ନନ୍ଦନକାନନ ପାଳିଲା ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧି ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ

ବାରଙ୍ଗ,୩୦।୭(ଡି.ଏନ୍‌.ଏ.): ବିଂଶ ଶତାବ୍ଦୀରେ ଦେଶରେ ବାଘଙ୍କ ସଂଖ୍ୟା ୧ଲକ୍ଷ ଥିବାବେଳେ ଏବେ ମାତ୍ର ୩ ହଜାର ମଧ୍ୟରେ ସୀମିତ ରହିଛି। ଏଭଳି ହ୍ରାସ ପଛରେ ବାସସ୍ଥଳୀ, ଖାଦ୍ୟ, ପାଣି ଅଭାବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଣୁ ଆମେ ଜଙ୍ଗଲ ଅବକ୍ଷୟ ରୋକିବା ସହ ଜଙ୍ଗଲ ସୃଷ୍ଟିି କରିବା ଆବଶ୍ୟକ। ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସଭାଗୃହରେ ଆୟୋଜିତ ସଭାରେ ବକ୍ତାମାନେ କହିଛନ୍ତି। ପ୍ରାଣୀଉଦ୍ୟାନ ଉପନିଦ୍ଦେର୍ଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ଦ୍ଦେଶକ ଶଶି ପାଲ, ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ସଂଯୋଜକ ମାଇକେଲ ପିଟର, ପ୍ରାଣୀଉଦ୍ୟାନ ବନ୍ୟପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଆଲୋକ କୁମାର ଦାସ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାୟୋଲୋଜି ଅଧ୍ୟାପକ ଡ. ଶିବ ପ୍ରସାଦ ପରିଡା ପ୍ରମୁଖ ଯୋଗଦେଇଥିଲେ।
ବାଘ ବଂଶର ବିସ୍ତାର ଦିଗରେ ନନ୍ଦନକାନନ ୯୫ପ୍ରତିଶତ ସଫଳତା ଲାଭ କରିଛି। ବର୍ତ୍ତମାନ ନନ୍ଦନକାନନରେ ବାଘମାନଙ୍କ ସଂଖ୍ୟା ୨୭ ରହିଛି। ସେଥିମଧ୍ୟରେ ୧୪ ସାଧାରଣ, ୯ ଧଳା ଓ ୪ କଳାଲୋମଯୁକ୍ତ ବାଘ ରହିଛନ୍ତି। କଳା ଲୋମଯୁକ୍ତ ବାଘ ଛୁଆ ଜନ୍ମକରି ଚର୍ଚ୍ଚାରେ ଥିବା ନନ୍ଦନକାନନ ଏଥର ସ୍ନେହା ସହ ସେଫ୍‌, ନନ୍ଦନ ସହ ସାରା, ରେଣୁକା ସହ ସମ୍ରାଟର ମିଳନ ପାଇଁ ଯୋଜନା କରାଯାଇଛି। ଏବେ କଲରାପତରିଆ ବାଘ ସଂଖ୍ୟା ୭ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଅଣ୍ଡିରା ଓ ୪ ମାଈ ରହିଛନ୍ତି। ୨୦୧୭ ଜୁଲାଇ ୧୬ରେ ନନ୍ଦନକାନନକୁ ଆସିଥିବା ସୁନାବେଡା ରେଞ୍ଜରେ ଚର୍ଚ୍ଚାରେ ଥିବା ମଣିଷଖିଆ ବାଘ ସହ ବାଘୁଣୀ ମଞ୍ଜୁ ଏବଂ ସୂରଜ ସହ ଅନିତାର ମିଳନ ପାଇଁ ସେମାନଙ୍କୁ ପାଖାପାଖି ଏନକ୍ଲୋଜରେ ରଖାଯାଇଛି ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କହିଛନ୍ତି ା ଆଗକୁ ବାଘ ବଂଶ ବୃଦ୍ଧି କରିବା ପାଇଁ ଅନ୍ୟ ପ୍ରଜାତିର ବାଘ ବାହାରୁ ଅଣାଯାଇ ମିଳନ କରାଯିବ ଓ ଅତ୍ୟାଧୁନିକ ପଦ୍ଧତି ଆପଣାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ଉପନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ଅଦଳବଦଳ ପ୍ରକିୟାକୁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମୋହର ଦେଇସାରିଛନ୍ତି। ତେଣୁ ଅଗଷ୍ଟ ଶେଷସୁଦ୍ଧା ନନ୍ଦନକାନନକୁ ଆନାକୋଣ୍ଡା ଆସିବ।
ଶେଷରେ ବ୍ୟାଘ୍ର ସୁରକ୍ଷା ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ୬ଟି ସ୍କୁଲର ୫୦ ଛାତ୍ରୀଛାତ୍ରମାନଙ୍କୁ ନେଇ ବାଘମାନଙ୍କ ସୁରକ୍ଷା ବିଷୟରେ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା। କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବନ୍ୟପ୍ରାଣୀ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଏସିଏଫ ପ୍ରଶାନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ରେଞ୍ଜ ଅଧିକାରୀ, କର୍ମଚାରୀ, ବନ୍ୟପ୍ରାଣୀ ପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri