ନର୍ସଙ୍କ ଅସାବଧାନତା: ଇଞ୍ଜେକ୍‌ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା

ମାଧପୁର, ୧୭ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ ୪ ବର୍ଷର ପୁଅର ପିଚାରୁ ଇଞ୍ଜେକ୍‌ସନ ଦେବାର ଏକ ମାସ ପରେ ଛୁଞ୍ଚି ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛିା

ସୂଚନାନୁଯାୟୀ, ସୀତାକାନ୍ତଙ୍କ ପୁଅ ସ୍ବମଜିତ ପଣ୍ଡାକୁ ପ୍ରାୟ ଏକ ମାସ ପୂର୍ବରୁ କାଶ ଜ୍ୱର ହେଉଥିବାରୁ ସ୍ଥାନୀୟ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲୋ ସେଠାରେ ତାଙ୍କୁ ମେଡିକାଲର ନର୍ସ ପୁନମ ହାଁସଦା ଗୋଟିଏ ଇଞ୍ଜେକଶନ ଦେଇଥିଲେ । କିନ୍ତୁ କୌଣସି କାରଣବଶତଃ ଇଞ୍ଜେକସନ୍‌ର ଛୁଞ୍ଚିଟି ପିଚାରେ ରହିଯାଇଥିଲା। ପରେ ଶିଶୁଟିକୁ ଯନ୍ତ୍ରଣା ହୋଇଥିଲାା ଏହାପରେ ସୀତାକାନ୍ତ ପୁଅକୁ ପୁଣି ଡାକ୍ତରଖାନାକୁ ଆଣି ଡାକ୍ତର ରାହୁଲ ଗର୍ଗଙ୍କୁ ଦେଖାଇ ଥିଲୋ ଡାକ୍ତର ଗର୍ଗ ଆଣ୍ଟିବାୟୋଟିକ ଇଞ୍ଜେକ୍‌ଶନ ଦିଆଯାଇଥିବାରୁ ଏପରି ପୀଡା ହେଉଛି ଏହା ଆପେ ଛାଡ଼ିଯିବ ବୋଲି କହିଥିଲେ। କିନ୍ତୁ କିଛିଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ନ କମିବାରୁ ପୁଣି ପୁଅକୁ ଡାକ୍ତରଖାନାକୁ ଆଣିଥିଲୋ ସେଠାରେ ବରଫ ମାରିଦିଅନ୍ତୁ ପୀଡା ଛାଡ଼ିଯିବ ବୋଲି କହି ଡାକ୍ତରଖାନାର କର୍ମଚାରୀମାନେ ଫେରାଇ ଦେଇଥିଲେ। ହେଲେ ଗୁରୁବାର ସକାଳେ ଶିଶୁର ପିଚାର ତଳ ପାଖରୁ ଛୁଞ୍ଚିଟି ବାହାରି ପଡ଼ିଥିବା ପରିବାରଲୋକେ ଦେଖିଥିଲୋ ତେଣୁ ତାକୁ ସେମାନେ ଡାକ୍ତରଖାନା ଆଣିଥିଲେ। ସେଠାରେ ସାମାନ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛୁଞ୍ଚିଟିକୁ ବାହାର କରାଯାଇ ଦାଇତ୍ୱ ରେ ଥିବା ଡାକ୍ତର ଅତନୁ ପଟ୍ଟନାୟକ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲୋ ହେଲେ ପରିବାରଲୋକେ ଆଠମଲ୍ଲିକରେ ରଖି ଚିକତ୍ସା କରୁଛନ୍ତି।

ପ୍ରକାଶଯୋଗ୍ୟ, ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କୁ ମିଶାଇ ତିନି ଜଣ ଡାକ୍ତର ଅଛନ୍ତିା କିନ୍ତୁ ସେଥିରୁ ଦୁଇଜଣ ଡାକ୍ତର ଦୀର୍ଘ ଦିନ ହେବ ଛୁଟିରେ ଅଛନ୍ତି। ପୁଣି ଆଜି ଫାର୍ମାସିଷ୍ଟ ମଧ୍ୟ ଛୁଟିରେ ଥିବାରୁ ଏବେ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମାଧପୁର ଚିକିତ୍ସା କରୁଛନ୍ତିା ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛିା


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri