ଧାତୁ ଦୌର୍ବଲ୍ୟ

”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀରେ ଧୀରେ ଏହାର ଉତ୍ପାଦନ ହାର କମେ। ତେଣୁ ଏହି ସମୟରେ ମଝିରେ ମଝିରେ ରସାୟନ ଓ ବାଜୀକରଣ ଔଷଧ ସେବନ କଲେ ଏହାର ମାତ୍ରା ଅପରିବର୍ତ୍ତିତ ରହେ।“

ଧାତବଃ ଦେହ ଧାରଣାତ୍‌ ”ଅର୍ଥାତ୍‌ ଯିଏ ଏହି ଶରୀରକୁ ଧାରଣ କରି ରଖିଥାଏ, ତାହାକୁ ଧାତୁ କୁହାଯାଏ। ସେଗୁଡ଼ିକ ଯଥା: ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର (ସିମେନ୍‌) ଏବଂ ଏହାର ସାରାଂଶ ଅଷ୍ଟବିନ୍ଦୁ ପରିମାଣକୁ ଅଷ୍ଟମ ଧାତୁ ‘ଓଜ’ ବୋଲି କୁହାଯାଏ, ଯାହାକି ହୃଦୟରେ ଅବସ୍ଥାନ କରିଥାଏ। ସନ୍ତାନ ଜନ୍ମ ହେବା ପୂର୍ବରୁ ମା’ଠାରୁ ଶିଶୁ ହୃଦୟକୁ ଆସିଥାଏ। ଏହା ଶରୀରକୁ ଧାରଣ ଓ ଶୋଷଣ କରିବା ସହ ମେଧା, ବଳ, ଆୟୁ ଓ ସ୍ଥିର ଯୌବନ ପ୍ରଦାନ କରିଥାଏ। ଏଗୁଡ଼ିକ ପ୍ରାପ୍ତିର ମୁଖ୍ୟ ଉତ୍ସ ହେଉଛି ପ୍ରାକୃତିକ ଖାଦ୍ୟ, ଉଦ୍ଭିଦଜ ପନିପରିବା, ଶସ୍ୟ, ଡାଲିଜାତୀୟ ଖାଦ୍ୟ, ପ୍ରାଣୀଜ ଖାଦ୍ୟ- ମାଛ, ମାଂସ, ଅଣ୍ଡା, ଛେନା, କ୍ଷୀର। ଏହା ଅଭାବ ବା ବୈଷମ୍ୟ କାରଣରୁ ଧାତୁକ୍ଷୟ ଜନିତ ରୋଗ ହୋଇଥାଏ। ତେଣୁ ତାହାକୁ ପୁଣି ସମାନ ଅବସ୍ଥାକୁ ଆଣିବାକୁ ହେଲେ ପ୍ରାକୃତିକ ଭେଷଜ ଯଥା ବନୌଷଧି ବା ହର୍ବାଲ ଡ୍ରଗ୍‌ସ, ଖଣିଜ ଓ ପ୍ରାଣୀଜ ରସ, ରତ୍ନାଦି ଧାତୁ, ସୁଧାବର୍ଗୀୟ ଦ୍ରବ୍ୟ (ଶାମୁକା, ଶଙ୍ଖ, ପ୍ରବାଳ ଶୁକ୍ତି ଇତ୍ୟାଦି) ଉପଧାତୁର ଘଟିତ ଯୌଗିକ ଔଷଧର ଆବଶ୍ୟକତା ପଡ଼ିଥାଏ।


ଆମ୍ଭେ ଯେଉଁ ଆହାର ଗ୍ରହଣ କରୁ ତା’ର ସାରାଂଶ ରସ ଅନ୍ତ୍ରନଳୀରେ ଅବଶୋଷିତ ହୋଇ ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଏହିପରି ସାତଟି ଧାତୁ ପରିପାକ ହୋଇ ଉତ୍ତରୋତ୍ତର ଧାତୁ ନିର୍ମାଣ ହେବାକୁ ପ୍ରାୟ ଏକ ମାସ ସମୟ ଲାଗିଥାଏ। ଶୁକ୍ର ବା ସିମେନ୍‌କୁ ସମସ୍ତ ଧାତୁର ସାରାଂଶ ବୋଲି ବିବେଚନା କରାଯାଇଛି। ଏହାର ପରିପକ୍ୱତାରୁ ଓଜ ସୃଷ୍ଟି ହୁଏ। ଏହାକୁ ଶରୀରର ”ତେଜ“ ମଧ୍ୟ କୁହାଯାଏ।
ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ସୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀର ଧୀରେ ଏହାର ଉତ୍ପାଦନ ହାର କମେ, ତେଣୁ ଏହି ସମୟରେ ମଝିରେ ମଝିରେ ରସାୟନ ଓ ବାଜୀକରଣ ଔଷଧ ସେବନ କଲେ ଏହାର ମାତ୍ରା ଅପରିବର୍ତ୍ତିତ ରହେ।
ଏହା ଦେଖିବାକୁ ବହଳ, ମଧୁର ଗନ୍ଧଯୁକ୍ତ, ସ୍ନିଗ୍ଧ, ଗୁରୁ, ପିଚ୍ଛିଳ ଏବଂ ସ୍ଫଟିକ ବର୍ଣ୍ଣଯୁକ୍ତ। ମହିଳାମାନଙ୍କର ଯୋନିରେ ଥିବା ବାର୍ଥୋଲିନ୍‌ ଗ୍ଲାଣ୍ଡରୁ କ୍ଷରଣ ହେଉଥିବା ପିଚ୍ଛିଳ ପଦାର୍ଥକୁ ସ୍ତ୍ରୀ-ଶୁକ୍ର କୁହାଯାଏ। ମାତ୍ର ଏଥିରେ ଶୁକ୍ରାଣୁ ନ ଥିବାରୁ ସନ୍ତାନ ଉତ୍ପତ୍ତି ହୋଇପାରେନାହିଁ। ମାତ୍ର ଏହା ସହବାସ ବେଳେ ଜନନେନ୍ଦ୍ରୀୟର ପିଚ୍ଛିଳତା ଉତ୍ପନ୍ନରେ ସହାୟକ ହୋଇଥାଏ। ପୁରୁଷର ୧ ମିଲି ଶୁକ୍ରରେ ୪୦ରୁ ୬୦ଲକ୍ଷ ଶୁକ୍ରାଣୁ ରହିଥାଏ। ଏମାନଙ୍କ ମଧ୍ୟରୁ କେତେକ ବଳଶାଳୀ ଶୁକ୍ରାଣୁ ଗର୍ଭଧାରଣରେ ସହାୟକ ହୋଇଥାନ୍ତି। ମହର୍ଷିମାନେ ଶୁକ୍ର ଧାରଣରେ ଜୀବନ ଓ କ୍ଷୟରେ ମୃତ୍ୟୁ ବୋଲି କହିଛନ୍ତି। ମାତ୍ର ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ୍‌ ଯୁଗରେ ପାଶ୍ଚାତ୍ୟ ସଭ୍ୟତା ଅନୁକରଣ ସହ ଗରିଷ୍ଠ ଭୋଜନ ସେବନ, ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଓ ପ୍ୟାକେଟ ଖାଦ୍ୟର ବହୁଳ ବ୍ୟବହାର, ନରମ ଶଯ୍ୟାରେ ଉପବେଶନ, ନାରୀ ରୂପଲାବଣ୍ୟ ଦର୍ଶନ ଓ ନଗ୍ନଚିତ୍ର ଦର୍ଶନ ଦ୍ୱାରା ମନ ଉତ୍ତେଜିତ ହେବା ଯୋଗୁ ଯୌନାଙ୍ଗ ସ୍ନାୟୁଗୁଡ଼ିକ ପ୍ରଭାବିତ ହୋଇ ସର୍ବଦା ଉତ୍ତେଜିତ ହୋଇ ହସ୍ତମୈଥୁନ ଆଦି ଦ୍ୱାରା ଶୁକ୍ର ସ୍ଖଳନ ହେବା ସହ ସ୍ନାୟୁ ଦୌର୍ବଲ୍ୟରୁ ଧ୍ୱଜଉଙ୍ଗ ଦେଖାଯାଏ।
ଏତଦ୍‌ ବ୍ୟତୀତ ଏଭଳି ବାରମ୍ବାର କୁଅଭ୍ୟାସ ଦ୍ୱାରା ମୂତ୍ର ମାର୍ଗ ଦେଇ ତରଳ ବହଳିଆ ପଦାର୍ଥ (ଶୁକ୍ର) ସର୍ବଦା ସ୍ରାବ ହୋଇଥାଏ। ଏହାକୁ ଚିକିତ୍ସା ବିଜ୍ଞାନରେ ଶୁକ୍ରମେହ, ସାନ୍ଦ୍ରମେହ, ଲାଳମେହ କୁହାଯାଏ। ପରିସ୍ରାନଳୀ ଦେଇ ଏଭଳି କିଛିଦିନ ନିର୍ଗତ ହେବା ଦ୍ୱାରା ଶରୀର-ଶୁଷ୍କତା, ଅଗ୍ନିମାନ୍ଦ୍ୟ, ଅରୁଚି, ଆଳସ୍ୟ, ଅତ୍ୟଧିକ ନିଦ୍ରା, ମୁଖ ଶୁଷ୍କତା, ଗୋଡ଼ ଘୋଳାବିନ୍ଧା, କୋଷ୍ଠକାଠିନ୍ୟ ଦେଖାଯାଏ। ଶେଷରେ ସ୍ମରଣଶକ୍ତି କମେ ଓ ସ୍ବପ୍ନଦୋଷ ଦେଖାଯାଏ। ଏହା ବଳବତ୍ତର ରହିଲେ ଲିଙ୍ଗ ଶିଥିଳତା ବା ଧ୍ୱଜଭଙ୍ଗ ହୋଇଥାଏ।
ଏତଦ୍‌ ବ୍ୟତୀତ ବହୁ ରମଣୀଙ୍କ ସହ ରମଣ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିମାନେ ରାଜଯକ୍ଷ୍ମା ଓ ଏଡ୍‌ସ ରୋଗର ଶିକାର ହୋଇ ଅକାଳ ମୃତ୍ୟୁବରଣ କରିଥାନ୍ତି। ତେଣୁ ଯୌବନ ପ୍ରାରମ୍ଭାବସ୍ଥାରେ ସାତ୍ତ୍ୱିକ ଆହାର ସେବନ, ବ୍ରହ୍ମଚର୍ଯ୍ୟ ପାଳନ, ଯୋଗ, ଧ୍ୟାନ, ଈଶ୍ୱର ପୂଜନ, ଶାରୀରିକ ବ୍ୟାୟାମ କରିବା ସହ ନାନାଦି ଧର୍ମଗ୍ରନ୍ଥ ଓ ପୌରାଣିକ ବିଷୟବସ୍ତୁ ଆଧାରିତ ପୁସ୍ତକ ପଠନ କରିବା ଉଚିତ।
ଏହି ରୋଗର ଚିକିତ୍ସା ପାଇଁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶାନୁଯାୟୀ ଶୁକ୍ର ଧାତୁ ସ୍ତମ୍ଭକ ଓ ବର୍ଦ୍ଧକ ପାଇଁ ରସାୟନ ଔଷଧ ସେବନ କରିବା ଉଚିତ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ,ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri