ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ ନିଖୋଜ ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ହେବ। ମଙ୍ଗଳବାର ଅପରାହ୍ନରେ ବସିଥିବା ସର୍ବଦଳୀୟ ବୈଠକ ପରେ ଏହି ନିଷ୍କଷର୍ର୍ ବାହାରିଛି। ଉଭୟ ଭାଜପା ଓ କଂଗ୍ରେସ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି। ମୁଲତବୀ ଆଲୋଚନା ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଏହି ସୂଚନା ଦେଇଛନ୍ତି।
ନାବାଳିକା ବଳାତ୍କାର, ଶିଶୁ ନିଖୋଜକୁ ନେଇ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ପ୍ରତିବାଦ ଯୋଗୁ ସୋମବାର ଏବଂ ମଙ୍ଗଳବାର ବିଧାନସଭା ଅଚଳ ହୋଇଯାଇଥିଲା। ମଙ୍ଗଳବାର ଦିନତମାମ କେବଳ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଟ୍ଟଗୋଳ। ପୂର୍ବାହ୍ନ ୧୦ଟା ୩୦ ମିିନିଟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ମଦନମୋହନ ଦତ୍ତ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଜୟନାରାୟଣ ମିଶ୍ରଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। ରାଜ୍ୟରେ ନାବାଳିକା ବଳାତ୍କାର, ଶିଶୁ ନିଖୋଜ ଏବଂ ଆଇନଶୃଙ୍ଖଳାକୁ ନେଇ ସରକାରଙ୍କଠାରୁ କୈଫିୟତ ତଲବ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ସିଟ୍‌ ନିକଟରେ ଛିଡ଼ାହୋଇ ପ୍ରତିବାଦ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଭାଜପା ସଭ୍ୟ ସୁକାନ୍ତ କୁମାର ନାୟକ ପଚାରିଥିବା ୪୨୧ ନମ୍ବର ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଡାକିଥିଲେ। ହୋ-ହଲ୍ଲା ମଧ୍ୟରେ ମନ୍ତ୍ରୀ ଉତ୍ତର ପଢି ଶୁଣାଇ ଦେଲେ। ମାତ୍ର ପ୍ରଶ୍ନକର୍ତ୍ତା ହୋ-ହଲ୍ଲାରେ ମାତି ଯାଇଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ୧୦ଟା ୩୨ ମିନିଟରେ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଓ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୩ଟା ୦୩ ମିନିଟରୁ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୩ଟା ୩୩ରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଥିଲା। ବିରୋଧୀ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଇସ୍ତଫା ଦାବିକରି ହଟ୍ଟଗୋଳ କରିଥିଲେ। ପୁଣି ଗୃହକୁ ବାଚସ୍ପତି ବିଭିନ୍ନ ପର୍ଯ୍ୟାୟରେ ଅପରାହ୍ନ ୪ଟା ୮ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଚାଲିଲା ବୈଠକ। ଏହାପରେ ବାଚସ୍ପତି ଘୋଷଣା କରିଥିଲେ ଯେ, ବୁଧବାର ମୁଲତବୀ ପ୍ରସ୍ତାବ ଜରିଆରେ ଏହି ବିଷୟରେ ଆଲୋଚନା ହେବ। ତେବେ ଗୃହରେ ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିଲା ନାହିଁ। ଆସନ୍ତା ୩୦ ତାରିଖରେ ଉକ୍ତ ଦୁଇ ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନରେ ପାରିତ କରାଯିବ ବୋଲି ବାଚସ୍ପତି କହିବା ସହିତ ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri