Posted inଫୁରସତ

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ?
କେବେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ପୋଷ୍ଟ ଅଫିସ୍‌ ଯାଉ। ତାଙ୍କ ଦେହାନ୍ତ ପରେ ମୋତେ ଯେତେବେଳେ ନିଯୁକ୍ତି ମିଳିଥିଲା ସେତେବେଳେ ବାପାଙ୍କ କଥା ମନେ ପଡିଥିଲା। ମୋର ବି ଆଉ ଇଚ୍ଛା ନ ଥିଲା ଯେ, ଡାକଘରେ କାମ କରିବି।
ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ନ ପାରିବା ଘଟଣାକୁ ନେଇ କେବେ ମନରେ ଦୁଃଖ ଆସିିନି ?
ପ୍ରଥମେ ବହୁତ ଦୁଃଖ ଲାଗୁଥିଲା। ହେଲେ ମୋର ସ୍ବପ୍ନକୁ ନେଇ ଧୀରେ ଧୀରେ କାର୍ଯ୍ୟକ୍ରମ ଆଗକୁ ବଢ଼ୁଥିଲା। ଯେତେବେଳେ ସେହି ଆର୍ଥତ୍କ ଅନଗ୍ରସର ପିଲାମାନେ ବହୁତ ଉପରକୁ ଗଲେ ତାହା ମୋତେ ସବୁ ଦୁଃଖ ଭୁଲାଇଦେଲା। କେମ୍ବ୍ରିଜ ନ ଯିବା ଠିକ୍‌ ଥିଲା ମୁଁ ଭାବେ। ହେଲେ କିଛିଦିନ ତଳେ ଆମେ ଦୁଇଭାଇ କେମ୍ବ୍ରିଜକୁ ବକ୍ତୃତା ଦେବା ପାଇଁ ଯାଇଥିଲୁ। ବହୁତ ଖୁସି ଲାଗିଲା ଯେ, ଯେଉଁଠି ମୁଁ ପଢ଼ି ପାରି ନ ଥିଲି ସେଠି ଦୁଇ ଭାଇଙ୍କୁ ସମ୍ମାନ ମିଳିଲା।
ଆପଣଙ୍କ ଭାଇ ଓ ବନ୍ଧୁ ଉପରେ ବାରମ୍ବାର ଆକ୍ରମଣ ହୋଇଛି। ସେ ସମ୍ପର୍କରେ କ’ଣ କହିବେ?
ବର୍ଷ ହେବ ମୋ ଉପରେ ଆକ୍ରମଣ ହେଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମୋ ଭାଇ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଯଦି ସମାଜରେ କିଛି ପରିବର୍ତ୍ତନ କରିବାକୁ ଚାହିଁବ ଓ କିଛି ଭଲ କାମ କରିବାକୁ ଚାହିଁବ, ତେବେ ଶତ୍ରୁ ନିଶ୍ଚିତ ଘେରିବେ। ଆପଣଙ୍କୁ ବଦନାମ ମଧ୍ୟ କରିବେ। କିନ୍ତୁ ଏହି ସମୟରେ କାମ କରିବାର ଜିଦ୍‌ ରହିଲେ ନିଶ୍ଚୟ ଆଗେଇପାରିବ। ବିହାର ସରକାରଙ୍କୁ ଧନ୍ୟବାଦ ଦେବି ଯେ, ଯେବେଠାରୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ହୋଇଛି, ସେବେଠାରୁ ଆମ ସୁରକ୍ଷା ପାଇଁ ୪ଜଣ କମାଣ୍ଡୋ ଯୋଗାଇ ଦେଇଛନ୍ତି।
‘ସୁପର-୩୦’ କାର୍ଯ୍ୟକ୍ରମରୁ ‘ସୁପର-୩୦’ ଫିଲ୍ମ ଯାତ୍ରା କିପରି ଥିଲା ?
ବହୁତ ସଂଘର୍ଷମୟ ଥିଲା। କିନ୍ତୁ କେବେ ହାର ମାନି ନ ଥିଲି। ଯେତେବେଳେ ‘ସୁପର-୩୦’ର ପିଲାମାନେ ବହୁତ ଉପରକୁ ଗଲେ, ବଡ଼ ବଡ଼ ଦେଶରେ ଭଲ ଭଲ ପଦବୀରେ ଅବସ୍ଥାପିତ ହେଲେ, ବହୁତ ଚର୍ଚ୍ଚା ହେଲା। ଏସବୁ ଦେଖି ଲୋକଙ୍କର ଚିନ୍ତାଧାରା ବଦଳିଥିଲା। ମୋ ଶିକ୍ଷାନୁଷ୍ଠାନ ‘ସୁପର-୩୦’ ଉପରେ ଫିଲ୍ମ ହେବା ଜରୁରୀ ବୋଲି କହିଲେ। ୨୦୧୪ରୁ ଏହି ଫିଲ୍ମ ଉପରେ କାମ ଆରମ୍ଭ ହୋଇଥିଲା।
‘ସୁପର-୩୦’ ଫିଲ୍ମ ରିଲିଜ୍‌ ପୂର୍ବରୁ ବହୁ ବିବାଦ ଦେଖାଦେଇଥିଲା?
ଫିଲ୍ମ ରିଲିଜ ହେଲେ ଭଲ ଚାଲିବନି କୁହାଯାଉଥିଲା। ରିଲିଜ ପରେ ବର୍ତ୍ତମାନ ସବୁଠି ଏହି ଫିଲ୍ମ ଭଲ ଭାବେ ଚାଲିଛି। କଷ୍ଟ କଲେ ସଫଳତା ମିଳିବ ବୋଲି ପିଲାମାନେ ଏହି ଫିଲ୍ମ ଦେଖି ଚିନ୍ତା କରିପାରୁଛନ୍ତି। ତେଣୁ ମୋ ମତରେ ଫିଲ୍ମଟି ବାର୍ତ୍ତା ଦେବାରେ ସଫଳ ହୋଇଛି।
ଗୋଟେ ଛୋଟ ପରିବାରରୁ ଆସିଥିବା ଆନନ୍ଦ କୁମାର ଏବେ ସାରା ବିଶ୍ୱରେ ଲୋକପ୍ରିୟ ଗଣିତଜ୍ଞ। ଏହା ଏବେ ଆନନ୍ଦ କୁମାରଙ୍କ ଭିତରେ ଅହଂଭାବ ସୃଷ୍ଟି କରିଛି କି?
ସେଇଟା କହିବା କଷ୍ଟକର ହେବ। ଆଗରୁ କେମିତି ଥିଲି ଓ ଏବେ ମୋ ଭିତରରେ ପରିବର୍ତ୍ତନ ଆସିଛି କି ନାହିଁ, ତାହା ଅନ୍ୟମାନେ କହିବେ। ସମୟ ମଧ୍ୟ କହିବ ମୁଁ ବଦଳିଛି କି ନାହିଁ।
ଆଇଆଇଟି, ଜେଇଇ ପାଇଁ କୋଚିଂ ନେବା ଜରୁରୀ ବୋଲି ଭାବୁଛନ୍ତି କି ?
ଆଦୌ ନୁହେଁ। ଯଦି ପରିଶ୍ରମ କରିପାରୁଛ ଏବଂ ଯେକୌଣସି ଶିକ୍ଷାର ଗଭୀରତାକୁ ବୁଝିପାରୁଛ ତେବେ କୋଚିଂର ଆବଶ୍ୟକତା ନାହିଁ।
‘ସୁପର-୩୦’ କାର୍ଯ୍ୟକ୍ରମରେ ୩୦ ପିଲା ରହିବେ ନା ଆଗକୁ ଆଉ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ?
ଆଗକୁ ଗୋଟେ ବଡ଼ ପ୍ରୋଜେକ୍ଟ କରିବାର ଯୋଜନା ଅଛି। କେବଳ ପାଟନାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ କରିବା ପାଇଁ ଚେଷ୍ଟା କରିବି।
ଓଡ଼ିଶାରେ କିଛି କରିବାର ଯୋଜନା ଅଛି କି ?
ଓଡ଼ିଶାରେ ମଧ୍ୟ ‘ସୁପର-୩୦’ର ଏକ ବ୍ରାଞ୍ଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆସନ୍ତା ବର୍ଷଠାରୁ ଓଡିଶାରେ ‘ସୁପର-୩୦’ର ପ୍ରବେଶିକା ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚୟନ କରାଯିବ। ସେମାନେ କିଭଳି ଚ୍ୟାଲେଞ୍ଜକୁ ସାମ୍ନା କରି ସଫଳତା ହାସଲ କରିବେ ତାହାର ଟ୍ରେନିଂ ଦିଆଯିବ।
ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର କ’ଣ ଦେବେ ?
ଧୈର୍ଯ୍ୟ ରଖିବା ଜରୁରୀ। ସକାରାତ୍ମକ ମନୋଭାବ ସହ ନିଷ୍ଠାପର କାମ କରିବା ଉଚିତ। ଯେତେ କଠିନରୁ କଠିନ ପରିସ୍ଥିତି ଆସିବ, ତାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଧୈର୍ଯ୍ୟର ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ହାସଲ କରିପାରିବେ।
– ସାକ୍ଷାତ: ଅସମାପିକା ସାହୁ
ଫଟୋ-ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri