୌଣସି କେୟାରଟେକର ପାଖରେ ବା ଜରାଶ୍ରମରେ ଛାଡି ବାହାରେ ନ ରହିବେ କାହିଁକି? ଶିଶୁମାନେ ସାଧାରଣତଃ ନିଜ ଜେଜେ, ଆଈଙ୍କ ପାଖରେ ଖୁସିରେ ଖେଳିବାକୁ ଭଲ ପାଉଥିବା ବେଳେ ଯୌଥ ପରିବାରର ଅନ୍ୟ ଛୋଟବଡ଼ ପିଲାଙ୍କ ସହିତ ଖେଳିଲେ ବଢ଼ିଲେ ସେମାନଙ୍କ ମାନସିକ ବିକାଶ ଘଟିଥାଏ। କିନ୍ତୁ ଗୋଟିଏ ଘରେ ଏକୁଟିଆ ମାତାପିତାଙ୍କ ସହ ବଢ଼ିଥିବା ପିଲାର ଏତେ ମାତ୍ରାରେ ଗୁଣଜ୍ଞାନର ବିକାଶ ହୁଏନାହିଁ। ବରଂ ଈର୍ଷା, ସ୍ବାର୍ଥପରତା, ସଙ୍କୀର୍ଣ୍ଣତା ଓ ଲାଜକୁଳା ସ୍ବଭାବ ଏମାନଙ୍କୁ ଗ୍ରାସିଥାଏ। ସେହିପରି ବୟସ୍କମାନେ ପରିଣତ ବୟସରେ ନିଜ ନାତିନାତୁଣୀଙ୍କ ସହ ସମୟ ବିତେଇଲେ ଭାରି ଖୁସି ଅନୁଭବ କରନ୍ତି। ପ୍ରତ୍ୟେକ ମାଆବାପା ନିଜ ପୁଅଝିଅଙ୍କୁ ବାହା ଦେଇ ସାରିଲା ପରେ ସେଇ ମଧୁର ମୁହୂର୍ତ୍ତକୁ ଅପେକ୍ଷା କରିଥାଆନ୍ତି, କେତେବେଳେ ସେମାନେ ନାତି ବା ନାତୁଣୀଟିଏର କୁଆଁ କୁଆଁ ସ୍ବର ଶୁଣିବେ। ମାତ୍ର ସମୟ ସ୍ରୋତରେ ପରିବାରଗୁଡ଼ିକ ଆଜି ବିକ୍ଷିପ୍ତ। ନିଜର ସାମାଜିକ, ଆର୍ଥିକ ମାନଦଣ୍ଡର ବିକାଶ ପାଇଁ ସମସ୍ତେ ଆଜି ଧାଇଁବାରେ ଲାଗିଛନ୍ତି। ଯିଏ ଗୋଟିଏ ହାଣ୍ଡିଶାଳକୁ ଆଦରି ପଡ଼ିରହିଲା, ସେ ପଛରେ ପଡ଼ିଲା। ଯିଏ ଏକାଠି ଥିବା ପରିବାର ବୃତ୍ତରୁ ବାହାରି ଦୂରକୁ ଚାଲିଗଲା ସେ ବଡ଼ମଣିଷ ହେଲା। ସମସ୍ତଙ୍କୁ ତଥା ବିଭିନ୍ନ ଅବସ୍ଥାର ପରିବାର ସଦସ୍ୟଙ୍କୁ ଏକାଠି ରଖି ଚଳିବା କଷ୍ଟସାଧ୍ୟ। ସମସ୍ତଙ୍କର କର୍ମଶୈଳୀ ଭିନ୍ନ। ତେଣୁ ପରିସ୍ଥିତି ଓ ବିଭିନ୍ନ ପାରିପାର୍ଶ୍ୱିକ ସମସ୍ୟା ମଣିଷକୁ ଭିନ୍ନ ଭିନ୍ନ ଜାଗାରେ ବାସ କରିବାକୁ ବାଧ୍ୟ କରୁଛି। ଏସବୁ କଥା ହୁଏ ତ ସ୍ବୀକାର କରାଯାଇପାରେ। କିନ୍ତୁ ଅର୍ଥ ଅନ୍ବେଷଣ ଓ ନିଜେ ସ୍ବାଧୀନ ଭାବରେ ଜିଇବା ଯେତିକି ଜରୁରୀ ତାହାଠାରୁ ପରିବାର ସଦସ୍ୟମାନଙ୍କୁ ଉପଯୁକ୍ତ ସମୟ ଦେବା ସହ ସେମାନଙ୍କ ଭଲମନ୍ଦ ବୁଝିବାର ଦାୟିତ୍ୱ ବେଶି ଜରୁରୀ। ଏକାଠି ରହିବାର ପାରିବାରିକ ଆବେଗ ହିଁ ଆମ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ। କିନ୍ତୁ ଆମେ ସମୟ ସ୍ରୋତରେ ସ୍ନେହ, ପ୍ରେମ ଓ ଭଲ ପାଇବାର ବନ୍ଧନ ତୁଟେଇ ବସ୍ତୁବାଦୀ ବିଦେଶୀ ସଂସ୍କୃତିର ମାୟାରେ ପଡିଛେ। ଏହା ଧୀରେ ଧୀରେ ଆମକୁ ଯନ୍ତ୍ରଣାମୟ ଓ ତିକ୍ତତାର ଜୀବନ ଜିଇବାକୁ ବାଟ କଢ଼ାଉଛି। ତେଣୁ ଖୁବ୍‌ ଶୀଘ୍ର ଏପରି ସ୍ବାର୍ଥାନ୍ବେଷୀ ଜୀବନଶୈଳୀରୁ ବାହାରି ଆମକୁ ସେଇ ସ୍ନେହ, ପ୍ରେମଭରା ଆବେଗମୟ ଯୌଥ ପରିବାର ସଂସ୍କୃତିକୁ ଫେରିବାକୁ ହେବ।
ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri