ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ କରି ବାଲେଶ୍ୱର ପ୍ରୋଗ୍ରେସିଭ୍‌ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶନିବାର ସୁନହଟସ୍ଥିତ ଦରଘା ମଇଦାନରୁ ଶତାଧିକ ଲୋକ ଏକ ନୀରବ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଫାଟକ ସମ୍ମୁଖରେ ପହଞ୍ଚତ୍ଥିଲେ। ଫୋରମ୍‌ ସଭାପତି ତଥା ଆଇନଜୀବୀ ସେକ୍‌ ଅବଦୁଲ୍‌ ରଫିକ୍‌ଙ୍କ ସଭାପତିତ୍ୱରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା।
ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅପରିଣାମଦର୍ଶୀ କଳା ଆଇନକୁ ଦୃଢ଼ ବିରୋଧ କରିଥିଲେ। ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ ଶହ ଶହ ବର୍ଷ ଧରି ବସବାସ କରିଆସୁଥିବା ପରିବାର ସଦସ୍ୟ ସେମାନଙ୍କର ନାଗରିକତା ହରାଇବେ। କେବଳ ମୁସଲମାନ ନୁହନ୍ତି, ସବୁଧର୍ମର ଲୋକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବେ। ନାଗରିକକୁ ପ୍ରମାଣପତ୍ରର ଆଧାର ସଂଗ୍ରହ ପାଇଁ ଦେଶବାସୀ ଯେପରି ନୋଟ୍‌ବନ୍ଦୀ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେହିଭଳି ଏହି ସମସ୍ୟାର ସମାଧାନ ପାଇଁ ବର୍ଷ ବର୍ଷ ଧରି ଏକ ଅରାଜକତା ଦେଶରେ ସୃଷ୍ଟି ହେବ ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସମାନତାର ଅଧିକାର ଦିଆଯାଇଛି। କିନ୍ତୁ ବର୍ତ୍ତମାନର ସରକାର ଧର୍ମ ନାମରେ ଦେଶକୁ ପୁନଶ୍ଚ ଭାଗ ଭାଗ ପାଇଁ ସଂଘ ପରିବାରର ପରାମର୍ଶରେ ପରିଚାଳିତ ମୋଦି ଓ ଶାହାଙ୍କ ଉଦ୍ୟମ ସଫଳ ହେବନାହିଁ ବୋଲି କଂଗ୍ରେସ, ସିପିଆଇ, ସିପିଏମ୍‌ ଦଳ ସମେତ ବିଭିନ୍ନ ଧର୍ମନିରପେକ୍ଷ ରାଜନୈତିକ ଦଳ, ସାମାଜିକ ଓ ଗଣ ସଙ୍ଗଠନ ତରଫରୁ ପୂର୍ବତନ ବିଧାୟକ ଅରୁଣ ଦେ, ସଞ୍ଜୀବ ଗିରି, ପ୍ରଦୀପ୍ତ ପଣ୍ଡା, ଜୟନ୍ତ ଦାସ, ଭାଗବତ ସାହୁ, ଗଗନ ସେଠୀ, ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚ୍ଚନା ନନ୍ଦୀ, ପଦ୍ମଲୋଚନ ଲେଙ୍କା, ଭାଗବତ ପ୍ରତିହାରୀ ଓ ପ୍ରଜ୍ଞା ପାରମିତା ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଧାରାରେ ସମଗ୍ର ଦେଶରେ ଚଳାଇ ରଖିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଆସନ୍ତା ୮ ତାରିଖ କେନ୍ଦ୍ର ସରକାରଙ୍କ ବିରେଧରେ ‘ଭାରତ ବନ୍ଦ’କୁ ଜିଲାରେ ସଫଳ କରିବା ପାଇଁ ନେତାମାନେ ନିବେଦନ କରିଥିଲେ। ଏକ ପ୍ରତିନିଧିଦଳ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୩ଦଫା ଦାବିପତ୍ର ପ୍ରଦାନ କରି ଏହି ଆଇନର ପୁନର୍ବିଚାର ପାଇଁ ନିବେଦନ କରିଥିଲେ। ହାଜି ସେକ୍‌ ଉସମାନ, ସଇରୁଲ୍‌ ହକ୍‌, ମନୱର ଅଲ୍ଲୀ ଖାନ୍‌, ସେକ୍‌ ହମିଦ୍‌, ଇନ୍ତେକାବ ଅଲ୍ଲୀ ଖାନ୍‌, ମିର୍‌ ଅବଦୁଲ ମଜିଦ୍‌, ଅଜଗର ଅଲ୍ଲୀ, ସେକ୍‌ ସଫିକ୍‌, ସେକ୍‌ ହାଇଦର, ମୋହିନୀମୋହନ ପରିଡ଼ା ଓ ପ୍ରେମରଞ୍ଜନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri