ନନ୍ଦନକାନନ ପାଳିଲା ଆନ୍ତର୍ଜାତିକ ବ୍ୟାଘ୍ର ଦିବସ: ବାଘ ବଂଶ ବୃଦ୍ଧି ପାଇଁ ଅତ୍ୟାଧୁନିକ ପଦ୍ଧତି ଆପଣାଯିବ

ବାରଙ୍ଗ,୩୦।୭(ଡି.ଏନ୍‌.ଏ.): ବିଂଶ ଶତାବ୍ଦୀରେ ଦେଶରେ ବାଘଙ୍କ ସଂଖ୍ୟା ୧ଲକ୍ଷ ଥିବାବେଳେ ଏବେ ମାତ୍ର ୩ ହଜାର ମଧ୍ୟରେ ସୀମିତ ରହିଛି। ଏଭଳି ହ୍ରାସ ପଛରେ ବାସସ୍ଥଳୀ, ଖାଦ୍ୟ, ପାଣି ଅଭାବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଣୁ ଆମେ ଜଙ୍ଗଲ ଅବକ୍ଷୟ ରୋକିବା ସହ ଜଙ୍ଗଲ ସୃଷ୍ଟିି କରିବା ଆବଶ୍ୟକ। ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସଭାଗୃହରେ ଆୟୋଜିତ ସଭାରେ ବକ୍ତାମାନେ କହିଛନ୍ତି। ପ୍ରାଣୀଉଦ୍ୟାନ ଉପନିଦ୍ଦେର୍ଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ଦ୍ଦେଶକ ଶଶି ପାଲ, ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ସଂଯୋଜକ ମାଇକେଲ ପିଟର, ପ୍ରାଣୀଉଦ୍ୟାନ ବନ୍ୟପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଆଲୋକ କୁମାର ଦାସ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାୟୋଲୋଜି ଅଧ୍ୟାପକ ଡ. ଶିବ ପ୍ରସାଦ ପରିଡା ପ୍ରମୁଖ ଯୋଗଦେଇଥିଲେ।
ବାଘ ବଂଶର ବିସ୍ତାର ଦିଗରେ ନନ୍ଦନକାନନ ୯୫ପ୍ରତିଶତ ସଫଳତା ଲାଭ କରିଛି। ବର୍ତ୍ତମାନ ନନ୍ଦନକାନନରେ ବାଘମାନଙ୍କ ସଂଖ୍ୟା ୨୭ ରହିଛି। ସେଥିମଧ୍ୟରେ ୧୪ ସାଧାରଣ, ୯ ଧଳା ଓ ୪ କଳାଲୋମଯୁକ୍ତ ବାଘ ରହିଛନ୍ତି। କଳା ଲୋମଯୁକ୍ତ ବାଘ ଛୁଆ ଜନ୍ମକରି ଚର୍ଚ୍ଚାରେ ଥିବା ନନ୍ଦନକାନନ ଏଥର ସ୍ନେହା ସହ ସେଫ୍‌, ନନ୍ଦନ ସହ ସାରା, ରେଣୁକା ସହ ସମ୍ରାଟର ମିଳନ ପାଇଁ ଯୋଜନା କରାଯାଇଛି। ଏବେ କଲରାପତରିଆ ବାଘ ସଂଖ୍ୟା ୭ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଅଣ୍ଡିରା ଓ ୪ ମାଈ ରହିଛନ୍ତି। ୨୦୧୭ ଜୁଲାଇ ୧୬ରେ ନନ୍ଦନକାନନକୁ ଆସିଥିବା ସୁନାବେଡା ରେଞ୍ଜରେ ଚର୍ଚ୍ଚାରେ ଥିବା ମଣିଷଖିଆ ବାଘ ସହ ବାଘୁଣୀ ମଞ୍ଜୁ ଏବଂ ସୂରଜ ସହ ଅନିତାର ମିଳନ ପାଇଁ ସେମାନଙ୍କୁ ପାଖାପାଖି ଏନକ୍ଲୋଜରେ ରଖାଯାଇଛି ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କହିଛନ୍ତି ା ଆଗକୁ ବାଘ ବଂଶ ବୃଦ୍ଧି କରିବା ପାଇଁ ଅନ୍ୟ ପ୍ରଜାତିର ବାଘ ବାହାରୁ ଅଣାଯାଇ ମିଳନ କରାଯିବ ଓ ଅତ୍ୟାଧୁନିକ ପଦ୍ଧତି ଆପଣାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ଉପନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ଅଦଳବଦଳ ପ୍ରକିୟାକୁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମୋହର ଦେଇସାରିଛନ୍ତି। ତେଣୁ ଅଗଷ୍ଟ ଶେଷସୁଦ୍ଧା ନନ୍ଦନକାନନକୁ ଆନାକୋଣ୍ଡା ଆସିବ।
ଶେଷରେ ବ୍ୟାଘ୍ର ସୁରକ୍ଷା ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ୬ଟି ସ୍କୁଲର ୫୦ ଛାତ୍ରୀଛାତ୍ରମାନଙ୍କୁ ନେଇ ବାଘମାନଙ୍କ ସୁରକ୍ଷା ବିଷୟରେ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା। କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବନ୍ୟପ୍ରାଣୀ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଏସିଏଫ ପ୍ରଶାନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ରେଞ୍ଜ ଅଧିକାରୀ, କର୍ମଚାରୀ, ବନ୍ୟପ୍ରାଣୀ ପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri