ନଗଡ଼ାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭାରପ୍ରାପ୍ତ ଜିଲାପାଳ

କାଳିଆପାଣି,୨୯।୨(ଡିଏନଏ): ନଗଡ଼ା ପାଇଁ ସରକାର ମାଳ ମାଳ ଯୋଜନା କରି ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ମାତ୍ର ଏହି ଅଞ୍ଚଳର ବିକାଶ କେତେଦୂର ହୋଇଛି ତାହାର ତଦାରଖ କରିବାକୁ ଶୁକ୍ରବାର ନଗଡ଼ାରେ ପହଞ୍ଚତ୍ଥିଲେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ। ଜଳପରିମଳ ଓ ଜୀବନ ଜୀବିକା ପରିବର୍ତ୍ତନ, ପାନୀୟ ଜଳ ଯୋଗାଣକୁ ନେଇ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟ ସମ୍ପୂର୍ଣ କରିବା ଉପରେ ଜୋର ଦେଇଥିଲେ। ୨୦୧୬ ମସିହା ନଗଡ଼ାରେ ହୋଇଥିବା ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣି ଭଳି ଅର୍ଥ ଖର୍ଚ୍ଚ କରି ଅପପୁଷ୍ଟି ରୋକିବା ଓ ଜୁଆଙ୍ଗଙ୍କ ବିକାଶ କାର୍ଯ୍ୟ ତ୍ୱରିତ ବେଗରେ କରାଯାଇଥିଲା। ନଗଡ଼ାରେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ ପାଇଁ ବିଭିନ୍ନ କ୍ଷେତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହିସବୁ କାର୍ଯ୍ୟର ତଦାରଖ କରିବା ସହ ରାସ୍ତା କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥରୁ ବଳକା ରହିଥିବା ୧କୋଟି ୮୩ ଲକ୍ଷ ଟଙ୍କାରେ ମରାମତି କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟ ପୂର୍ବ ଟେଣ୍ଡରରେ କରିବାକୁ ରହିଥିବାବେଳେ କିପରି ହୋଇପାରିବ ସେ ନେଇ ଭାରପ୍ରାପ୍ତ ଜିଲାପାଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପାନୀୟ ଜଳ ପାଇଁ ହୋଇଥିବା ଭଙ୍ଗା ଟ୍ୟାପ୍‌, ଷ୍ଟାଣ୍ଡ ପୋଷ୍ଟ ମରାମତି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୁହିଆଶାଳକୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟରେ ଜୁଆଙ୍ଗଙ୍କୁ ଲଗାଇ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର, ସ୍ବଚ୍ଛତା ପରିମଳ ଅବଲମ୍ବନ, ଖାଦ୍ୟପେୟରେ ପରିବର୍ତ୍ତନ ନିମନ୍ତେ ସରକାର ନଗଡ଼ାରେ ବହୁ ଅର୍ଥ ବ୍ୟୟ କରି ଟ୍ରିକିଲ ଓ ୱଷ୍କା ଭଳି ଦୁଇ ଏନଜିଓକୁ ଆହୁରି ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ କହିଥିଲେ। ଏହି ଗସ୍ତ ସମୟରେ ଡିଏମଏଫ (ଜିଲା ଖଣିଜ ପାଣ୍ଠି ) ଯାଜପୁର ଜିଲା ମୁଖ୍ୟ ସୁଭାଶିଷ କୁମାର, ସୁକିନ୍ଦା ବିଡିଓ ବିଶ୍ୱଜିତ ଦାସଙ୍କ ସହ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri