Posted inରାଜ୍ୟ

ନାକ୍‌ ମାନ୍ୟତା ପାଇନାହାନ୍ତି ରାଜ୍ୟର ୮୪% ଶିକ୍ଷାନୁଷ୍ଠାନ: ବିପୁଳ ଆର୍ଥିକ ଅନୁଦାନ ହରାଉଛି ରାଜ୍ୟ

ଭୁବନେଶ୍ୱର,୨୧।୬: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି। ଆଉ କୌଣସି ଶିକ୍ଷାନୁଷ୍ଠାନ ନାହାନ୍ତି। ଏଭଳି ସମୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୮୪% ଶିକ୍ଷାନୁଷ୍ଠାନର ନାକ୍‌(ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନ୍‌ସିଲ) ମାନ୍ୟତା ନାହିଁ। ରାଜ୍ୟ ସରକାରଙ୍କ ଅଧୀନରେ ଏବେ ମୋଟ ୧୦୬୩ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ରହିଛି। ହେଲେ ଦୁର୍ଭାଗ୍ୟର ବିଷୟ ଯେ, ୧୦୬୩ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୧୭୨ଟି ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ପାଇଛନ୍ତି। ଅର୍ଥାତ୍‌ ମାତ୍ର ୧୬% ଶିକ୍ଷାନୁଷ୍ଠାନକୁ ନାକ୍‌ ଗ୍ରେଡ୍‌ ମିଳିଛି। ସେହିଭଳି ୮୯୧ ଅର୍ଥାତ୍‌ ରାଜ୍ୟର ୮୪ ପ୍ରତିଶତ ଶିକ୍ଷାନୁଷ୍ଠାନ ନିକଟରେ କୌଣସି ନାକ୍‌ ଗ୍ରେଡ୍‌ ନାହିଁ।

ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ମୋଟ ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ଏହାବାଦ୍‌ ୫୩ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ୫୦ଅନୁଦାନପ୍ରାପ୍ତ ସଂସ୍କୃତ ମହାବିଦ୍ୟାଳୟ, ୩୯୦ଟି ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ଗତ ଫେବୃୟାରୀ ୨୯ ସୁଦ୍ଧା ୭ଟି ବିଶ୍ୱବିଦ୍ୟାଳୟ ଓ ୧୬୫ଟି ମହାବିଦ୍ୟାଳୟକୁ ନାକ୍‌ ମାନ୍ୟତା ମିଳିଛି। ଅନ୍ୟପକ୍ଷରେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଗତ ଏକବର୍ଷ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ବାରମ୍ବାର ସମୀକ୍ଷା ବୈଠକ କରିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ଲଗାତରଭାବେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ଭଲ ର଼୍ୟାଙ୍କିଙ୍ଗ ପାଇପାରୁ ନାହାନ୍ତି। ଏପରିକି ଆବେଦନ କରିବା ଲାଗି ମଧ୍ୟ ଯୋଗ୍ୟତା ପାଇପାରୁ ନାହାନ୍ତି। ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ‘ଏ+’ ଗ୍ରେଡ୍‌ ପାଇଥିବା ବେଳେ ୩ଟି ବିଶ୍ୱବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମିଳିଛି। କୌଣସି ବିଶ୍ୱବିଦ୍ୟାଳୟ ‘ବି++’ ଗ୍ରେଡ୍‌ ତାଲିକାରେ ନ ଥିବାବେଳେ ୩ଟି ‘ବି+’ କାଟାଗୋରିରେ ରହିଛି। ଆହୁରି ୫ଟି ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ମାନ୍ୟତା ପାଇ ନ ଥିବା ସୂଚନା ମିଳିଛି। ସେହିଭଳି ଏପର୍ଯ୍ୟନ୍ତ କୌଣସି ମହାବିଦ୍ୟାଳୟ ତଥା ଡିଗ୍ରୀ କଲେଜ ‘ଏ+’ ପାଇପାରି ନାହାନ୍ତି। ତେବେ ୮ଟି ମହାବିଦ୍ୟାଳୟ ନାକ୍‌ର ‘ଏ’ ଗ୍ରେଡ୍‌ ପାଇଥିବାବେଳେ ୧୫ ମହାବିଦ୍ୟାଳୟକୁ ‘ବି++’, ୨୮ଟିକୁ ‘ବି+’, ୮୩ଟିକୁ ‘ବି’ ଏବଂ ୩୧ଟି ମହାବିଦ୍ୟାଳୟକୁ ‘ସି’ ଗ୍ରେଡ୍‌ ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଡିଗ୍ରୀ କଲେଜ କ୍ଷେତ୍ରରେ ପରିସ୍ଥିତି ଅଧିକ ଖରାପ ରହିଛି। ରାଜ୍ୟରେ ୧୦୫୧ଟି ମହାବିଦ୍ୟାଳୟ ରହିଥିବାବେଳେ ମାତ୍ର ୧୬୫ଟି ନାକ୍‌ ମାନ୍ୟତା ପାଇଛନ୍ତି, ଯାହାକି ମାତ୍ର ୧୫% ହେବ। ଆସନ୍ତା ୨ବର୍ଷ ମଧ୍ୟରେ ସମସ୍ତ ମହାବିଦ୍ୟାଳୟ ନାକ ମାନ୍ୟତା ହାସଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୮୫% କଲେଜ ନିକଟରେ ଏପର୍ଯ୍ୟନ୍ତ ମାନ୍ୟତା ନାହିଁ। ତେବେ ମନ୍ତ୍ରୀ ଓ ସଚିବ ବିଭିନ୍ନ ସମୟରେ ସମୀକ୍ଷା କରିବାବେଳେ ଏନେଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବାରମ୍ବାର ତାଗିଦ କରିଛନ୍ତି। ହେଲେ ଏହାପରେ ବି ମହାବିଦ୍ୟାଳୟଗୁଡ଼ିକ ଆଗ୍ରହ ଦେଖାଉ ନଥିବା ପରିଲ୍ଲକ୍ଷିତ ହେଉଛି। ଏପଟେ ନାକ୍‌ ମାନ୍ୟତା ନ ପାଇବା ଯୋଗୁ ମହାବିଦ୍ୟାଳୟଗୁଡ଼ିକ ବିପୁଳ ଆର୍ଥିକ ଅନୁଦାନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହାସହ କୌଣସି ଜାତୀୟସ୍ତରୀୟ ର଼୍ୟାଙ୍କ ପାଇବାକୁ ବି ଆବେଦନ କରିପାରୁ ନ ଥିବା ଜଣାପଡ଼ିଛି। ଫଳସ୍ବରୂପ ଗତ ୫ ବର୍ଷ ହେଲା ପ୍ରକାଶ ପାଉଥିବା ଏନ୍‌ଆଇଆର୍‌ଏଫ୍‌(ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ)ର ର଼୍ୟାଙ୍କରେ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି କଲେଜ ସାମିଲ ହୋଇପାରୁ ନାହିଁ। ଯେତେବେଳେ କି ଅନ୍ୟ ରାଜ୍ୟର କେଲେଜଗୁଡିକ ଭଲ ପ୍ରଦର୍ଶନ କରିଚାଲିଛନ୍ତି। ରାଜ୍ୟ ସରକାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ କରିବା ସହ ନାକ ମାନ୍ୟତା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତମନେ ମତପୋଷଣ କରିଛନ୍ତି। ଏନେଇ ଶିକ୍ଷାବିତ୍‌ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ନାକ୍‌ ମାନ୍ୟତା ନଥିଲେ କୌଣସି ସମସ୍ୟା ହେବନାହିଁ ବୋଲି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଧାରଣା ରହିଛି। ତେବେ ନାକ୍‌ର ମାନ୍ୟତା ଏକ ଆବଶ୍ୟକତା। ଏହାଦ୍ୱାରା ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଶିକ୍ଷକ ତଥା କର୍ମଚାରୀ ଏବଂ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଧାରଣା ଆସିଥାଏ। ଶିକ୍ଷାର ମାନ ଧାର୍ଯ୍ୟ ହୋଇଥାଏ। ନାକ୍‌ର ସମସ୍ତ କ୍ରାଇଟେରିଆ ପୂରଣ କରିବା ସମୟସାପେକ୍ଷ ହୋଇଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥିପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଏହାସହ ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିଲେ ମଧ୍ୟ ଆବେଦନ ପ୍ରକ୍ରିୟା ଜଟିଳ ହୋଇଥିବାରୁ ଓଡ଼ିଶାର ବହୁ କଲେଜ ଏଥିଲାଗି ଆବେଦନ କରୁନାହାନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri