ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା ସମ୍ପର୍କିତ ମାମଲା ଭିନ୍ନ ମୋଡ ନେଇଛି। ପୀଡ଼ିତା ନବ ବିବାହିତା ତଥା ଏହି ଗାଁର ରୋହିତାଶ୍ୱ ନାୟକଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ତିର୍ତ୍ତୋଲ ପୋଲିସର ନିସ୍କ୍ରିୟତା ବିରୋଧରେ ବୁଧବାର ଏସ୍‌ପି ପ୍ରକାଶ ଆର୍‌ଙ୍କ ନିକଟରେ ଫେରାଦ ହୋଇଛନ୍ତି। ମଧୁସ୍ମିତାଙ୍କ ଅଭିଯୋଗ ଗ୍ରହଣ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ତିର୍ତ୍ତୋଲ ଆଇଆଇସିଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ବାସୁଦେବପୁରର ବଟକୃଷ୍ଣ ନାୟକଙ୍କ ଝିଅ ମଧୁସ୍ମିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ୧୬ା୨ା୨୦ରେ ରୋହିତାଶ୍ୱଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଯୌତୁକ ବାବଦରେ ୧ ଲକ୍ଷ ଟଙ୍କା, ସୁନା ଗହଣା ୧୫ ଭରି, ରୂପା ଗହଣା ୧୦ ଭରି ସହ ଘରକରଣା ସାମଗ୍ରୀ ଦିଆଯାଇଥିଲା। ବାହାଘର ପରେ ସ୍ବାମୀ, ଶ୍ୱଶୂର, ଶାଶୁ, ଦେଢଶୂର, ଯାଆ, ନଣନ୍ଦ, ଦିଅରଙ୍କ ସମେତ ଜଣେ ପଡୋଶୀ ଅଧିକ ଯୌତୁକ ବାବଦ ଏକ ବାଇକ୍‌ ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଯେହେତୁ କମ ଦିନ ଭିତରେ ସେମାନଙ୍କ ବାହାଘର ହୋଇଥିଲା ଏବଂ ଯୌତୁକ ଦିଆଯାଇଥିଲା ତେଣୁ ତାଙ୍କ ବାପା ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ପରେ ଶାଶୁଘର ଲୋକେ ନିର୍ଯାତନା ଆରମ୍ଭ କରି ଦେଇଥିଲେ। କଠୋର ଶାରୀରିକ ଓ ମାନସିକ ନିର୍ଯାତନା ଦେବାରୁ ମଧୁସ୍ମିତା ଅଣନିଃଶ୍ୱାସ ହୋଇ ପଡିଥିଲେ। ଏପରି କି ଟଙ୍କା ନ ମିଳିଲେ ହତ୍ୟା କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ସ୍ବାମୀ ରୋହିତାଶ୍ୱଙ୍କୁ ଅନ୍ୟତ୍ର ବିବାହ କରିଦେବାର ମଧ୍ୟ ଧମକ ଦିଆଯାଇଥିଲା। ପରେ ରୋହିତାଶ୍ୱଙ୍କୁ ଫେରାର କରି ଦିଆଯାଇଥିଲା। ସୌଭାଗ୍ୟ ୨୪ା୨ା୨୦ରେ ତାଙ୍କ ବାପା ଓ ଭାଇ ଶାଶୁ ଘରକୁ ବୁଲି ଯାଇଥିଲେ। କିନ୍ତୁ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଶାଶୁଘର ଲୋକେ ମାଡ ମାରିଥିଲେ ବୋଲି ମଧୁସ୍ମିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ସେ ଏକଥା ମଧ୍ୟ ଦର୍ଶାଇଛନ୍ତି ଯେ, ଏଭଳି ପରିବେଶ ଦେଖି ବାପା ଓ ଭାଇ ତାଙ୍କୁ ସାଙ୍ଗରେ ନେଇଯିବାକୁ ଚାହିଁଥିଲେ। ଶାଶୁଘର ଲୋକେ ତାହା ମଧ୍ୟ କରିବାକୁ ଦେଲେନି। ତେଣୁ ବାଧ୍ୟ ହୋଇ ପୋଲିସ ସହାୟତାରେ ବାପା, ଭାଇଙ୍କ ସହ ସେ ବାପଘରକୁ ଯାଇଥିଲେ। ସେବେଠାରୁ ବାପଘରେ ରହୁଛନ୍ତି। ଏ ସମ୍ପର୍କରେ ସେ ଗତ ୨ ତାରିଖରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲାପରେ ପୋଲିସ ମାମଲା ସଂଖ୍ୟା ୭୫/୨୦ ରୁଜୁ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ନ୍ୟାୟ ପାଇ ଥାନାକୁ ବାରମ୍ବାର ଧାଇଁ ନିରାଶ ହେଲା ପରେ ଶେଷରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବା ମଧୁସ୍ମିତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri