ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ ଡିନାମାଇଟ୍‌ ଲଗାଇ ବିସ୍ଫୋରଣ କରାଯାଇ ପଥର ଚାଲାଣ ହେଉଛି। ଫଳରେ କଳା ମୁଗୁନି ପଥରର ପାହାଡଟି ଧ୍ୱଂସ ହେବାକୁ ବସିଛି । ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ ଯୋଗୁ ପଥର ଖଣ୍ଡ ନିକଟରେ ଥିବା ଘର ଉପରେ ପଡି କ୍ଷତି ଘଟାଉଛି। ସେହିପରି ବ୍ଲାଷ୍ଟିଂ ସମୟରେ ମୃଦୁ ଭୂମିକମ୍ପ ପରି ଅନୁଭୂତ ହେଉଛି । ପୁଣି ଜମିର ଫସଲ ନଷ୍ଟ ହେବାରେ ଲାଗିଛି । ଏହି ପାହାଡର ନିଲାମ ଅବଧି ଚାଲି ଯାଇଥିଲେ ମଧ୍ୟ ବେଆଇନ ବ୍ଲାଷ୍ଟିଂ ଚାଲିଥିବାବେଳେ ପ୍ରଶାସନର ଲଗାମ ରହୁନି ।
ଗୋବର୍ନ୍ଧନ ପାହାଡରେ ରହିଛନ୍ତି ଗିରି ଗୋବର୍ଦ୍ଧନ ଠାକୁର । ଯେତେବେଳେ ବର୍ଷା ନ ହୁଏ ସେତେବେଳେ ନୀଳଗିରି ଓ ଆଖପାଖ ଅଞ୍ଚଳର ଲୋକେ ପାହାଡକୁ ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରନ୍ତି । ଆଉ ବର୍ଷା ମଧ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପୁଣି ଗଁାରେ ଗୋଚର ଜମିର ଅଭାବ ହେତୁ ଜଙ୍ଗଲକୁ ଗୃହପାଳିତ ପ୍ରାଣୀ ଚରିବାକୁ ଯାଇଥାନ୍ତି। ହେଲେ ବ୍ଲାଷ୍ଟିଂ ଯୋଗୁ ପାହାଡକୁ ଗୋରୁ ଯାଇ ପାରୁ ନାହାନ୍ତି। ଗଁା ନିକଟରେ ପାହାଡ ଥିବାରୁ ବିସ୍ଫୋରଣ ସମୟରେ ପଥର ଖଣ୍ଡ ପଡି ବେଳେ ବେଳେ ସ୍ଥାନୀୟ ଲୋକେ ଆହତ ହେଉଛନ୍ତି। ବ୍ଲାଷ୍ଟିଂର ପ୍ରଭାବରେ ଘର ଥରିବା ପରି ଲାଗୁଛି । ଏ ସମ୍ପର୍କରେ ଗ୍ରାମବାସୀ ବିନୋଦ ସାହୁ, କୃଷ୍ଣଚନ୍ଦ୍ର ମହାନ୍ତି, ବନମାଳୀ ମହାନ୍ତି, ରବୀନ୍ଦ୍ର ନାୟକ, ପୁଷ୍ପଲତା ବାରିକ, ରଶ୍ମିତା ମଞ୍ଜରୀ ବେହେରା ପ୍ରମୁଖ ଅଭିଯୋଗ କରି କୁହନ୍ତି ଯେ,ପୂର୍ବରୁ କିଛି ଲୋକ ହାତରେ ପଥର ଭାଙ୍ଗୁଥିଲେ । ତେବେ ପ୍ରାୟ ୪ବର୍ଷ ହେଲା ନିଲାମ ଦିଆ ଯାଉଛି । ନିଲାମଧାରୀ ବ୍ଲାଷ୍ଟିଂ କରି ପଥର ଫଟାଉଥିବାରୁ ଗଁାଲୋକ ବିରୋଧ କରି ଆସଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ଅଣଦେଖା କରାଯାଉଛି । ସେହିପରି ନିଲାମ ନ ହୋଇବି ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି । ଏହାକୁ ବନ୍ଦ କରିବାକୁ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ପ୍ରଶାସନ ବେଆଇନ ବ୍ଲାଷ୍ଟିଂଙ୍କୁ ବନ୍ଦ କରିବା ବଦଳରେ ପୁଣି ଏହାକୁ ନିଲାମ ଦେବାକୁ ପ୍ରଚେଷ୍ଟା କରୁଛି । ସରକାର ଲୋକଙ୍କ ସୁବିଧାକୁ ନ ଦେଖି ଅସୁବିଧା ସୃଷ୍ଟି କରୁଥିବା ସେମାନେ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ଉପ ଜିଲାପାଳ ଲଗ୍ନଜିତ୍‌ ରାଉତ କୁହନ୍ତି, ଗ୍ରାମବାସୀଙ୍କ ଠାରୁ କୌଣସି ଅଭିଯୋଗ ପତ୍ର ମିଳିନାହିଁ। ତେବେ ଗିରିଗୋର୍ଦ୍ଧନ ପାହାଡ ଉପରେ ବ୍ଲାଷ୍ଟିଂ କରା ନ ଯିବା ପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri