ଧାନକିଣାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ବାରିପଦା ଅଫିସ, ୧୯ା୬-ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିରେ ସରକାରୀ କର୍ମଚାରୀ, ମିଲର, ଦଲାଲମାନେ ସମ୍ପୃକ୍ତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ଚାଷୀମାନେ ଗୁରୁବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ କୁହାଯାଇଛି ଯେ, ଦେଉଳି ଲ୍ୟାମ୍ପସରେ କାଣିମହୁଲି ଗ୍ରାମର ନବୀନ ଚନ୍ଦ୍ର ବାରିକ ପଞ୍ଜୀକୃତ କରିବା ପରେ ତାଙ୍କୁ ଟୋକନ ମିଳିଥିଲା। ସେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପସକୁ ଯାଇଥିଲେ। ହେଲେ ସେଠାରେ ଲ୍ୟାମ୍ପସର ଏମ୍‌ଡି ତାଙ୍କୁ ପଦୁଗିରିଶୋଳଠାରେ ଥିବା ରାଇସ ମିଲରେ ଧାନ ବିକ୍ରି କରିବା ପାଇଁ କହିଥିଲେ। ବାଧ୍ୟ ହୋଇ ମିଲରେ ସେ ୧୨୧ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ମିଲର କୁଇଣ୍ଟାଲ ପିଛା ୧୦ରୁ ୧୧ କିଲୋ ଧାନ କାଟି କିଣିଥିଲେ। ସେହିଭଳି ସେ ମିଲକୁ ଗାଡ଼ି ଖର୍ଚ୍ଚ କରି ନେଇଥିଲେ। ଏଭଳି ତାଙ୍କୁ ଠକେଇର ଶିକାର ହେବାକୁ ପଡ଼ିଛି। ଖାଲି ନବୀନ ନୁହନ୍ତି, ଜିଲାରେ ଏଭଳି ଅନେକ ଚାଷୀ ରବି ଧାନ ବିକ୍ରିରେ ଠକେଇର ଶିକାର ହୋଇଛନ୍ତି। ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରବି ଧାନ ବିକ୍ରି ପାଇଁ ଠିକ୍‌ ଭାବେ ସଚେତନ କରାଯାଇ ନାହିଁ କି ପ୍ରଚାର ପ୍ରସାର କରାଯାଇନାହିଁ। ଫଳରେ ଅଧିକାଂଶ ଚାଷୀ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଥିଲେ, ସେମାନେ ଟୋକନ ପାଇଥିଲେ ମଧ୍ୟ ଲ୍ୟାମ୍ପସଗୁଡ଼ିକ ସେମାନଙ୍କ ଧାନ ନ କିଣି ବିଭିନ୍ନ ବାହାନ ଦେଖାଇ ମିଲରମାନଙ୍କୁ ଧାନ ବିକ୍ରି କରିବା ପାଇଁ ପରୋକ୍ଷରେ କହିଛନ୍ତି। ସେହିଭଳି ଯେଉଁ ଚାଷୀମାନେ ଧାନ ଦେଇଛନ୍ତି ସେମାନଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୨ କିଲୋ କଟାଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ସେହଭିଳି କିଛି ଲ୍ୟାମ୍ପସ ଏମଡ଼ିମାନଙ୍କ ପରିବାର, ବନ୍ଧୁବର୍ଗଙ୍କ ନାମ ପଞ୍ଜୀକୃତ କରି ଧାନ ବିକ୍ରି କରାଯାଇଛି, ଏହାର ତଦନ୍ତ କରାଗଲେ ପ୍ରକୃତ କଥା ବାହାରକୁ ଆସିବ। ଲ୍ୟାମ୍ପସରେ ଧାନ ନ ଦେଇ ଚାଷୀ ସିଧାସଳଖ ମିଲରକୁ ଦେବା ଫଳରେ ପରିବହନ ବାବଦ ଖର୍ଚ୍ଚ ଲ୍ୟାମ୍ପସ ଚାଷୀଙ୍କୁ ଦେଉନାହିଁ। ଫଳରେ ଚାଷୀଙ୍କ କ୍ଷତି ସହୁଛି। ତେଣୁ ଏହାର ତଦନ୍ତ ପାଇଁ ଏକାଧିକ ଚାଷୀ ଗୁରୁବାର ଜିଲାପାଳଙ୍କଠାରେ ଦାବି କରିଛନ୍ତି। ପ୍ରଭାସ କରମହାପାତ୍ରଙ୍କ ନେତୃତ୍ୱରେ ପର୍ଶୁରାମ ଖର୍ଦ୍ଦା, ରାମରାୟ ହାସଁଦା, ରଞ୍ଜନ କୁମାର ନାୟକଙ୍କ ସମେତ ଏକାଧିକ ଚାଷୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri