ବଅଁରପାଳ, ୨୬।୪ (ଡି.ଏନ୍.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନାଲ୍କୋ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲେ ବି ଆହୁରି ଅନେକ କ୍ଷତିଗ୍ରସ୍ତଙ୍କୁ ଚାକିରି ତ ଦୂରର କଥା ଠିକାରେ କାମଟିଏ ଦିଆଯାଉ ନାହିଁ। ଏପରି କି କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ପ୍ରତି ନାଲ୍କୋର ଶିକ୍ଷାନୁଷ୍ଠାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି।
ନାଲ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପାରିପାର୍ଶ୍ୱିକ ଗ୍ରାମରେ ଦୀର୍ଘବର୍ଷ ହେଲା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା ଲାଗି ରହିଛି। ସେହିପରି ଅନେକ ସମୟରେ କାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ଗ୍ୟାସ୍, ଆଶ୍ପଣ୍ଡର ପାଉଁଶ ଗୁଣ୍ଡ ଓ ବିଶାକ୍ତ ତୈଳ ପାଣି ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଉଛି। ପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି। ଧୂଳି ଓ ଧୂଅଁାରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଲେଣି। କ୍ଷତିଗ୍ରସ୍ତଙ୍କ ଏସବୁ ସମସ୍ୟାର ସମାଧାନ ଦିଗରେ ଠିକଣା ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କ ପ୍ରତି ଆହୁରି ଅବହେଳା କରାଯାଉଥିବା କ୍ଷତିଗ୍ରସ୍ତ ଏଲ୍ଏପି ପ୍ରଜା ମହାସଂଘ ସଭାପତି ଅଖିଳ କୁମାର ପଣ୍ଡା, ବରିଷ୍ଠ ଶ୍ରମିକ ନେତା ମୀନକେତନ ଅମାନ୍ତ, କ୍ଷତିଗ୍ରସ୍ତ ପ୍ରଜା ସଂଘର ପୂର୍ବତନ ସଭାପତି ଶ୍ରୀକାନ୍ତ ଗଡ଼ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ନାଲ୍କୋ ସ୍କୁଲରେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ନାମ ଲେଖାରେ ପାତରଅନ୍ତର କରାଯାଉଛି। ନାଲ୍କୋ ଡିପିଏସ୍ କିମ୍ବା ସରସ୍ବତୀ ବିଦ୍ୟାମନ୍ଦିରରେ ପିଲାଙ୍କୁ ପଢ଼ାଇବାକୁ କ୍ଷତିଗ୍ରସ୍ତମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ନାଲ୍କୋ କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ରଖାଯାଉଥିବା ବେଳେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କୁ ସେହି ସୁବିଧା ମିଳିପାରୁ ନାହିଁ। ଫି ବାବଦରେ କର୍ମଚାରୀଙ୍କ ପିଲାଙ୍କ ଠାରୁ ଅଳ୍ପ ଟଙ୍କା ନିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ପିଲାଙ୍କ ଠାରୁ ତିନିଗୁଣା ଅଧିକ ଅର୍ଥ ନିଆଯାଉଛି। କେତେଜଣ ଦଲାଲଙ୍କ ଦ୍ୱାରା ବାହାର ଅଞ୍ଚଳର ପିଲାମାନଙ୍କୁ ଅଣାଯାଇ ନାମ ଲେଖାଯାଉଥିବା ସ୍କୁଲର କିଛି କର୍ମଚାରୀ ସୂଚନା ଦେଇଛନ୍ତି। ଏହା ବିରୋଧରେ ଆଗାମୀ ଦିନରେ ସ୍ବର ଉତ୍ତୋଳନ କରାଯିବ ବୋଲି ସମ୍ପୃକ୍ତ କ୍ଷତିଗ୍ରସ୍ତମାନେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ରାଜ୍ୟ View All
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ପୁଣି ଦୁର୍ଘଟଣା ଘଟାଇଲା ଆମବସ୍: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ
ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ
ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…
କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ
ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…
Archives

