ଧଳା ଜହର ଜାଲରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୧ା୮-ଢେଙ୍କାନାଳ ପାଲଟିଛି ବ୍ରାଉନ୍‌ସୁଗାର କାରବାରର ସେଫ୍‌ଜୋନ୍‌। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ପୋଲିସ ଗୋଇନ୍ଦା ବିଫଳତା କାରଣରୁ ଏହି ଧଳା ଜହର କାରବାର ବଢ଼ିଚାଲିଥିବାବେଳେ
ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ।
ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସର ଘନଘନ ଚଢ଼ାଉ ପରେ ଏବେ ନିଶା ବେପାରୀମାନେ ରାଜ୍ୟରେ କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଢେଙ୍କାନାଳ ମୁହଁା ହୋଇଛନ୍ତି। ସହରତଳି ଅଞ୍ଚଳରେ ସେମାନେ ଯୋଜନାବଦ୍ଧ ଭାବେ ନିଜର ନେଟ୍‌ଓ୍ବାର୍କ ବଢ଼ାଉଛନ୍ତି। ପୋଲିସ ସ୍କାନରରେ ନ ଥିବା ବ୍ୟକ୍ତିଙ୍କୁ ସେମାନେ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା କାଠିକର ପାଠ ହୋଇପଡୁଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେଲା ଢେଙ୍କାନାଳ ସହରରେ ବ୍ରାଉନସୁଗାର କାରବାର ଚାଲିଛି। ନିଶା ପ୍ରତି ଆକର୍ଷିତ ଥିବା ଯୁବଗୋଷ୍ଠୀକୁ ସେମାନେ ସହଜରେ ବ୍ରାଉନସୁଗାର ଜାଲରେ ଫସାଉଛନ୍ତି। ଏଥିରେ ୧୬ରୁ ୨୦ବର୍ଷ ବୟସର ପିଲା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସହରକୁ ବିଭିନ୍ନ ମାଧ୍ୟମରେ ବ୍ରାଉନସୁଗାର ଆସୁଛି। ଏ ନେଇ ଅବକାରୀ ବିଭାଗ ପାଖରେ ମଧ୍ୟ ସୂଚନା ରହିଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ମିଳୁ ନ ଥିଲା। ଗତ ସପ୍ତାହରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବାଜିଚୌକ ଅଞ୍ଚଳରୁ ପ୍ରଥମ କରି ୨୨ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି। ଏହାପରେ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ, କଟକ, ଖୋର୍ଦ୍ଧା ଅଞ୍ଚଳରୁ ଢେଙ୍କାନାଳ ସହରକୁ ବ୍ରାଉନସୁଗାର ଆସୁଛି। ଧରାପଡ଼ିବା ଆଶଙ୍କା ଥିବାରୁ ଏବେ କଟକରୁ ଧଳାଜହର ଆଣିବାକୁ ସ୍ଥାନୀୟ ବ୍ୟବସାୟୀ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେମାନେ ଏବେ ପୁରୀ ଏବଂ ଖୋର୍ଦ୍ଧା ଅଞ୍ଚଳର ନିଶା ବେପାରୀଙ୍କ ଆଡ଼କୁ ଢଳିଛନ୍ତି। ରାମେଶ୍ୱରପୁର ଓଭରବ୍ରଜ୍‌, କଣ୍ଟାନାଳି ବାଇପାସ୍‌, ବସ୍‌ଷ୍ଟାଣ୍ଡ୍‌, କଲେଜ ବାଇପାସ୍‌, ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ, କୁଞ୍ଜକାନ୍ତ ପୋଖରୀ ହୁଡ଼ା, ଶ୍ମଶାନ ପଡ଼ିଆରେ ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ ଏହି ଦାମୀ ନିଶା ବେପାର ଚାଲୁଛି। ଖାଲି ଦିଆସିଲି କିମ୍ବା ସିଗାଟେର ପ୍ୟାକେଟରେ ସୁରକ୍ଷିତ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚତ୍ୟାଉଛି ବ୍ରାଉନ୍‌ ସୁଗାର। ପୋଲିସ ପାଟ୍ରୋଲିଂ ଗାଡ଼ି ଦେଖି ଯୁବକମାନେ ଦୌଡ଼ି ପଳାଉଛନ୍ତି। ଧରାପଡୁଥିବା ନାବାଳକମାନଙ୍କୁ ତାଗିଦ୍‌ କରି ପୋଲିସ ଅଭିଭାବକଙ୍କ ଜିମା ଦେଉଛି। ଏଥିପ୍ରତି ସଚେତନ ହେବାକୁ ପରିବାର ଲୋକଙ୍କୁ କୁହାଯାଉଛି। ତଥାପି ଏହାକୁ ଘର କେହି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ତେଣୁ କଲେଜ ପଢୁଆ ପିଲାମାନେ ଧୀରେ ଧୀରେ ନିଶା କବଳିତ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ମନୋଜ ସେଠୀ କୁହନ୍ତି, ବ୍ରାଉନସୁଗାର ସହରକୁ ଆସୁଥିବା ସୂଚନା ଅଛି। ଠୋସ୍‌ ଖବର ମିଳିଲେ ଚଢ଼ାଉ କରାଯାଉଛି। ପ୍ରଥମ ଥର ପାଇଁ ବାଜିଚୌକ ଅଞ୍ଚଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏପରି ନିଶା କାରବାର ରୋକିବାକୁ ବିଭାଗ ଆଲର୍ଟ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଏସ୍‌ପି ଅନୁପମା ଜେମ୍‌ସ କୁହନ୍ତି, ପୋଲିସ ମଧ୍ୟ ଏଥି ପ୍ରତି ସଜାଗ ରହିଛି। ସୂଚନା ମିଳିବା କ୍ଷଣି ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri