ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ଏହି ନଦୀଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି ଅଧିକାଂଶ ନଦୀଗୁଡ଼ିକରେ ଶିଳ୍ପାଞ୍ଚଳ ଏବଂ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ ମିଶି ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି କଲାଣି। ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, କୋଏଲ, ବୈତରଣୀ, କୋଲାବ, ଋଷିକୁଲ୍ୟା ଓ ଏହାର ଶାଖା ନଦୀଗୁଡ଼ିକ ନିକଟରେ ଗଢ଼ିଉଠିଥିବା ୮୮ଟି ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଛି । ଏଥିସହିତ ସହରାଞ୍ଚଳର ବର୍ଜ୍ୟଜଳ ସିଧାସଳଖ ନଦୀକୁ ଛାଡ଼ି ଦିଆଯାଉଛି। ବର୍ଜ୍ୟଜଳକୁ ବିଶୋଧନ କରି ଛାଡ଼ିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ଶିଳ୍ପ କିମ୍ବା ପୌରସଂସ୍ଥା ଗୁରୁତ୍ୱ ଦେଉନାହାନ୍ତି। ଏଥିଯୋଗୁ ନଦୀଜଳ ପ୍ରଦୂଷିତ ହେବା ସହ ଜଳପ୍ରବାହ ମଧ୍ୟ ହ୍ରାସ ପାଇଲାଣି। ୨୦୫୧ ବେଳକୁ ରାଜ୍ୟରେ ପାନୀୟ ଜଳ ସଙ୍କଟ ଉତ୍କଟ ଆକାର ଧାରଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ନଦୀଗୁଡ଼ିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀନୀତି( ରିଭର ପଲିସି)-୨୦୧୯ ଆଣିବାକୁ ଯାଉଛନ୍ତି। ଚିଠାନୀତି ପ୍ରସ୍ତୁତ ହୋଇସାରିଛି। ଚୂଡାନ୍ତ ନୀତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ନଦୀଗୁଡିକର ବର୍ତ୍ତମାନ ସ୍ଥିତିକୁ ପରଖାଯିବ। ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ନଦୀର ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି। ପରିବେଶ ଆଇନ ଅନୁଯାୟୀ ନଦୀରେ କେତେ ଜଳ ପ୍ରବାହ ହେଉଛି ଓ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି, କେଉଁ ସମୟରେ କେତେ ଜଳ ପ୍ରବାହିତ ହେଉଛି ସେବୁକୁ ନେଇ ରାଜ୍ୟ ସରକାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା କରିବେ। ବର୍ଷା ଓ ଖରାଦିନେ ଜଳଚର ଜୀବମାନଙ୍କ ପାଇଁ କେତେ ପାଣି ନଦୀରେ ପ୍ରବାହିତ ହେବ ସେ ସବୁର ଅନୁଧ୍ୟାନ କରି ନୂତନ ନଦୀନୀତି ପ୍ରସ୍ତୁତ କରାଯିବ। ଯେଉଁ ନଦୀ ଚଉଡା ହୋଇଯାଇ ଗର୍ଭ ପୋତି ହୋଇଯାଇଛି ତାହାକୁ ପୁଣି ଜୀବନ୍ତ କରିବାକୁ ଏଥିରେ ବ୍ୟବସ୍ଥା ରହିବ। ନଦୀ ମଝିରେ ଜଳ ପ୍ରବାହକୁ ଦେଖି ଜଳ ପ୍ରବାହ ପାଇଁ ଚ୍ୟାନେଲ ନିର୍ମାଣ କରାଯିବ। ଏହାଦ୍ୱାରା ନଦୀ ଗର୍ଭ ପୋତି ନ ହୋଇ ଖରାଦିନେ ସ୍ବାଭାବିକ ଜଳପ୍ରବାହିତ ହୋଇପାରିବ। ଏହାଛଡା କେଉଁ ନଦୀର କେତେ ପାଣି ଅଟକାଯାଇ ପାରିବ ସେ ନେଇ ଏଥିରେ ବ୍ୟବସ୍ଥା ରହିବ। ଭୂଗର୍ଭ ଜଳ ସଂଚରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ନୀତିରେ ଚାଷ ଓ ପାନୀୟ ଜଳକୁ ପ୍ରାଧାନ୍ୟ ଦିଆଯିବ। ବ୍ୟାରେଜ ନିର୍ମାଣ କରାଯାଇ ପାନୀୟ ଜଳ ଓ କ୍ଷୁଦ୍ର ଜଳସେଚନ ପାଇଁ ବ୍ୟବସ୍ଥା ହେବ। ନଦୀ ଜଳକୁ ଅଯଥା ବ୍ୟବହାର ଉପରେ କଟକଣା ଜାରି କରାଯିବ। ନଦୀଗୁଡିକ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନ୍ତର୍ଜାତୀୟ ସଂସ୍ଥାଗୁଡିକର ସହାୟତା ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ।
ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି । ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ି ଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଛୋଟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳ ଧାରଣ କ୍ଷମତା ୧୨୦.୩୯୭ ନିୟୁତ କ୍ୟୁବିକ ମିଟର(ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ । ଏହାକୁ ଦୃଷ୍ଟିରେ ରଖି ଉକ୍ତ ନଦୀ ଯୋଜନା ଆରମ୍ଭ କରାଯାଇଛି। ମହାନଦୀରୁ ଚିଲିକା ଯାଏ ଏହାର ଉପ ଓ ଶାଖାନଦୀ କାଠଯୋଡି, କୁଆଖାଇ, ଦୟା, ଭାର୍ଗବୀ, କୁଶଭଦ୍ରା ଆଦିର ଜଳ ସ୍ରୋତକୁ ବଞ୍ଚାଇ ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେବ। ଏହି ନଦୀଗୁଡିକର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବ୍ୟାରେଜ ନିର୍ମାଣ କରାଯିବ। ନଦୀଜଳ ଭୂଗର୍ଭକୁ ସଂଚରଣ ପାଇଁ ବ୍ୟବସ୍ଥା ରହିବ। ଏହି ନଦୀଗୁଡିକରେ ଛୋଟ ଓ ବଡ଼ ବ୍ୟାରେଜ ନିର୍ମାଣ କରାଯାଇ ଉଭୟ ଭୂପୃଷ୍ଠ ଓ ଭୂଗର୍ଭ ଜଳକୁ ସଂରକ୍ଷଣ କରିବାକୁ ଜଳ ସମ୍ପଦ ବିଭାଗ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri