ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଯାଜପୁର ଟାଉନ,୭|୯(ଡିଏନଏ)- ବଡଚଣା ଥାନା କୋଲାସିଂ ଗ୍ରାମର ଜଣେ ନାବାଳିକା (୧୪)ଙ୍କୁ ସେହି ଗ୍ରାମର ନିହାରକାନ୍ତ ଓଝା ନାମକ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଯାଜପୁର କୋର୍ଟ ଏହାର ଶୁଣାଣି କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।
ପ୍ରକାଶ ଯେ, ନିହାରକାନ୍ତଙ୍କ ଘରକୁ ଉକ୍ତ ନାବାଳିକା ଯିବା ଆସିବା କରୁଥିଲେ। ଏହାର ସୁଯୋଗରେ ନିହାରକାନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପ୍ରଲୋଭିତ କରାଇ ବାରମ୍ବାର ବଳାତ୍କାର କରୁଥିଲେ। ଏହାପରେ ନାବାଳିକା ୫ମାସର ଗର୍ଭବତୀ ହେବା ପରେ ତାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୀଡିତାଙ୍କ ପରିବାର ଲୋକେ ଏନେଇ ଗ୍ରାମବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ୬।୬।୨୦୧୨ରେ ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ବଡଚଣା ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ-୧୨୬/୧୨) ରୁଜୁ କରିବା ସହ ନିହାରକାନ୍ତଙ୍କୁ ଗିରଫ କରିଥିଲା। ଶୁକ୍ରବାର ଏହି ମାମଲାର ବିଚାର କରି ଯାଜପୁର ସହକାରୀ ଦୌରାଜଜ ସୁଷମା ସ୍ବାଇଁ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦଣ୍ଡାଦେଣ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ରାୟରେ ପ୍ରକାଶ କରିଛନ୍ତି। ଏତଦ୍‌ ବ୍ୟତୀତ ପୀଡିତାଙ୍କୁ କ୍ଷତିପୂରଣ ପାଇଁ ଜିଲା ଆଇନ ପ୍ରାଧିକରଣକୁ ସହକାରୀ ଦୌରାଜଜ୍‌ ଅନୁମୋଦନ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୈଳେନ୍ଦ୍ର କୁମାର ସାମଲ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri