ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା ମଧ୍ୟରୁ ନାଭିଗୟା ଅନ୍ୟତମ। ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାକ୍ଷେତ୍ରରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ପିଣ୍ଡଦାନ କରିଥାନ୍ତି। ମାତ୍ର ବର୍ଷର ପିତୃପକ୍ଷ ଓ ମାତୃପକ୍ଷରେ ସର୍ବାଧିକ ଭକ୍ତ ନାଭିଗୟାରେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳେ। ସେହି ଉପଲକ୍ଷେ ପିତୃପକ୍ଷର ଅମାବାସ୍ୟା ମହାଳୟା ତିଥି ଥିବାରୁ ମା’ ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାରେ ଭକ୍ତମାନେ ପିଣ୍ଡଦାନ କରିବା ନିମନ୍ତେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପିତୃପକ୍ଷ ଆଶ୍ୱୀନ ମାସର କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଏହି ୧୫ଦିନ ଧରି ଭକ୍ତମାନେ ନାଭିଗୟାରେ ପିଣ୍ଡଦାନ କରିଥାନ୍ତି। ପିତୃପକ୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇ ମହାଳୟା ତିଥିଦିନ ଶେଷ ହୋଇଥାଏ। ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ କଲେ ପିତୃଗଣ ମୋକ୍ଷ ହୁଅନ୍ତି ବୋଲି ପୁରାଣ ବର୍ଣ୍ଣିତ ଅଛି। ଏହି ୧୫ଦିନ ଧରି ନାଭିଗୟାରେ ପିଣ୍ଡଦାନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ପିଣ୍ଡଦାନ କରିବା ସହ ମା’ ବିରଜାଙ୍କ ଦର୍ଶନ ଲାଭ କରି କୃପାଲାଭ କରିଥାନ୍ତି। ପିତୃପକ୍ଷର ଶେଷଦିନ ମହାଳୟା ତିଥିରେ ମଙ୍ଗଳବାର ନାଭିଗୟା କ୍ଷେତ୍ରରେ ପିଣ୍ଡଦାନ ନିମନ୍ତେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା। ଭକ୍ତମାନେ ପିଣ୍ଡଦାନ ସାରି ମା’ ବିରଜାଙ୍କ ଦର୍ଶନ ସାରି ସ୍ବଗୃହ ଅଭିମୁଖେ ଗମନ କରିଥିଲେ। ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସକ ନାରାୟଣ ଚନ୍ଦ୍ର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ସହ ଭକ୍ତମାନେ ପିଣ୍ଡଦାନ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଭିଡ଼କୁ ଲକ୍ଷ୍ୟ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ମା’ଙ୍କ ଅଙ୍ଗଲାଗି ସେବାୟତ ନରେନ୍ଦ୍ର ପାଣି, ଗୋବିନ୍ଦ ପାଣି, ନନ୍ଦକିଶୋର ପାଣି, ମୁରଲୀଧର ପାଣି, ଅମୂଲ୍ୟ ପାଣି, ବିଷ୍ଣୁଚରଣ ପାଣି-୧, ମୃତ୍ୟୁଞ୍ଜୟ ପାଣି, ଦେବାଶିଷ ପାଣି, ନୀଳକଣ୍ଠ ପାଣି, ଦୁର୍ଗାମାଧବ ପାଣି, ବାମଦେବ ପାଣି, ଅଗ୍ନେଶ୍ୱର ପାଣି, ବିଷ୍ଣୁଚରଣ ପାଣି-୨, ରଞ୍ଜନ ପାଣି, ସଞ୍ଜୟ ପାଣି, ଲକ୍ଷ୍ମୀଧର ପାଣି, ଚନ୍ଦ୍ରମଣି ପାଣି, ପ୍ରଦୀପ କୁମାର ପାଣି, ଅଶୋକ ପାଣି, କିଶୋର ପାଣି, ପ୍ରକାଶ ପାଣି ପ୍ରମୁଖ ପଣ୍ଡାମାନେ ଭକ୍ତମାନଙ୍କର ଶାନ୍ତିଶୃଙ୍ଖଳାର ସହ ପିଣ୍ଡଦାନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri