ଧାନ ବିକ୍ରି ଟଙ୍କା ନ ମିଳିଲେ ଆନ୍ଦୋଳନ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନେ ୩ ମାସ ପୂର୍ବରୁ ଧାନ ବିକି ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାପ୍ୟ ଟଙ୍କା ପ୍ରଦାନ କରା ନ ଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ପଧାନପଡ଼ା ସେବା ସମବାୟ ସମିତିରେ ଚଳିତ ଖରିଫ ଋତୁରେ ଚାଷୀମାନେ ଧାନ ବିକ୍ରୟ କରିବା ନେଇ ଅନ୍‌ଲାଇନ ପଞ୍ଜୀକରଣ କରିଥିଲେ। ଗତ ଜାନୁୟାରୀ ମାସଠାରୁ ଧାନ କିଣା ଆରମ୍ଭ ହୋଇଥିଲା। ଉକ୍ତ ସମିତି ଅଧୀନରେ ନିତ୍ୟାନନ୍ଦ ବାରିକ, ଉଚ୍ଛବ ଯେନା, ହରିନାରାୟଣ ମହାନ୍ତି, ଭଗବାନ ଦାଶ, ରବୀନ୍ଦ୍ର ବେହେରା, ଖଗେଶ୍ୱର ବେହେରା, ନିକୁଞ୍ଜ ବିହାରୀ ମିଶ୍ର, ଗୀତାରାଣୀ ମିଶ୍ର, ଶତୃଘ୍ନ ନାୟକ, ଅଶୋକ ବାରିକଙ୍କ ସମେତ ୧୮୪ ଚାଷୀ ଗତ ଏପ୍ରିଲ ମାସଠାରୁ ଧାନ ବିକ୍ରି କରିଥିଲେ। ହେଲେ ଅଦ୍ୟାବଧି ସେମାନେ ଟଙ୍କା ପାଇନାହାନ୍ତି। ଏ ନେଇ ବାରମ୍ବାର ସମିତିକୁ ଦୌଡୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଆଗାମୀ ସପ୍ତାହ ମଧ୍ୟରେ ସେମାନଙ୍କୁ ଧାନ ବିକ୍ରି ଟଙ୍କା ଦିଆ ନ ଗଲେ ବନ୍ତ-ବାରିକପୁର ରାସ୍ତାର ନିଳୋକ ବଜାରଠାରେ ରାସ୍ତାରୋକୋ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଏ ସମ୍ପର୍କରେ ଏଆର୍‌ସିଏସ୍‌ ସ୍ବାଗତିକା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ସମଗ୍ର ଜିଲାରେ ଏଭଳି ସମସ୍ୟା ହୋଇଛି। ନିକଟରେ ଭଣ୍ଡାରିପୋଖରୀଠାରେ ରାସ୍ତାରୋକୋ ବେଳେ ଏମ୍‌ଡିଙ୍କ ସହିତ ଜିଲା ଯୋଗାଣ ବିଭାଗ ଅଧିକାରୀ କଥା ହୋଇଛନ୍ତି। ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?