Posted inଜାତୀୟ

ନାଗରିକତ୍ୱ ସଂଶୋଧନ ବିଲ୍‌: ଶିବସେନାର ୟୁ-ଟର୍ନ: ରାଜ୍ୟ ସଭାରେ ଅସଲ ପରୀକ୍ଷା ଆଜି

ନୂଆଦିଲ୍ଲୀ,୧୧ା୧୨: ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ସକାଶେ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ଅସଲ ପରୀକ୍ଷା ବାକି ଅଛି। ଉଚ୍ଚ ସଦନରେ ଏହାକୁ ବୁଧବାର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଲୋକ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ୩୧୧ ଭୋଟ ପଡ଼ିଥିବାବେଳେ ୮୦ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଉକ୍ତ ବିଧେୟକରେ ସଂଶୋଧନ ପାଇଁ ଶିବସେନା, କଂଗ୍ରେସ ସମେତ ଅନେକ ଦଳ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେଗୁଡ଼ିକ ଧ୍ୱନିମତ ଅଥବା ମତ ବିଭାଜନରେ କାଟ୍‌ ଖାଇଯାଇଥିଲା। ରାଜ୍ୟ ସଭାର ୨୪୫ ଆସନ ମଧ୍ୟରୁ ୫ ଆସନ ଖାଲି ପଡ଼ିଛି। ଫଳରେ ଉଚ୍ଚ ସଦନରେ ଏହି ବିଲ୍‌କୁ ପାସ୍‌ କରାଇବା ପାଇଁ ସଂଖ୍ୟାଗରିଷ୍ଠ ୧୨୦ ସଦସ୍ୟଙ୍କ ସମର୍ଥନ ଜରୁରୀ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସପକ୍ଷରେ ସଂଖ୍ୟାଗରିଷ୍ଠତା ଥିବାରୁ ଗୃହରେ ଏହାକୁ ଗୃହୀତ କରାଇବା ପାଇଁ ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋମବାର ବିଲ୍‌କୁ ସମର୍ଥନ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ରାଜ୍ୟ ସଭାରେ ଏହାକୁ ବିରୋଧ କରିବା ପାଇଁ ସଙ୍କେତ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶିବସେନା ୟୁ-ଟର୍ନ କରିଛି। ଉଦ୍ଧବ କହିଛନ୍ତି, ଲୋକ ସଭାରେ ଦଳ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତର ମିଳିନାହିଁ। ଏଥିରେ ଅନେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛୁ। ଆମ ପ୍ରଶ୍ନର ଉତ୍ତର ନ ମିଳିବା ଯାଏ ଏହାକୁ ବିରୋଧ କରିବୁ। ସେହିପରି ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଓ ବରିଷ୍ଠ ନେତା ପବନ ବର୍ମା ମଧ୍ୟ ବିଲ୍‌କୁ ଭେଦଭାବପୂର୍ଣ୍ଣ ଅଭିହିତ କରି ସମର୍ଥନ ନେଇ ପୁନର୍ବିଚାର କରିବା ପାଇଁ ଜେଡିୟୁ ଅଧ୍ୟକ୍ଷ ନୀତୀଶଙ୍କୁ ଅନୁରୋଧ କରିଛନ୍ତି। ଶିବସେନାର ଆଭିମୁଖ୍ୟରେ ପରିବର୍ତ୍ତନକୁ ଏହାର ମହାରାଷ୍ଟ୍ର ସହଯୋଗୀ କଂଗ୍ରେସ ସ୍ବାଗତ କରିଛି। ନାଗରିକତ୍ୱ ସଂଶୋଧନ ବିଲ୍‌ ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହାକୁ ଶିବସେନା ବିରୋଧ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ବାରୀ କହିଛନ୍ତି।
ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରସ୍ତାବିତ ଆଇନ ସମ୍ବିଧାନ ଉପରେ ଏକ ଆକ୍ରମଣ। ଏହାକୁ ସମର୍ଥନ କରୁଥିବା ଲୋକେ ଦେଶର ମୂଳଦୁଆକୁ ଧ୍ୱଂସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିପରି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଆମ ପୂର୍ବପୁରୁଷମାନେ ସେମାନଙ୍କ ଜୀବନ ଓ ରକ୍ତ ଦେଇ ଆମ ପାଇଁ ସ୍ବାଧୀନତା ଆଣିଦେଇଥିଲେ। ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବା ସହ ଭାରତର କଠୋରପନ୍ଥୀ ଓ ସଂକୀର୍ଣ୍ଣ ଚିନ୍ତାଧାରା ସୁନିଶ୍ଚିତ ହୋଇଛି। ଅନୁରୂପ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି, ଏହି ବିଲ୍‌ ସ୍ପଷ୍ଟଭାବେ ଅସାମ୍ବିଧାନିକ। ପାର୍ଲାମେଣ୍ଟରେ ଏହା ଗୃହୀତ ହେଲେ ଯୁଦ୍ଧଭୂମି ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେବ। ଅର୍ଥାତ୍‌ କଂଗ୍ରେସ ପକ୍ଷରୁ ଉକ୍ତ ବିଲ୍‌କୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, କେନ୍ଦ୍ର ସରକାର ଏହି ବିଲ୍‌ ଆଣିବା ସହ ପାକିସ୍ତାନର ଜନକ ମହମ୍ମଦ ଅଲି ଜିନ୍ନାଙ୍କୁ ଜୀବିତ କରାଉଛନ୍ତି। ରାଜ୍ୟ ସଭାରେ ଯଦି ଏହା ଗୃହୀତ ହୁଏ ତେବେ ଆମେ ସମସ୍ତ ପନ୍ଥା ଆପଣାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri