ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ଏହି ନଦୀଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି ଅଧିକାଂଶ ନଦୀଗୁଡ଼ିକରେ ଶିଳ୍ପାଞ୍ଚଳ ଏବଂ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ ମିଶି ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି କଲାଣି। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, କୋଏଲ, ବୈତରଣୀ, କୋଲାବ, ଋଷିକୁଲ୍ୟା ଓ ଏହାର ଶାଖା ନଦୀଗୁଡ଼ିକ ନିକଟରେ ଗଢ଼ିଉଠିଥିବା ୮୮ଟି ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଛି । ଏଥିସହିତ ସହରାଞ୍ଚଳର ବର୍ଜ୍ୟଜଳ ସିଧାସଳଖ ନଦୀକୁ ଛାଡ଼ି ଦିଆଯାଉଛି। ବର୍ଜ୍ୟଜଳକୁ ବିଶୋଧନ କରି ଛାଡ଼ିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ଶିଳ୍ପ କିମ୍ବା ପୌରସଂସ୍ଥା ଗୁରୁତ୍ୱ ଦେଉନାହାନ୍ତି। ଏଥିଯୋଗୁ ନଦୀଜଳ ପ୍ରଦୂଷିତ ହେବା ସହ ଜଳପ୍ରବାହ ମଧ୍ୟ ହ୍ରାସ ପାଇଲାଣି। ୨୦୫୧ ବେଳକୁ ରାଜ୍ୟରେ ପାନୀୟ ଜଳ ସଙ୍କଟ ଉତ୍କଟ ଆକାର ଧାରଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ନଦୀଗୁଡ଼ିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀନୀତି( ରିଭର ପଲିସି)-୨୦୧୯ ଆଣିବାକୁ ଯାଉଛନ୍ତି। ଚିଠାନୀତି ପ୍ରସ୍ତୁତ ହୋଇସାରିଛି। ଚୂଡାନ୍ତ ନୀତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ନଦୀଗୁଡିକର ବର୍ତ୍ତମାନ ସ୍ଥିତିକୁ ପରଖାଯିବ। ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ନଦୀର ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି। ପରିବେଶ ଆଇନ ଅନୁଯାୟୀ ନଦୀରେ କେତେ ଜଳ ପ୍ରବାହ ହେଉଛି ଓ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି, କେଉଁ ସମୟରେ କେତେ ଜଳ ପ୍ରବାହିତ ହେଉଛି ସେବୁକୁ ନେଇ ରାଜ୍ୟ ସରକାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା କରିବେ। ବର୍ଷା ଓ ଖରାଦିନେ ଜଳଚର ଜୀବମାନଙ୍କ ପାଇଁ କେତେ ପାଣି ନଦୀରେ ପ୍ରବାହିତ ହେବ ସେ ସବୁର ଅନୁଧ୍ୟାନ କରି ନୂତନ ନଦୀନୀତି ପ୍ରସ୍ତୁତ କରାଯିବ। ଯେଉଁ ନଦୀ ଚଉଡା ହୋଇଯାଇ ଗର୍ଭ ପୋତି ହୋଇଯାଇଛି ତାହାକୁ ପୁଣି ଜୀବନ୍ତ କରିବାକୁ ଏଥିରେ ବ୍ୟବସ୍ଥା ରହିବ। ନଦୀ ମଝିରେ ଜଳ ପ୍ରବାହକୁ ଦେଖି ଜଳ ପ୍ରବାହ ପାଇଁ ଚ୍ୟାନେଲ ନିର୍ମାଣ କରାଯିବ। ଏହାଦ୍ୱାରା ନଦୀ ଗର୍ଭ ପୋତି ନ ହୋଇ ଖରାଦିନେ ସ୍ବାଭାବିକ ଜଳପ୍ରବାହିତ ହୋଇପାରିବ। ଏହାଛଡା କେଉଁ ନଦୀର କେତେ ପାଣି ଅଟକାଯାଇ ପାରିବ ସେ ନେଇ ଏଥିରେ ବ୍ୟବସ୍ଥା ରହିବ। ଭୂଗର୍ଭ ଜଳ ସଂଚରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ନୀତିରେ ଚାଷ ଓ ପାନୀୟ ଜଳକୁ ପ୍ରାଧାନ୍ୟ ଦିଆଯିବ। ବ୍ୟାରେଜ ନିର୍ମାଣ କରାଯାଇ ପାନୀୟ ଜଳ ଓ କ୍ଷୁଦ୍ର ଜଳସେଚନ ପାଇଁ ବ୍ୟବସ୍ଥା ହେବ। ନଦୀ ଜଳକୁ ଅଯଥା ବ୍ୟବହାର ଉପରେ କଟକଣା ଜାରି କରାଯିବ। ନଦୀଗୁଡିକ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନ୍ତର୍ଜାତୀୟ ସଂସ୍ଥାଗୁଡିକର ସହାୟତା ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ।
ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି । ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ି ଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଛୋଟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳ ଧାରଣ କ୍ଷମତା ୧୨୦.୩୯୭ ନିୟୁତ କ୍ୟୁବିକ ମିଟର(ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ । ଏହାକୁ ଦୃଷ୍ଟିରେ ରଖି ଉକ୍ତ ନଦୀ ଯୋଜନା ଆରମ୍ଭ କରାଯାଇଛି। ମହାନଦୀରୁ ଚିଲିକା ଯାଏ ଏହାର ଉପ ଓ ଶାଖାନଦୀ କାଠଯୋଡି, କୁଆଖାଇ, ଦୟା, ଭାର୍ଗବୀ, କୁଶଭଦ୍ରା ଆଦିର ଜଳ ସ୍ରୋତକୁ ବଞ୍ଚାଇ ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେବ। ଏହି ନଦୀଗୁଡିକର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବ୍ୟାରେଜ ନିର୍ମାଣ କରାଯିବ। ନଦୀଜଳ ଭୂଗର୍ଭକୁ ସଂଚରଣ ପାଇଁ ବ୍ୟବସ୍ଥା ରହିବ। ଏହି ନଦୀଗୁଡିକରେ ଛୋଟ ଓ ବଡ଼ ବ୍ୟାରେଜ ନିର୍ମାଣ କରାଯାଇ ଉଭୟ ଭୂପୃଷ୍ଠ ଓ ଭୂଗର୍ଭ ଜଳକୁ ସଂରକ୍ଷଣ କରିବାକୁ ଜଳ ସମ୍ପଦ ବିଭାଗ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri