ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା

କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ ଜିଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ସମ୍ପାଦକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଶାମସୁନ୍ଦରପୁର ସମବାୟ ସମିତି ସମ୍ପାଦକ ତପନ କୁମାର ସ୍ବାଇଁ ଓ ରାଜନଗର ସମବାୟ ସମିତି ସମ୍ପାଦକ ଜ୍ଞାନରଞ୍ଜନ ନାୟକ।
ନାମରେ ଶାମସୁନ୍ଦରପୁର ପଞ୍ଚାୟତ ମୂଳଗଁ। ର ଚାଷୀ ବିଜୟ କୁମାର ରାଉତ ଜିଲାପାଳଙ୍କ ନିକଟରେ ଗତ ଫେବୃୟାରୀରେ ଅଭିଯୋଗ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କ ନାମରେ ଥିବା ଜମିକୁ କେତେଜଣ ବ୍ୟକ୍ତି ଭାଗ ଚାଷ କରୁଥିବା ଦର୍ଶାଇ ଧାନ ବିକ୍ରି କରିଛନ୍ତି। ଏହି ଖବର ଜଣାଇବା ସତ୍ତ୍ୱେ ସମ୍ପାଦକ ସ୍ବାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଏ ସମ୍ପର୍କରେ ଏଆରସିଏସ୍‌ଙ୍କ ତଦନ୍ତ ପରେ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ପଟ୍ଟାମୁଣ୍ଡାଇ ଥାନାରେ ସମ୍ପାଦକ ସ୍ବାଇଁଙ୍କ ନାମରେ ଅଭିଯୋଗ କରିଛନ୍ତି। ସେହିପରି ରାଜନଗର ସମବାୟ ସମିତି ଅଧୀନ ଚାଷୀ ଭାସ୍କର ଚନ୍ଦ୍ର ଲେଙ୍କାଙ୍କର ମୋଟ ଚାଷ ଜମି ଏ୦.୯୯ଡି। ତେବେ ଭୂଲେଖରେ ଏହି ଜମିର କ୍ଷେତ୍ରଫଳ ୯୯ ଏକର ହୋଇଛି। ଏହି ଭୁଲ୍‌କୁ ନ ସୁଧାରି ସମ୍ପାଦକ ଜ୍ଞାନରଞ୍ଜନ ଭାସ୍କରଙ୍କ ନାମରେ ୨୦ରୁ ଊର୍ଦ୍ଧ୍ୱ ଟୋକନ ଦେଇଥିବା ଜିଲା ଯୋଗାଣ ଅଧିକାରୀଙ୍କ ରାଜନଗର ଥାନା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହି ଦୁଇଟି ଘଟଣା ଧାନ ମଣ୍ଡିରେ ଅନିୟମିତତାକୁ ଦର୍ଶାଉଥିବା ବେଳେ ଜିଲାର ଚାଷୀ ଧାନବିକ୍ରିରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି ବୋଲି ଆଲୋଚନା ହେଉଛି।
ଚାଷୀଙ୍କ ସଂଖ୍ୟା ୩ଲକ୍ଷ ୧୧ ହଜାରରୁ ଅଧିକ। ତେବେ ଚଳିତବର୍ଷ ଧାନ ବିକ୍ରୟ କରିବା ପାଇଁ ୩୨,୨୨୭ ଜଣଙ୍କୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଯୋଗ୍ୟ ବୋଲି ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ମୋଟ ୨୫୧୩ ଭାଗଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି। ବିଭାଗର ସୂଚନା ଚଳିତବର୍ଷ ଜିଲାରୁ ୮ଲକ୍ଷ ୪୮ ହଜାର ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ମୋଟ ୧୮,୫୬୦ ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ମୋଟ ୭ ଲକ୍ଷ ୯୫ ହଜାର କୁଇଣ୍ଟାଲ ଧାନ ଜିଲା ପ୍ରଶାସନ ସଂଗ୍ରହ କରିଛି। ତେବେ ଧାନ ସଂଗ୍ରହରେ ଅନିୟମିତତା ଚଳିତ ବର୍ଷ ହୋଇଥିବା ବିଭିନ୍ନ ଅଞ୍ଚଳର ଚାଷୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri