ଧାରଣା ପୂର୍ବରୁ ନିଲାମ ହେଲା ୫ ପୋଖରୀ

ରଣପୁର,୩୧।୮(ସ୍ବ.ପ୍ର.)-ବାରମ୍ବାର ପୋଖରୀ ନିଲାମ ବାତିଲ ହେବା ପରେ ରଣପୁର ବ୍ଲକ ବୃନ୍ଦାବନପୁରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଧାରଣା ଦେବା ପାଇଁ ସଜବାଜ ହେଉଥିବାବେଳେ ବିବାଦୀୟ ପୋଖରୀ ସମେତ ୫ପୋଖରୀ ନିଲାମ ହୋଇଛି । ସମୟ ଅଭାବରୁ ନିଲାମ ହୋଇ ପାରି ନଥିବା ପୋଖରୀ ପରବର୍ତ୍ତୀ ସମୟରେ ନିଲାମ କରାଯିବ ବୋଲି କୁହାଯିବା ପରେ ଉତ୍ତେଜନା ହ୍ରାସ ପାଇଥିଲା ।
ସୂଚନା ଅନୁସାରେ, ବୃନ୍ଦାବନପୁର ପଞ୍ଚାୟତର ୧୩ଟି ୱାର୍ଡ ଓ ୯ ରାଜସ୍ବ ଗଁାରେ କୋଚିଲା ସାହି ପୋଖରୀ ଲେଖନପୁର, ଗଁାମୁଣ୍ଡ ଗାଡିଆ ପୋଖରୀ ଲେଖନପୁର, କୁଣ୍ଡାଗରମ ପୋଖରୀ ବିନୋଦପଡା, ବ୍ରଜସୁନ୍ଦରପୁର ପୋଖରୀ, ଅଁଳାପଲ୍ଲୀ ପୋଖରୀ, ମାଳୁଆ ପୋଖରୀ ତାରପଲ୍ଲୀ, ଗୋଟ ପୋଖରୀ, ଅରାକାଠ ପୋଖରୀ ଗାଈଝର, ରାମଚଣ୍ଡୀ ପୋଖରୀ ପାଇକେରାପୁର ପରି ୯ ପୋଖରୀ ରହିଛି । ପଞ୍ଚାୟତର ୯ଟି ପୋଖରୀ ନିଲାମ ନିମନ୍ତେ ରଣପୁର ବିଡିଓ ରଶ୍ମିରେଖା ଦାସ ନିର୍ଦ୍ଦେଶ ଦେଇଥିଲେ। ପରେ ପଞ୍ଚାୟତ ପକ୍ଷରୁ ଗତ ଜୁଲାଇ ୨୫ରେ ନିଲାମ ହେବା ପାଇଁ ନୋଟିସ ଲଗା ଯାଇଥିଲା । ପ୍ରଶାସନିକ ଅଧିକାରୀ ନ ଆସିବାରୁ ପୋଖରୀ ନିଲାମ ବାତିଲ୍‌ ହୋଇଥିଲା । ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ଫେରିଥିଲେ । ପୁଣି ଚଳିତମାସ ୧୩ରେ ପଞ୍ଚାୟତ ପୋଖରୀ ନିଲାମ ନୋଟିସ୍‌ ଦେଇଥିଲା । ତାହା ପୁଣି ବାତିଲ୍‌ ହୋଇଥିଲା । ବାରମ୍ବାର ନିଲାମ ବାତିଲ୍‌ ପରେ ପଞ୍ଚାୟତବାସୀ ରଣପୁର ବିଡିଓଙ୍କୁ ଫେରାଦ ହୋଇଥିଲେ । ବିଡିଓଙ୍କ ପତ୍ରାଙ୍କ ନଂ ୧୬୮୧ରେ ଅଗଷ୍ଟ ୩୦ରେ ପୋଖରୀ ପୁଣି ନିଲାମ ହେବବୋଲି ନୋଟିସ୍‌ ହୋଇଥିଲା । ଶୁକ୍ରବାର ପୁଣି ପ୍ରଶାସନିକ ଅଧିକାରୀ ନ ଆସିବାରୁ ପୋଖରୀ ନିଲାମ ବାତିଲ ହେଲା । ନିଲାମ ବାତିଲ ହେବା ପ୍ରଚାର ପରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ କୁମାର ବେହେରା କୁହନ୍ତି ବ୍ଲକ ପ୍ରଶାସନର କୌଣସି ଉଚ୍ଚ ଅଧିକାରୀ ନଆସିବାରୁ ନିଲାମ ବାରମ୍ବାର ବାତିଲ୍‌ କରିବାକୁ ପଡୁଥିଲା । ପଞ୍ଚାୟତବାସୀ ଧାରଣା ଦେବା ପାଇଁ ପ୍ରସ୍ତୁତ ହେବା ଓ ଉତ୍ତେଜନା ବଢ଼ିବା ଦେଖି ଅପରାହ୍ନରେ ୫ଟି ପୋଖରୀ ନିଲାମ ହୋଇଛି । ସରପଞ୍ଚ ସୌଦାମିନୀ ପ୍ରଧାନଙ୍କୁ ପଚାରିବାକୁ ସେ କହିଥିଲେ ବାରମ୍ବାର ନିଲାମ ନୋଟିସ ହୋଇଥିଲେ ମଧ୍ୟ ରାଜନୈତିକ ଚାପରେ ପୋଖରୀ ନିଲାମ ହେଉ ନଥିଲା । ଚାପା ଉତ୍ତେଜନା ପ୍ରକାଶ ପାଇବା ଓ ଆନ୍ଦୋଳନ ପାଇଁ ପ୍ରୟାସ ହେବା ଜାଣିପାରି ତରବରିଆ ପୋଖରୀ ନିଲାମ କରିଛନ୍ତି। ବିବାଦୀୟ ପୋଖରୀ ନିଲାମ ହୋଇଥିବାରୁ ଅନ୍ୟ ପୋଖରୀ ନିଲାମ କରିବାରେ ଆଉ ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri