ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର ମିଶ୍ର।
ବଡ଼ବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗଙ୍କ ସୂଚନା ଅନୁଯାୟୀ, ୩ଜଣ ନାବାଳକଙ୍କୁ ମିଶାଇ ଏହି ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ୩ ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଯାଇଥିବା ବେଳେ କ୍ରିଷ୍ଣା କାରୁଆ, ସୁରଜ ମୁଣ୍ଡା, ଦୁମ୍ବି ମୁଣ୍ଡାଙ୍କୁ ବୁଧବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପୀଡ଼ିତାଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତଙ୍କର ଫଟୋ ଚିହ୍ନଟ ହେବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ୮ଜଣ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଗୁରୁବାର ଏହି ଘଟଣାର ତଦନ୍ତ କରିବାପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଡା. ଗୀତାଞ୍ଜଳି ବସ୍ତିଆ, ଡା. ଦିବ୍ୟା ସରସ୍ବତୀ ଯୋଡ଼ାରେ ପହଞ୍ଚିଛନ୍ତି। ସେମାନେ ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା କଥା ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri