‘ଧରିତ୍ରୀ’ ପ୍ରଭାବ: ଶୁଚିସ୍ମିତାଙ୍କୁ ମିଳିଲା ସରକାରୀ ସହାୟତା

ସିମୁଳିଆ, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ କଳାଶୁଣୀ ଅଞ୍ଚଳର ଊର୍ମିଳା ଓ ନରହରି ପଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଶୁୁଚିସ୍ମିତାଙ୍କୁ ସରକାରୀ ଓ ବେସରକାରୀ ସହାୟତା ମିଳିଛି। ଗତ ୩ମାସ ପୂର୍ବେ ତାଙ୍କ ପିଠିରେ ବାହାରିଥିବା ଟ୍ୟୁମର ଅସ୍ତ୍ରୋପଚାର ସହିତ ମଳଦ୍ୱାରରେ ମଧ୍ୟ ଅସ୍ତ୍ରୋପଚାର କରାଯାଇ ପରିସ୍ରା ଦ୍ୱାରରେ ପାଇପ ଲଗାଯାଇଛି । ସରକାରୀ ଗାଡ଼ି ଆସି ତାଙ୍କୁ ଗାଁରୁ ନେବା ଆଣିବା କରିବା ସହିତ ମାଗଣା ଔଷଧ ମଧ୍ୟ ମିଳୁଛି । ବର୍ତ୍ତମାନ ତାଙ୍କ ଚିକିସତ୍ା ଚାଲୁ ରହିଛି। ଆସନ୍ତା ମାସ ତାଙ୍କ ଗୋଡରେ ଅସ୍ତ୍ରୋପଚାର କରାଯିବ। ‘ଧରିତ୍ରୀ’ରେ ଶୁଚିସ୍ମିତାଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହି ସହାୟତା ଯୋଗାଇ ଦିଆଯାଉଛି। ଏଥିପାଇଁ ‘ଧରିତ୍ରୀ’କୁ ତାଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି ।

କଳାଶୁଣୀ ଅଞ୍ଚଳର ଶିଶୁକନ୍ୟା ଶୁୁଚିସ୍ମିତା ଜନ୍ମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ। ଜନ୍ମ ପରେ ତାଙ୍କ ପିଠିରେ ଏକ ଆବୁ (ଟ୍ୟୁମର) କ୍ରମଶଃ ବଢି ଚାଲିଥିଲା। ଏଥିରୁ ଲସା ପରି ତରଳ ପଦାର୍ଥ ବୋହି ଚାଲିବା ଯୋଗୁ ପିମ୍ପୁଡି ଲାଗୁଥିଲେ । ଫଳରେ ସେ ଅହରହ କାନ୍ଦୁଥିଲେ। ଆବୁ ପାଇଁ ଲଗାତର ଏକପାଖିଆ ହୋଇ ଶୋଇବା ଯୋଗୁ ତାଙ୍କ ମୁଣ୍ଡର ଆକୃତି ମଧ୍ୟ ଲମ୍ବା ହେଉଥିଲା। ସେହିପରି ତାର ଗୋଡ ଦୁଇଟି ଅଚଳ ହୋଇପଡ଼ିବା ସହିତ ମଳତ୍ୟାଗ ଓ ପରିସ୍ରାରେ ମଧ୍ୟ ସମସ୍ୟା ଥିବା ତାଙ୍କ ମା’ ଊର୍ମିଳା ସୂଚନା ଦେଇଥିଲେ। ତେବେ ଅଭାବୀ ପରିବାରରେ ତାଙ୍କ ଚିକିତ୍ସା କରାଇବା ସମ୍ଭବପର ନ ଥିଲା । ରାଣୀତାଲ ମେଡ଼ିକାଲକୁ ଚିକିତ୍ସା ପାଇଁ ଝିଅକୁ ନେଇ ଊର୍ମିଳା ଆସିଥିବା ବେଳେ ତାଙ୍କ ସମସ୍ୟା ସମ୍ପର୍କରେ ଜଣାପଡିଥିଲା । ଗତ ୩୧ା୧୦ା୧୮ରେ ‘ଧରିତ୍ରୀ’ରେ ଏ ସମ୍ପର୍କରେ ‘ସହାୟତା ଅପେକ୍ଷାରେ ଶିଶୁକନ୍ୟା ଶୁଚିସ୍ମିତା’ ଶୀର୍ଷକରେ ଖବର ପ୍ରକାଶ ପରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପଦ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚଗୁଲୁ ସିଂ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ପରେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ବିଜୟ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଷ୍ଟ୍ରୀୟ ବଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ) ଯୋଜନାରେ ତାଙ୍କୁ କଟକ ନିଆଯାଇ ମାଗଣାରେ ସମସ୍ତ ସେବା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri