ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର

ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ କହିଲା ସାର୍‌, ମୋ ସମ୍ପର୍କୀୟ ଭାଇ ବିଭୂତି ସହଜେ ଇତସ୍ତତଃ ଥିବାବେଳେ ମୁଁ ତା’ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥାଟିଏ କରିଛି। ବଡ଼ ଆଶ୍ଚର୍ଯ୍ୟର କଥା ଅବସର ସମୟ ବା କେବଳ ଶୋଇଲା ବେଳ ନୁହଁ ଅନ୍ୟ ସମୟରେ ସେ ତା’ ମୋବାଇଲ ମୋ କମ୍ପ୍ୟୁଟରରେ ବଡ଼ ବ୍ୟସ୍ତ ହୋଇ ଏଣୁତେଣୁ କ’ଣ ସବୁ ଦେଖୁଛି? ନିଜକୁ ନିଜେ ବେଳେବେଳେ ଚିଡ଼ିଚିଡ଼ା ପରି ହୋଇଯିବା ସହ ବିଚିତ୍ର ଶବ୍ଦ ସବୁ କହୁଛି ଯଦିଓ ତା’ର କୌଣସି ମାନସିକ ସମସ୍ୟା ନାହିଁ। କିନ୍ତୁ ସେ କମ୍ପ୍ୟୁଟର ଓ ମୋବାଇଲରେ ଯେଉଁପରି ଅସ୍ତବ୍ୟସ୍ତ ହୋଇ ଚିଡ଼ିଚିଡ଼ା ହେଉଛି ବିଶେଷକରି ଇ-ମେଲ୍‌ ସବୁ ଖୋଲି ସୋସିଆଲ ମିଡିଆରେ ସକ୍ରିୟର ବାହାନା ସମ୍ଭବତଃ ଦେଖାଉଛି କି? ମୁଁ ଶ୍ରୀକାନ୍ତକୁ କହିଲି, ତମେ ମୋ ଲେଖା ସହ ଏପରି ଜଡ଼ିତ ହୋଇଯାଇଛ ଯେ ତୁମେ ବେଶ୍‌ ଭଲ ଭାବେ ସେହି ପିଲାଟିର ତଥ୍ୟ ମୋତେ ଜଣାଇ ପାରିଲ, ବ୍ୟସ୍ତ ହୁଅନା ମୁଁ ତୁମକୁ ସବିଶେଷ କହୁଛି।
ଆଜିର ସମୟରେ ଲୋକମାନଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ନଚେତ୍‌ ମୋବାଇଲରେ ଯାଉଛି। ପୂର୍ବରୁ ଲୋକମାନଙ୍କର ଏ ଦୁର୍ବଳତା ଥିଲା, କିନ୍ତୁ ଏବେ କରୋନା ବିଭୀଷିକା ପାଇଁ ବର୍ଷ ବର୍ଷ ଘରେ ବସି ଅନ୍‌ଲାଇନ ସହ ବେଶି ଆସକ୍ତ ହୋଇଗଲେ। ସବୁଠାରୁ ବଡ଼ କଥା ସୋସିଆଲ ମିଡିଆର ଭଲ ଦିଗ ଯେତିକି ରହିଛି ଖରାପ ଦିଗ ମଧ୍ୟ ତତୋଧିକ। ଆପଣଙ୍କ ହାତ ପାହାନ୍ତାରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜ୍ଞାନ, ପାଠଶାଠ, ମନୋରଞ୍ଜନ, ସବୁ ପ୍ରଶ୍ନର ଉତ୍ତର ସବୁକିଛି ପାଇବେ। କିନ୍ତୁ ଏହା ଆପଣଙ୍କୁ ଯେତିକି ଦେଉଛି ତା’ଠାରୁ ଅଧିକ ଯାହା ସବୁ କ୍ଷତି କରୁଛି ତାର ବଡ଼ ଉଦାହରଣ ହେଉଛି ଡୁମ୍‌ସ୍କ୍ରୋଲିଙ୍ଗ। ସୋସିଆଲ ମିଡିଆରେ ନକାରାତ୍ମକ ଖବରଗୁଡ଼ିକୁ ପଢ଼ିବାରେ ଅଧିକ ସମୟ ବିତାଇବା ସହ ଖୋଜିବାର ଅଭ୍ୟାସକୁ ମନୋବିଜ୍ଞାନ ଭାଷାରେ‘ଡୁମ୍‌ସ୍କ୍ରୋଲିଙ୍ଗ୍‌’ ବା ‘ଡୁମ୍‌ ସରଫିଙ୍ଗ୍‌’ ନାମ ଦିଆଯାଇଛି। ଡୁମ୍‌ସ୍କ୍ରୋଲିଙ୍ଗ୍‌ ଏକପ୍ରକାର ମାନସିକ ଅଭ୍ୟାସ ଏବଂ କରୋନା ପରେ ଏହା ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାର ହାନିକାରକ ପ୍ରଭାବ ଯୋଗୁ ଏବେ ଅବସାଦ, ଦୁଶ୍ଚିନ୍ତା ଓ ନକାରାତ୍ମକ ପ୍ରତିକ୍ରିୟା ଭଳି ମାନସିକ ରୋଗ ସୃଷ୍ଟି ହେଉଛି। ଡୁମ୍‌ସ୍କ୍ରୋଲିଙ୍ଗରେ ପୀଡ଼ିତ ବ୍ୟକ୍ତି ଦୁଃଖଦ ଓ ନକାରାତ୍ମକ ଖବରଗୁଡ଼ିକୁ ଜାଣିବା ପାଇଁ ପ୍ରବଳ ଇଚ୍ଛା କରିଥାଏ। ଏଥିପାଇଁ ସେ ସୋସିଆଲ ମିଡିଆରେ ଅଧିକ ସମୟ ବ୍ୟୟ କରେ ଏବଂ କିଛି ଖବର ନ ମିଳିବା ପର୍ଯ୍ୟନ୍ତ ସେ ଇତସ୍ତତଃ ହୋଇପଡ଼େ। ଏହି ମାନସିକ ସମସ୍ୟା ଯୋଗୁ ବ୍ୟକ୍ତି ସବୁବେଳେ ନକାରାତ୍ମକ ଚିନ୍ତା କରେ। ମନ ଭିତରେ ଭୟ ସୃଷ୍ଟି ହୁଏ। ଅନିଦ୍ରା ଓ ହରମୋନ ଡିସ୍‌ଅର୍ଡର ଭଳି ସମସ୍ୟା ମଧ୍ୟ ଦେଖାଯାଏ। ସବୁବେଳେ ଉଦାସ ରହିବା, କୌଣସି କାମରେ ନକାରାତ୍ମକ ପ୍ରତିକ୍ରିୟା ଦେଖାଇବା ଏବଂ ଅସ୍ତବ୍ୟସ୍ତ ଲାଗିବା ଭଳି ବ୍ୟବହାର କରିବା ଏହି ରୋଗର ଲକ୍ଷଣ। ପ୍ରାଥମିକ ଅବସ୍ଥାରେ ଏହି ନକାରାତ୍ମକ ପ୍ରତିକ୍ରିୟା ପରବର୍ତ୍ତୀ ସମୟରେ ମାନସିକ ଅବସାଦ, ବିରକ୍ତି, ଉତ୍ତେଜନା ଏବଂ ଏହାପରେ ଏହା ଜଣକୁ ଏପରି ନୈରାଶ୍ୟ ଭିତରକୁ ଠେଲି ଦେଇଥାଏ ଯେ ବେଳେବେଳେ ସେମାନେ ନିଜକୁ ନିୟନ୍ତ୍ରଣରୁ ହରାଇ ବସିଥାନ୍ତି। ଏହାର ପାରିପାର୍ଶ୍ୱିକ ପ୍ରତିକ୍ରିୟା ଲୋକଟି ପାଖରେ ରହୁଥିବା ପରିବାର ଲୋକ ଏପରି କି ସେ କାମ କରୁଥିବା କର୍ମ ସଂସ୍ଥାନର ତାଙ୍କ ସହଯୋଗୀମାନେ ମଧ୍ୟ ଅନୁଭବ କରିଥାନ୍ତି। ଅନେକ କ୍ଷେତ୍ରରେ ହିଂସାତ୍ମକ ଆଚରଣ ଲୋକଟି ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇଥାଏ। ବିଶେଷକରି ଯେଉଁମାନେ ନିଶା ସେବନରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହା ଏକପ୍ରକାର ଜଟିଳ କାରଣ ପାଲଟିଥାଏ। ଆମ ମନୋଚିକିତ୍ସାର ସୂତ୍ର ଅନୁଯାୟୀ, ସୋସିଆଲ ମିଡିଆରେ ଅଧିକ ସମୟ ସକାରାତ୍ମକ ଓ ପ୍ରେରଣାଦାୟକ ସାଇଟ ଅନୁସରଣ କରିବା, ନକାରାତ୍ମକ ଖବରରୁ ଦୂରେଇ ରହିବା ଏବଂ କୌଣସି ଦୁଃଖଦ ଓ ନକାରାତ୍ମକ ଖବରକୁ ଅଧିକ ସମୟ ମନ ଭିତରେ ନ ରଖିବା ବା ଆଲୋଚନା ନ କରିବା ଦ୍ୱାରା ଡୁମ୍‌ସ୍କ୍ରୋଲିଙ୍ଗ ସମସ୍ୟା ଦୂର ହୋଇପାରିବ। ଡୁମ୍‌ସ୍କ୍ରୋଲିଙ୍ଗ ଭଳି ମାନସିକ ରୋଗର ସମାଧାନ ସମ୍ଭବ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ ଏହାର ଉପଚାର କରାଇନେବା ଉଚିତ।
କାରଣ ଗୋଟିଏ ସୁସ୍ଥ ଶରୀର ପାଇଁ ସୁସ୍ଥ ମସ୍ତିଷ୍କର ଭୂମିକା ସର୍ବାଗ୍ରେ ରହିଥାଏ। ଏ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଏବଂ ଏହାର ଶିକାର ହୋଇଥିବା ଲୋକଟିର ପାଖ ଲୋକମାନେ ସେହି ଲୋକଟିକୁ ବିରକ୍ତି ବା ଉତ୍ତେଜିତ ହୋଇ କିଛି କୁହନ୍ତୁ ନାହିଁ ବରଂ ତାଙ୍କ ପାଇଁ କିଛି ସମୟ କାଢ଼ନ୍ତୁ। ସମସ୍ତେ ଜାଣନ୍ତି ଯେ ଜୀବନରେ ନେଗେଟିଭଠାରୁ ପଜିଟିଭି ସବୁ କ୍ଷେତ୍ର ଓ ସବୁ ସମୟ ପାଇଁ ଅତ୍ୟନ୍ତ ଜରୁରୀ। ନେଗେଟିଭ ଚିନ୍ତା ବା କାମର ଢଙ୍ଗରଙ୍ଗ ରଖୁଥିବା ଚରିତ୍ରମାନେ ଜୀବନରେ ସେତେ ସଫଳ ହୋଇପାରନ୍ତି ନାହିଁ ଏବଂ ବଡ଼କଥା ସେମାନଙ୍କ ନିଜ ଜୀବନଚର୍ଯ୍ୟାଠାରୁ ପରିବାର, ବନ୍ଧୁବର୍ଗ ଓ କର୍ମ ସଂସ୍ଥାନ କ୍ଷେତ୍ର ମଧ୍ୟ ପରୋକ୍ଷ ଭାବେ ପ୍ରଭାବିତ ହୋଇଥାଏ। ଜୀବନ ଅଛି ମାନେ ସୁଖ ସହ ଦୁଃଖ ବି ରହିବ। ଏହା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱପରି। ଜୀବନରେ ସଫଳତା ସହ ବିଫଳତା, ପ୍ରାପ୍ତି ସହ ଅପ୍ରାପ୍ତି ସବୁକିଛି ତ ରହିବ ା
କାରଣ ଏହାକୁ ତ ନେଇ ହିଁ ଜୀବନ। ପଜିଟିଭ ଚିନ୍ତାଧାରା ଆପଣଙ୍କ ଜୀବନକୁ ସେହିପରି ଆଗେଇ ନେବ। ଆଉ ନେଗେଟିଭ ଆପଣଙ୍କୁ ଯେତିକି ପଛେଇବ ସେତିକି ଦୁଃଖ, ଚିନ୍ତା, ଅବସାଦ ଓ କଷ୍ଟ ସବୁକିଛିକୁ ଡାକି ଆଣିବ। ସୋସିଆଲ ମିଡିଆକୁ ଆପଣ ବନ୍ଧୁ କରନ୍ତୁ, ତା’ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ନିଜ ଜୀବନ ସହ ପରିବାରର ଜୀବନ ଓ ସୁଖ, ଦୁଃଖ, ଭଲମନ୍ଦ ଚିନ୍ତା କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ସବୁକିଛି ପଜିଟିଭ ହୋଇଯିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri