ଧାର ଟଙ୍କା ନ ଦେବାରୁ ଯୁବକଙ୍କୁ ହତ୍ୟା

କେସିଙ୍ଗା,୨।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କେରୋକୁଡା ଗ୍ରାମରେ ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ଯୁବକ ହେଲେ ଗଁାର ଶୁକଦେବ ସା (୩୫)। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସେହି ଗଁାର ବିଭୂତି ବୁଧିଆ (୩୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ କେସିଙ୍ଗା ଥାନାରେ ଏକ ମାମଲା(ନଂ.୨୩୩/୧୯) ରୁଜୁ କରାଯାଇଛି। ଧାର ଟଙ୍କା ସହ ହତ୍ୟା ପଛରେ ଅନ୍ୟ କି କାରଣ ରହିଛି, ତାହାର ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଫିସର ବି.କେ. ରାଓ କହିଛନ୍ତି।
ସୂଚନା ଅନୁସାରେ କେରୋକୁଡା ଗ୍ରାମର ଶୁକଦେବଙ୍କୁ ସେହି ଗ୍ରାମର ବିଭୂତି ବୁଧିଆ କିଛିଦିନ ତଳେ ୬ ହଜାର ଟଙ୍କା ଧାର ଦେଇଥିଲେ। ବିଭିନ୍ନ ସମୟରେ ମାଗିଲେ ମଧ୍ୟ ସେ ଉକ୍ତ ଟଙ୍କା ଫେରାଉ ନ ଥିଲେ। ୩ ତାରିଖ ନୂଆଁଖାଇ ଥିବାରୁ ବିଭୂତି ଧାର ଟଙ୍କା ଫେରାଇବାକୁ ଶୁକଦେବଙ୍କୁ ତାଗିଦ୍‌ କରିଥିଲେ। ଶନିବାର ମଧ୍ୟାହ୍ନରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଁାରେ ପାଟିତୁଣ୍ଡ ହୋଇଥିଲା। ଶନିବାର ରାତିରେ ଏକ ଠେଙ୍ଗା ଧରି ସେ ଶୁକଦେବଙ୍କୁ ଜଗି ରହିଥିଲେ। ରାତି ପ୍ରାୟ ୮ଟା ବେଳେ ଶୁକଦେବ ଗଁା ନିକଟ ଆମ୍ବତୋଟାକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ବିଭୂତି ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଶୁକଦେବଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ସକାଳେ ମୃତକଙ୍କ ଭାଇ ଅଶୋକ କୁମାର ସାଙ୍କ ଅଭିଯୋଗ କ୍ରମେ ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଥାନା ଏସଆଇ ବି.କେ. ରାଓ ହତ୍ୟାକାଣ୍ଡସ୍ଥଳକୁ ଆସି ତନାଘନା ଚଳାଇଥିଲେ। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri