ନର୍ସିଂହୋମ, କ୍ଲିନିକ ଉପରେ ଲଗାମ ନାହିଁ

ବାଲେଶ୍ୱର ଅଫିସ, ୮।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହର ସମେତ ଜଳେଶ୍ୱର, ଭୋଗରାଇ, ସୋର, ସିମୁଳିଆ, ନୀଳଗିରି, ରେମୁଣା ଆଦି ବ୍ଲକରେ ଅନେକ ବେଆଇନ ନର୍ସିଂହୋମ ଓ ଘରୋଇ କ୍ଲିନିକ୍‌ ରହିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଲଗାମ ନ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ଅନ୍ୟପକ୍ଷେ ନର୍ସିଂହୋମ ଓ ଘରୋଇ କ୍ଲିନିକ ନେଇ ସରକାରୀ ଭାବେ ଦିଆଯାଉଥିବା ତଥ୍ୟରେ ତାଳମେଳ ରହୁନାହିଁ। ଜିଲାରେ ମୋଟ୍‌ ୫୨ଟି ଘରୋଇ କ୍ଲିନିକ୍‌ ଏବଂ ନର୍ସିଂହୋମ୍‌ ଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ମେଡ଼ିକାଲ ଏଜୁକେଶନ ଏବଂ ଟ୍ରେନିଂ(ଡିଏମ୍‌ଇଟି) ନିକଟରେ ପଞ୍ଜୀକୃତ ହୋଇଥିବା ବେଳେ ରାଜ୍ୟ ପ୍ରଶାସନ ପକ୍ଷରୁ ମୋଟ ୪୧ଟି ବେସରକାରୀ ନର୍ସିଂହୋମ୍‌ ଓ କ୍ଲିନିକ ଥିବା କୁହାଯାଉଛି। ବିସ୍ମୟର କଥା ଯେ, ଏସବୁ ଘରୋଇ ସଂସ୍ଥା ମଧ୍ୟରୁ ଗୋଟିଏମାତ୍ର ସରକାରୀ ସ୍ବୀକୃତିପ୍ରାପ୍ତ ବୋଲି ଜଣାପଡିଛି। ବିନା ଲାଇସେନ୍ସରେ ଚାଲିଥିବା ବେଳେ କେତେକ ନର୍ସିଂହୋମ ଓ କ୍ଲିନିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ। ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସେମାନଙ୍କ ଜୀବନ ସହ କିଭଳି ଖେଳ ଖେଳାଯାଉଛି ଏହା ତାହାର ନମୁନା ବୋଲି ସଚେତନ ନାଗରିକ ତଥା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ପ୍ରଶାସନ ସୂତ୍ରରୁ ଜଣାଯାଇଛି ଯେ, କେତେକ ନର୍ସିଂହୋମ ଓ କ୍ଲିନିକର ପଞ୍ଜୀକରଣ ଓ ନବୀକରଣର ଅନୁମୋଦନ ପାଇଁ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଆବେଦନ ବିଚାର ପାଇଁ ପଡ଼ିରହିଛି। ଅନୁମୋଦନ ମାସେ କି ଦୁଇ ମାସେ ନୁହେଁ, ୨୦୧୫ରୁ କେତେକ ନର୍ସିଂହୋମ୍‌ର ନବୀକରଣ କିମ୍ବା ପଞ୍ଜୀକରଣ ହୋଇପାରିନାହଁି। ସେହିପରି କେତେକ ନର୍ସିଂହୋମ୍‌ର ଲାଇସେନ୍ସ ଅବଧି ୪ରୁ ୫ବର୍ଷ ତଳେ ସରିଯାଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ନର୍ସିଂହୋମ୍‌ଗୁଡ଼ିକ ନିର୍ଦ୍ଧାରିତ ଶଯ୍ୟା ସଂଖ୍ୟାଠାରୁ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି କରି ଚିକିତ୍ସା କାର୍ଯ୍ୟ ଅବାଧରେ ଚଳାଇଛନ୍ତି। ବେଆଇନ ଭାବେ ଚାଲୁଥିବା ନର୍ସିଂହୋମ୍‌ ଓ କ୍ଲିନିକରେ ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ସେଥିପ୍ରତି କିଏ ଦାୟୀ ରହିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଜିଲା ପ୍ରଶାସନ ଏଭଳି ସମସ୍ୟା ସମ୍ପର୍କରେ ଅବଗତ ରହିଛି। ଯାଞ୍ଚ ତଥା ତଦାରଖ ଲାଗି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଏକ ଟିମ୍‌ ଗଠନ କରାଯାଇଛି। ଉକ୍ତ ଟିମ୍‌ ଏହା ମଧ୍ୟରେ ତଦାରଖ କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ଛୋଟରାୟ ଅନୁରୂପ ମତବ୍ୟକ୍ତ କରି କହିଛନ୍ତି, ସମ୍ପ୍ରତି ନର୍ସିଂହୋମଗୁଡ଼ିକର ଫାୟାର ସେଫ୍ଟି, ପରିମଳ ବ୍ୟବସ୍ଥା, ଉପଯୁକ୍ତ ସ୍ଥାନ ଯାଞ୍ଚ ସମେତ ଆବଶ୍ୟକ କାଗଜପତ୍ର ତଦାରଖ ଆରମ୍ଭ ହୋଇଛି। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଅଗ୍ନି ନିର୍ବାପକ ଅଧିକାରୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟରୁ ଜଣେ ଅଧିକାରୀଙ୍କୁ ମିଶାଇ ମୋଟ ତିନିଜଣିଆ ଦଳ ଏହାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri