Posted inଖେଳ

ନାଗାଲ ଖେଳିବେ ପ୍ରଥମ ଏଟିପି ୫୦୦ ଇଭେଣ୍ଟ

ହମବର୍ଗ, ୨୧ା୭ (ପି.ଟି.)-ଭାରତର ଯୁବ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ସୁମିତ ନାଗାଲ ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ୫୦୦ ଇଭେଣ୍ଟ ଖେଳିବାକୁ ଯାଉଛନ୍ତି। ରବିବାର ହମବର୍ଗ ୟୁରେପିଆନ ଓପନ୍‌ରେ ଖେଳିବା ଲାଗି ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କ୍ଲେକୋର୍ଟ ଇଭେଣ୍ଟର ଦ୍ୱିତୀୟ ତଥା ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୨୧ ବର୍ଷୀୟ ନାଗାଲ ୬-୪, ୭-୫ ସେଟ୍‌ରେ ବିଶ୍ୱର ୧୨୮ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ଆଲେଜାଣ୍ଡ୍ରୋ ଡେଭିଡୋଭିଚ୍‌ ଫୋକିନାଙ୍କୁ ହରାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୫ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ୨୦୧୮ରେ ଜଣେ କ୍ୱାଲିଫାୟର ହିସାବରେ ଏଟିପି ୨୫୦ ଟାଟା ଓପନ୍‌ ମହାରାଷ୍ଟ୍ର ମୁଖ୍ୟ ଡ୍ର’ରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗ୍ରାଣ୍ଡସ୍ଳାମ ଏବଂ ଏଟିପି ମାଷ୍ଟର୍ସ ପଛକୁ ଏଟିପି ୫୦୦ ହେଉଛି ଟେନିସର ବଡ଼ ପ୍ରତିଯୋଗିତା। ଏବେକାର ଖେଳାଳିଙ୍କ ମଧ୍ୟରେ ରାମକୁମାର ରମାନାଥନ, ପ୍ରଜନେଶ ଗୁଣେସ୍ବରନ ଏବଂ ୟୁକି ଭାମ୍ବ୍ରି କେବଳ ବଡ଼ ବଡ଼ ଟୁର୍ନାମେଣ୍ଟ ଖେଳିଛନ୍ତି। ଗତ କିଛି ସପ୍ତାହ ହେଲା ଚ୍ୟାଲେଞ୍ଜର ସର୍କିଟରେ ନଗାଲଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ସେ ଭାଗ ନେଇଥିବା ୭ଟି ଟୁର୍ନାମେଣ୍ଟ ମଧ୍ୟରୁ ୫ଟିରେ ସେମିଫାଇନାଲକୁ ଉନ୍ନୀତ ହୋଇ ପାରିଛନ୍ତି। ଗତମାସରେ ବ୍ରାଟିସିଲ୍‌ଭା ଓପନରେ ନାଗାଲ ବିଶ୍ୱର ୫୬ ନମ୍ବର ମାନ୍ୟତାପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କୁ ହରାଇ ଦେଇଥିଲେ। ଏ ପର୍ଯ୍ୟନ୍ତ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଉଛି। ବର୍ଷ ଆରମ୍ଭରେ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୩୫୦ ତଳେ ରହିଥିଲେ। ବର୍ତ୍ତମାନ ସେ ଶ୍ରେଷ୍ଠ ୨୦୦ର ନିକଟର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri