Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ: ବର୍ଜନ କଲେ ବିରୋଧୀ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ ଆର୍ଥିକ ଓ ପ୍ରଶାସନିକ ବୋଝ ବଢ଼ୁଛି। ଏହାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିବାବେଳେ ବୁଧବାର ଏସଂକ୍ରାନ୍ତରେ ସହମତି ଲାଗି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ସମେତ ୭ ବିରୋଧୀ ଦଳ ଯୋଗଦେଇନାହାନ୍ତି। ଏପରି କି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ଅଂଶୀଦାର ଶିବସେନା ମଧ୍ୟ ବୈଠକକୁ ବର୍ଜନ କରିଛି।
ସଭା ହେଉ କି ରାଜ୍ୟ ସଭାରେ ଯେଉଁ ଦଳର ଜଣେ ବି ଏମ୍‌ପି ଅଛନ୍ତି, ସେପରି ସବୁ ଦଳର ଅଧ୍ୟକ୍ଷଙ୍କୁ ‘ଗୋଟିଏ ଦେଶ ଏକ ନିର୍ବାଚନ’ ଲାଗି ଆଲୋଚନା ସକାଶେ ପ୍ରଧାନମନ୍ତ୍ରୀ ମୋଦି ଡାକିଥିଲେ। ପାର୍ଲାମେଣ୍ଟର ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି), ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି), ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ, ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର କୌଣସି ନେତା ଯୋଗଦେଇ ନ ଥିଲେ। ବାମଦଳଗୁଡ଼ିକ ଏଥିରେ ଯୋଗଦେଇଥିବାବେଳେ ଉକ୍ତ ପ୍ରସ୍ତାବକୁ ବିରୋଧ କରିଥିଲେ। ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ, ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକସଙ୍ଗେ ନିର୍ବାଚନ କରାଇବା ହେଉଛି ମୌଳିକଭାବେ ସଂଘୀୟ ବ୍ୟବସ୍ଥା ତଥା ସମ୍ବିଧାନ ବିରୋଧୀ ଏବଂ ଅଗଣତାନ୍ତ୍ରିକ। ସେହିପରି ସିପିଆଇର ଡି. ରାଜା ମଧ୍ୟ ଏହାକୁ ବିରୋଧ କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ପରାମର୍ଶ କରିବା ପରେ ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲା। ସେହିପରି ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌) ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଇଥିଲେ, ସେଥିରେ ଯୋଗଦେଇଥାନ୍ତେ ବୋଲି ବିଏସ୍‌ପି ସୁପ୍ରିମୋ ମାୟାବତୀ ଟୁଇଟ୍‌ କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏଥିରେ ଯୋଗଦେଇ ନ ଥିବାବେଳେ ତାଙ୍କ ଦଳରୁ ପ୍ରତିନିଧି ପଠାଯାଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗଦେବା ଲାଗି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାସହ ଏହି ପ୍ରସଙ୍ଗରେ ବିଚାରବିମର୍ଶ ପାଇଁ କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଥିଲେ। ୟୁପିଏର ଅଂଶୀଦାର ଦଳଗୁଡ଼ିକ ମଙ୍ଗଳବାର ସନ୍ଧ୍ୟାରେ ପାର୍ଲାମେଣ୍ଟରେ ଏକ ବୈଠକ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା କରିବାକୁ ସହମତ ହୋଇଥିଲେ।
କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହ, ନୀତିନ ଗଡ଼କରୀ, ପ୍ରହ୍ଲାଦ ଜୋଷୀ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇଥିବାବେଳେ ଶିବସେନାକୁ ବାଦ୍‌ଦେଲେ ଏନ୍‌ଡିଏର ଅନ୍ୟ ଅଂଶୀଦାର ଦଳଗୁଡ଼ିକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri