ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା ପ୍ରକାଶ ପାଇଛି। ଧାନର ଅମଳ ସମୟରେ ତଥା କେତେକ ଧାନର ଫୁଲ ଉଡ଼ାଇବା ସମୟରେ ଏହି ରୋଗ ଦେଖା ଦେଇଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଏ ନେଇ କୃଷି ଜିଲା ଅଧିକାରୀ ଗଜେନ୍ଦ୍ରନାଥ ଗଚ୍ଛାୟତଙ୍କୁ ପଚାରିବାରୁ ଧାନରେ ପତ୍ରପୋଡ଼ା ଓ କବକ ରୋଗ ଲାଗିଛି। ତୁରନ୍ତ ଏହାର ପ୍ରତିକାର ସ୍ବରୂପ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯିବା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ଅଢ଼ଙ୍ଗାପାଳ ଗ୍ରାମର ଚାଷୀ ବାହାଦୁର ମହାନ୍ତ, ମାଗଲେନ ମହାନ୍ତ, ଲାଲମୋହନ ମୁଣ୍ଡା, ଧନେଶ୍ୱର ମହାନ୍ତ, ଚେମ୍‌ଟୁ ମହାନ୍ତ, ଛୋଟରାୟ ମହାନ୍ତ, କୁମ୍ଭ ମହାନ୍ତ ପ୍ରମୁଖ ଚାଷୀ ଚଳିତ ସିଜନରେ ପ୍ରାୟ ୪ ଏକରରୁ ଊର୍ଦ୍ଧ୍ୱ ଜମିରେ ହାଇବ୍ରିଡ ଧାନ ଚାଷ କରିଥିଲେ। ଜାନୁୟାରୀରେ ତଳି ପକାଇବା ପରେ ଫେବୃୟାରୀ ମାସ ଆରମ୍ଭରେ ଏହାକୁ ରୋଇ ଥିଲେ। ବର୍ତ୍ତମାନ ସମୟରେ କିଛି ପ୍ରଜାତିର ଧାନ ପାଚି ଯାଇଛି ଓ ଅନ୍ୟ କେତେକ ଧାନଗଛରେ ଫୁଲ ଆସିଥିବା ବେଳେ ପତ୍ରପୋଡ଼ା ରୋଗ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଏହି ଚାଷୀମାନେ ନିଜ ପରିଶ୍ରମର ଫଳ ପାଇବେ କି ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି,...

ଯୋଡ଼ା ଖଣି ଅଞ୍ଚଳରେ ପ୍ରବଳ ଶୀତ: ୩ ଦଶନ୍ଧି ପରେ ତୁଷାରପାତ

ଯୋଡ଼ା,୧୦ା୧(ମାନସ ମହାନ୍ତି): କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ, ଖଣି ଅଞ୍ଚଳ ଭାବେ ପରିଚିତ ଏହି ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଛି ତୁଷାରପାତ। ଏକ ସପ୍ତାହ ଧରି...

ଅସହ୍ୟ ଥଣ୍ଡା, ଜାଡ଼ରେ ଥରୁଛି ପାଟଣା: ତୁଷାରପାତରେ…

ପାଟଣା,୧୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାର ପଡା ବ୍ଲକ ଅଞ୍ଚଳରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡ ଯୋଗୁ...

ବାଲ୍ୟବିବାହ ବନ୍ଦ ନେଇ ଆଇନ ସେବା ପ୍ରାଧିକରଣ ପକ୍ଷରୁ ତତ୍ପରତା 

ପାଟଣା,୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଶୁକ୍ରବାର ଜିଲା ଆଇନ ସେବା ପ୍ରାଧିକରଣ ତତଫରୁ ବାଲ୍ୟବିବାହ ବନ୍ଦ, ନିଶାମୁକ୍ତ ରାଷ୍ଟ୍ର ଗଠନ...

ଚା’ ବଗିଚା ପାଇଁ ୨୨୦୦ ଏକର ଜାଗା ଚିହ୍ନଟ, ଆଜି ଜିଲାସ୍ତରୀୟ ବୈଠକରେ…

କେନ୍ଦୁଝର,୯ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଗତକାଲି କୋଲକାତାସ୍ଥିତ ଟି’...

ସ୍କୁଲରେ କବାଡ଼ି ଖେଳରେ ଆହତ ଛାତ୍ରଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍କୁଲରେ କବାଡ଼ି ଖେଳୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲ ଗଲେ ଉପଜିଲାପାଳ

ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri