ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ ସେ ଟ୍ରିପଲ୍‌ ତଲାକ୍‌ ଏବଂ ମୁସ୍‌ଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ନିଜ ବିବୃତି ନେଇ ଦୁଃଖ ପ୍ରକାଶ କରିବା ପରେ ଏହାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇ ବିଷ୍ଣୁଙ୍କ ବୟାନକୁ ବିଧାନସଭା ବିବାଣୀରୁ ବାଦ୍‌ ଦେଇଛନ୍ତି। ଆଗକୁ ଏ ସମ୍ପର୍କରେ କୌଣସି ଖବର ପ୍ରସାର ନ କରିବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ଦଳ ସଭ୍ୟ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍‌, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ଅନ୍ୟ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କଂଗ୍ରେସ ସଭ୍ୟମାନେ ବିରୋଧୀ ଦଳ ଉପନେତା ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି। ଏ ନେଇ ସେ ଗୃହରେ କ୍ଷମା ମାଗନ୍ତୁ ଓ ସେ ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ଦାବି କରିଥିଲେ। ହଟ୍ଟଗୋଳ ନ ଥମିବାରୁ ବାଚସ୍ପତି ମାତ୍ର ୧ ମିନିଟ ପରେ ଗୃହକୁ ୧୦ଟା ୩୧ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ଉପନେତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେ କୌଣସି ସେଭଳି ଭୁଲ୍‌ କରି ନାହାନ୍ତି, ଯାହା ପାଇଁ କ୍ଷମା ମାଗିବେ ବୋଲି କହିଥିଲେ। ତେବେ ଗୃହର ଅଚଳାବସ୍ଥା ଦୂର କରିବା ସକାଶେ ବାଚସ୍ପତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ଗୃହରେ ଦୁଃଖ ପ୍ରକାଶ କରିଥିଲେ। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ କଂଗ୍ରେସ ସଭ୍ୟମାନେ ନିଜ ଦାବିରୁ ଓହରି ଯାଇଥିଲେ ଏବଂ ପୂର୍ବାହ୍ନ ୧୧ଟା ୩୦ରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ବିଷ୍ଣୁ କହିଥିଲେ ଯେ, ଆମେ ତ ମଣିଷ ମାରିନୁ କି ରାହାଜାନି କରିନୁ, ପଶ୍ଚାତ୍ତାପ କାହିଁକି କରିବୁ। ୧୯୮୪ ଓ ୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହାବାନୁ କେସ୍‌ରେ ଅଧ୍ୟାଦେଶ ଆଣି ସମ୍ବାଧାନ ପରିବର୍ତ୍ତନ କରିଦେଇଥିଲେ। ସେଇଟା କିଛି ହେଲାନି। ଆମେ ନିର୍ଯାତିତ ମୁସଲମାନ ମହିଳାଙ୍କ ପାଇଁ ହେଉଥିବା ଏକ ଆନ୍ଦୋଳନରେ ସାମିଲ ହୋଇଛୁ। ଏହା ଉପରେ ମୁଜାଫରନଗର ଓ ଗାଜିଆବାଦ୍‌ରେ କୁହାଯାଇଛି। ମୋ ପାଖରେ ସେ ସବୁର ଖବର କ୍ଲିପ୍‌ ଅଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରିଲିଜିଅନ କଥା ଯେଉଁମାନେ କହୁଛନ୍ତି କେଉଁଟା ଅଧିକ ଗର୍ହୀତ ତାହା ଆପଣମାନେ ବିଚାର କରନ୍ତୁ। ଚାପରେ ନୁହେଁ ବିଭିନ୍ନ କ୍ଷେତ୍ରରେ ସବୁ କଥାରେ ଆମେ ତ ସର୍ବୋଚ୍ଚରେ ନାହୁଁ। ସେହି ଦୃଷ୍ଟିରୁ ଦୁଃଖ ପ୍ରକାଶ କଲୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri