ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି ନାରୀ ନିର୍ଯାତନା। ବଳାତ୍କାର, ଯୌତୁକ ନିର୍ଯାତନା ଭଳି ମାମଲା ସାଧାରଣ ହେଲାଣି। ବିଗତ ୩ବର୍ଷର ତଥ୍ୟକୁ ଆକଳନ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ରୋକିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଏ ଦିଗରେ ଯୁବପିଢ଼ି ଭାବିବାର ସମୟ ଆସିଛି ବୋଲି ଅନେକେ ମତ ଦେଇଛନ୍ତି।
ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଜିଲାରେ ୨୦୧୭ରେ ୩୭, ୨୦୧୮ରେ ୬୪ ଏବଂ ୨୦୧୯ରେ ୭୭ଟି ମହିଳା ବଳାତ୍କାର ମାମଲା ରୁଜୁ ହୋଇଛି। ନାବାଳିକା ବଳାତ୍କାର ମାମଲାର ଚିତ୍ର ମଧ୍ୟ ବେଶ୍‌ ସଙ୍ଗିନ। ୨୦୧୭ରେ ୪୮, ୨୦୧୮ରେ ୭୨, ୨୦୧୯ରେ ୬୬ ଏବଂ ୨୦୨୦ ଜାନୁୟାରୀ ସୁଦ୍ଧା ୪ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୧୧୨, ୨୦୧୮ରେ ୯୭, ୨୦୧୯ରେ ୧୩୦ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ରେ ୧୮ଟି ଯୌତୁକଜନିତ ହତ୍ୟାକାଣ୍ଡ ମାମଲା ଦାଏର ହୋଇଥିଲା। ୨୦୧୮ ଏବଂ ୨୦୧୯ରେ ୮ଟି ଲେଖାଏ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୪୨, ୨୦୧୮ରେ ୪୧ ଏବଂ ୨୦୧୯ରେ ୬୧ଟି ନିର୍ଯାତନା ମାମଲା ରୁଜୁ ହୋଇଛି। ତେବେ ପାରିପାର୍ଶ୍ୱିକ ଚାପରେ ଅନେକ ଘଟଣା ଘରର ଚାରିକାନ୍ଥ ଭିତରେ ଲୁଚିଯାଉଛି। ମହିଳା, ଯୁବତୀ ଏବଂ ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ଏସବୁ ଅପରାଧକୁ ଆକଳନ କଲେ ଜିଲାରେ ନାରୀ ନିର୍ଯାତନା ବଢ଼ିଥିବା ସ୍ପଷ୍ଟ ଅନୁମେୟ। ଏହାର ପ୍ରମୁଖ କାରଣ ବିକୃତ ମାନସିକତା, ପେସାଦାର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ଯୌତୁକ ଲୋଭ ବୋଲି କୁହାଯାଉଛି। ବିଶେଷ କରି ଗ୍ରାମାଞ୍ଚଳରେ ନାରୀ ନିର୍ଯାତନା ଭଳି ଅପରାଧ ବଢ଼ିବା ଚିନ୍ତାର ବିଷୟ ହୋଇଛି।
ଜିଲା ସଦର ମହକୁମାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବର୍ଷତମାମ ମହିଳା ହିଂସା ନିରୋଧୀ ସଚେତନତା କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ହେଲେ ଗ୍ରାମାଞ୍ଚଳକୁ ସଚେତନତା ଛୁଇଁପାରୁନି। ମାନସିକତାରେ ପରିବର୍ତ୍ତନ ଏବଂ ବ୍ୟାପକ ସଚେତନତା ଦ୍ୱାରା ଅପରାଧକୁ ରୋକାଯାଇପାରିବ ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri